ଆଗାମୀ ୨ ଦିନ ପାଇଁ ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ୬ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୬ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ ସତର୍କ ସୂଚନା ଜାରି କରାଯାଇଛି। […]

Read More Text.

ରାଜ୍ୟର ୨,୬୦୩ଟି ଗାଁରେ ମୋବାଇଲ ସଂଯୋଗ ନାହିଁ

ଭୁବନେଶ୍ୱର: ଡିଜିଟାଲ୍ ପ୍ରଯୁକ୍ତିର ପ୍ରସାର ସତ୍ତ୍ୱେ, ଓଡ଼ିଶାର ୨,୬୦୩ ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୋଟ ୫୧,୧୬୭ ଗ୍ରାମ ମଧ୍ୟରୁ ୨,୬୦୩ଟି ଗ୍ରାମକୁ ମୋବାଇଲ ସଂଯୋଗ ନାହିଁ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ସମନ୍ୱୟରେ […]

Read More Text.

ପୁଲିସ ଷ୍ଟେସନରେ ୮ ମାସରେ ୧.୩୫ ଲକ୍ଷ ମାମଲା ରୁଜୁ: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ଗତ ଆଠ ମାସ ମଧ୍ୟରେ ଓଡ଼ିଶାର ବିଭିନ୍ନ ଥାନାରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି ବୋଲି ସୋମବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଗୃହ ବିଭାଗ ଦାୟିତ୍ବରେଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। ସରକାର ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ […]

Read More Text.

ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କ ଶୋକପ୍ରକାଶ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ୧୯୯୯ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ […]

Read More Text.

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଦିଲ୍ଲୀରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାର ସହିତ କଥା ହୋଇ ସମବେଦନା ଜଣାଇଛନ୍ତି ।

Read More Text.

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼.ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ | ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ୧୦ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି | ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ୧୯୪୧ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ | ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା […]

Read More Text.

‘ପରିକ୍ରମା’ ତରଫରୁ ବସନ୍ତ ମହୋତ୍ସବ “ରଙ୍ଗ-ରଙ୍ଗୋଲି” ଆୟୋଜିତ 

ବାରିପଦା – ରଙ୍ଗର ନିଆରା ପର୍ବ ହୋଲି ଅବସରରେ  ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ବସନ୍ତ ମହୋତ୍ସବ “ରଙ୍ଗ-ରଙ୍ଗୋଲି” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ମୟୂରଭଂଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ରୂପେ ଶିଳ୍ପପତି ଜଗଦୀଶ ମିଶ୍ରା, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା , ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ  ସିଇଓ ଡକ୍ଟର ବିଜୟ ଲକ୍ଷ୍ମୀ ମହାନ୍ତି, ପରିକ୍ରମା ମୁଖ୍ଯ କାର୍ଯ୍ଯନିର୍ବାହୀ  ତଥା ଆବାହକ ମନୋଜ ଦାସ,  […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ହେବ ନବୋନ୍ମେଷ-ନବସୄଜନ ନାମକ ପ୍ରତିଯୋଗିତା 

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୮-୦୩-୨୦୨୫ ଠାରୁ ୧୯-୦୩-୨୦୨୫ ପର୍ଯ୍ୟନ୍ତ “ନବୋନ୍ମେଷ – ନବସୃଜନର ନୂତନ ଅଧ୍ୟାୟ” ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଅଛି । ଭାରତ ସରକାରଙ୍କ ପି.ଏମ୍‌ ଉଷା କାର୍ଯ୍ୟକ୍ରମର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ମିଡ଼ିଆ କ୍ଲବ୍‌ ଓ ରିସର୍ଚ୍ଚ୍‌ କ୍ଲବ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ “ପୋଷ୍ଟର”, “ରିଲ୍‌ସ୍‌” ଓ “ମଡେଲ/ପ୍ରୋଟୋଟାଇପ୍‌” ଆଦି ପ୍ରତିଯୋଗିତା ସ୍ନାତକ ଓ ସ୍ନାତକୋତ୍ତର ଭିନ୍ନ ଭିନ୍ନ ବର୍ଗରେ ଅନୁଷ୍ଠିତ ହେବ […]

Read More Text.

ସଚ୍ଚିଦାନନ୍ଦ ଗୁରୁକୁଳ ଅନ୍ତେବାସୀ ନିଆର ଢଙ୍ଗ ପାଳିଲେ ହୋଲି

ରାସାୟନିକ ହୋଲି ବଦଳରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ପାଳିଲେ ହୋଲି ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ କୌଣସି ରାସାୟନିକ ହୋଳି ବ୍ୟବହାର ନ କରି ପ୍ରାକୃତିକ ସାମଗ୍ରୀ ବୋଳାବୋଳି ହୋଇଥିଲେ ତତ୍ସହିତ ପିଲାମାନେ ମାନବ ପିରମିଟ ହୋଇ ଦହିହାଣ୍ଡି ଭାଙ୍ଗି ଆନନ୍ଦଉଲ୍ଲାସ ସହିତ ନିଆରା ଢ଼ଙ୍କରେ ପାଳିଥିଲେ ହୋଲି l ଅଧ୍ୟକ୍ଷ ଅଜିତ କୁମାର ବେହେରା ଓ ବିଷ୍ଣୁପଦ ବେରାଙ୍କ ତତ୍ତ୍ଵାବଧାନରେ ଯୋଗଗୁରୁ ରାକେଶ ମହାନ୍ତଙ୍କ ବତାଇଥିବା ଉପାୟରେ ଗୁରୁକୁଳର ପିଲାମାନେ […]

Read More Text.

ବିଭିନ୍ନ ପୂଜାମଣ୍ଡପରେ ବିଧାୟକ

ଆଗରପଡ଼ା :ଆଗରପଡ଼ା ରାମଗଡ଼ପଦା ମେଳଣ ପଡ଼ିଆରେ ବିଧାୟକ ସଂଜୀବ ମଲ୍ଲିକ ଉପସ୍ଥିତ ରହି ରାଧାବଲ୍ଲଭ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ହୋଲି ପର୍ବକୁ ପାଳନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ୍ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ବିଜେଡି ବରିଷ୍ଠ ନେତା ପ୍ରଶାନ୍ତ ଦାଶଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ସେହିପରି ଚାରିଗାଁ କାଳିପଡ଼ିଆରେ ରାମେଶ୍ୱର ଦୋଳମେଳନ ମହୋତ୍ସବରେ ଯୋଗ ଦେଇଥିଲେ ବିଧାୟକ ଶ୍ରୀ ମଲ୍ଲିକ ।

Read More Text.