ଚଳିତ ମଇ ମାସ ୧୦ତାରିଖ ରେ ଅନୁଷ୍ଠିତ ହେବ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା: ଜିଲ୍ଲା ଆଇନ ସେବା ପ୍ରାଧିକରଣ,ମୟୁରଭଞ୍ଜ, ବାରିପଦାଙ୍କ ତରଫରୁ ଚଳିତ ମଇମାସ ତା ୧୦-୦୫-୨୦୨5 ରିଖ (ଶନିବାର) ବାରିପଦାସ୍ଥିତ ସିଭିଲ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ ) ଚେକ ବାଉନ୍ସ, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଦୀୟ ବିଦ୍ୟୁତ, ଜଳ ବିଲ […]

Read More Text.

ଯୁଦ୍ଧ ପାଇଁ ମକ୍ ଡ୍ରିଲ୍, ବାଜିଲା ସାଇରନ୍

ଭୁବନେଶ୍ବର : ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍‌ ଡ୍ରିଲ୍‌। ରାଜଧାନୀ ଭୁବନେଶ୍ୱରରେ ବାଜିଲା ସାଇରନ। ଏଥିସହିତ ଏକାସାଙ୍ଗରେ କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱର, ରାଉରକେଲା, ଗଞ୍ଜାମର ଗୋପାଳପୁରରେ ମଧ୍ୟ ଏହି ଯୁଦ୍ଧ ସାଇରନ ବାଜିଛି। ବୋମା ବର୍ଷଣ ବେଳେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଯୁଦ୍ଧ ହେଲେ ଜନସାଧାରଣ କିପରି ନିଜ ଧନଜୀବନକୁ ସୁରକ୍ଷିତ ରଖିବେ ସେ ନେଇ ଆଜିର ଏହି ମକ୍‌ଡ୍ରିଲ୍‌। ଏଥିରେ କେହି ଭୟଭୀତ ହେବାର ନାହିଁ ବୋଲି ପରାମର୍ଶ ଦିଆଯାଇଛି। ପୁଣି […]

Read More Text.

ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ 30 ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଜନୈକ  ନାବାଳିକା କୁ ଅପହରଣ କରିବା ଏବଂ ତା ସହିତ ହୋଇଥିବା  ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡ଼ିହି କଲୋନୀ ସାହି  ଗ୍ରାମର ରବି ଏଲିଏସ ରବିନାରାୟଣ ଭୂୟାଁ (25) କୁ ଦଫା 363 ଏବଂ 366 ଉଭୟରେ   ଅନୁଯାୟୀ  ପାଞ୍ଚ […]

Read More Text.

‘ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରୁଛନ୍ତି’

ଭୁବନେଶ୍ୱର: ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ଏଥି ସହିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ନୂତନ ଏମରଜେନ୍ସି ୟୁନିଟର […]

Read More Text.

ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି

ଭୁବନେଶ୍ୱର,୬।୫: ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଯିଏ ଯିଏ ବୟକଟ ପୁରୀ କଥା କହିଛନ୍ତି ତା ଦ୍ୱାରା ପୁରୀ ଆଉଥରେ ଫୋକସକୁ ଆସିଛି । ପୁରୀ ପର୍ଯ୍ୟଟନ ଏହା ଦ୍ୱାରା ବିଲକୁଲ ବି ପ୍ରଭାବିତ ହେବ ନାହିଁ। ପୁରୀ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ କି କାହା ବୟ କଟ୍‌ ନାଲି ଆଖି ପୁରୀରେ କାମ ଦେବନି । ବାର […]

Read More Text.

ବଜାରରେ ମିଳୁଛି ନକଲି କ୍ଷୀର: ହୋଇଯାଆନ୍ତୁ ସାବଧାନ

ଜଗତସିଂହପୁର,୬।୫: ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଧରଣର ଚଢାଉ କରାଯାଇଛି। ଜିଲା ପ୍ରଶାସନର ୫ ଜଣିଆ ଟିମ୍‌ ଚଢ଼ାଉ କରି ବାଲିସାହି ଅଞ୍ଚଳରୁ ଏକ ନକଲି କ୍ଷୀର ଗୋଦାମ ଠାବ କରିଛି। ଗୋଦାମରୁ ଅପମିଶ୍ରିତ କ୍ଷୀର ସହ ବସ୍ତାବସ୍ତା ପାଉଡର୍‌ ଜବତ କରାଯାଇଛି। ଅନ୍ୟପକ୍ଷେ ଅପମିଶ୍ରିତ କ୍ଷୀର ଓମ୍‌ଫେଡ୍‌କୁ ସପ୍ଲାଏ କରାଯାଉଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚାଷୀଙ୍କଠାରୁ କ୍ଷୀର ନେଇ ଗୋଦାମରେ ପାଉଡର ପକାଇ ଅପମିଶ୍ରଣ କରାଯାଉଥିବା ଜଣାପଡିଛି।

Read More Text.

ନକ୍ସଲଙ୍କ ଟାର୍ଗେଟରେ ଗ୍ରାମବାସୀ: ପୁଣି ଜଣଙ୍କୁ ହତ୍ୟା

ମାଲକାନଗିରି: ସୀମାନ୍ତ ସୁକମା ଜିଲ୍ଲାର ଜଗରଗୁଣ୍ଡା ଥାନା ଅଂଚଳରେ ଗତକାଲି ଜଣେ ଗ୍ରାମବାସୀକୁ ନକ୍ସଲ ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ସୋମବାର ଅପରାହ୍ନ ୩ଟା ବେଳେ ସାଧା ପୋଷାକରେ ତାରଲାଗୁଡା ପଞ୍ଚାୟତର ବେନପାଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ତାରଲାଗୁଡା ପଞ୍ଚାୟତର ନାଏବ ସରପଞ୍ଚ ମୁଚାକି ରାମାକୁ ଖୋଜିଥିଲେ। ସ୍ଥାନୀୟ ଲୋକେ ମୁଚାକି ରାମାଙ୍କ ଘରକୁ ଦେଖାଇ ଦେଇଥିଲେ। ତେବେ ସାଧା ପୋଷାକରେ ଆସିଥିବା କିଛି ବ୍ୟକ୍ତି ତାଂକୁ ଘରୁ ଟାଣି ଆଣି ଦୌଡି ଦ୍ବାରା ରାମାର […]

Read More Text.

ମକ୍‌ ଡ୍ରିଲ୍‌ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଉଭୟ ଦେଶ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଅନେକ ଏହାକୁ ଯୁଦ୍ଧ ପରିସ୍ଥିତି ଭାବେ ଦେଖୁଛନ୍ତି। ଏହାରି ମଧ୍ୟରେ ଭାରତ ସରକାର ମେ’ ୭ ତାରିଖ ଦିନରେ ଦେଶରେ ମକ୍‌ ଡ୍ରିଲ୍‌ ପାଇଁ ଆଦେଶ ଦେଇଛନ୍ତି। ଦେଶର ୨୪୪ଟି ଜିଲ୍ଲାରେ ଆସନ୍ତାକାଲି ମକ୍‌ଡ୍ରିଲ କରାଯିବ, […]

Read More Text.
Qggxov1wqkjsv2u31xpb

ଅସ୍ତ୍ର ଛାଡ଼ି ସରଳ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଲେ ୧୪ ଜଣ ମାଓବାଦୀ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡେମ ପୁଲିସ ନିକଟରେ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଏସିଏମ ରାଙ୍କର ହୋଇଥିବା ବେଳେ ୪ ଜଣ ପାର୍ଟି ମେମ୍ବର, ୩ ଜଣ ଆରପିସି ମିଲିସିଆ, ଜଣେ କେଏଏମଏସ, ୪ ଜଣ ଭିସିଏମ ରେଙ୍କର ବୋଲି କୁହାଯାଇଛି। ଏମାନେ ଅସ୍ତ୍ର ଛାଡ଼ି ସରଳ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଦ୍ରାଦୀ କଥାଗୁଡେମ ଜିଲ୍ଲା ପୁଲିସ ଏସପି, ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଏହି ୧୪ […]

Read More Text.

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୁଦର୍ଶନ ପଟ୍ଟନାୟକ ଉକ୍ତ ଚିଠିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଦୀଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ପଶ୍ଚିମବଙ୍ଗ ସରକାରଙ୍କ ସମ୍ବୋଧିତ କରିବାର ନିଷ୍ପତ୍ତି ଉପରେ ଆପଣ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର […]

Read More Text.