ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩୦ ଆହତ

ଭୁବନେଶ୍ୱର: ଆଠଗଡ଼ର ଛତାବର ସ୍କୋୟାର ନିକଟରେ ଏକ ବସ୍ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଆହତ ହୋଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଉତ୍ସବରେ ଯୋଗଦେବା ପାଇଁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନେ ସମସରପୁର ପଞ୍ଚାୟତର ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବା […]

Read More Text.

ରାଉରକେଲାରେ ଦୁଇଟି ହତ୍ୟାକାଣ୍ଡ: ଦୁଇ ଯୁବକ ମୃତ, ଜଣେ ଗୁରୁତର

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସହରରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି l ଛେଣ୍ଡ କୋଅପରେଟିଭ କଲୋନିର ମୁକେଶ କରଙ୍କୁ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି l ତାଙ୍କର ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି l ଏଣେ ରାଉରକେଲା ଗାନ୍ଧୀରୋଡରେ ଜଣେ ଜରି ଗୋଟାଳିକୁ ବେକ କାଟି ନିର୍ମମ ଭାବେ ହତ୍ୟା କରାଯାଇଛି l ଏ ଦୁଇ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଉଭୟ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

Read More Text.

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା। ଅପରାହ୍ଣ ୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ। ଏଥିଲାଗି ବାଲିଯାତ୍ରା ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। […]

Read More Text.

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ

ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ ମୋବାଇଲ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ମୃତ କନଷ୍ଟେବଳ ମାର୍ଚ୍ଚ ୭ ତାରିଖରେ ବାଲେଶ୍ୱରରେ ତାଙ୍କ ପୋଲିସ ବାରାକରେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ହ୍ୱାଟ୍ସଆପ୍‌ରେ ଏକ ଭାବପ୍ରବଣ ଷ୍ଟାଟସ୍ ଶେୟାର କରିଥିବାରୁ ପୋଲିସ ରହସ୍ୟମୟ ମାମଲାରେ କିଛି ସୁରାକ ପାଇବା ପାଇଁ ତାଙ୍କ ଫୋନ୍ ଏବଂ […]

Read More Text.

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ରେ ଯୋଗ ଦେଲେ

କେନ୍ଦୁଝର : ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦.୪୦ରେ ରିଜର୍ଭ ପୋଲିସ ଗ୍ରାଉଣ୍ଡଠାରେ ପହଞ୍ଚି ସେଠାରୁ ଦିନ ୧୧ ଟାରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ୍‌ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟନଶିପ୍‌ରେ ଯୋଗ ଦେଇଥିଲେ। ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକୀର ମୋହନ ନାଏକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା […]

Read More Text.

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର  : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର କରିଛନ୍ତିି। ଉଦ୍ଧାର ଶିଶୁକୁ ସିଡବ୍ଳୁସିରେ ହାଜର କରାଯିବା ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଯାଇଛି । ଶିଶୁ ପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା କୁହାଯାଇଛି। ଶିଶୁ ଉଦ୍ଧାର ପରେ ବଲାଙ୍ଗୀର ଜିଲାରେ ଶିଶୁ ବିକ୍ରି […]

Read More Text.

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା: ମେ ୩ ଅନଲାଇନ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମରେ ୨୦୨୫-୨୬ ବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଛି। ମେ ୩ ତାରିଖ ଅନଲାଇନ ନାମଲେଖାର ଶେଷ ଦିବସ ଧାର୍ଯ୍ୟ ହୋଇଛି। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଥିବା ମୋଟ ୭ଟି ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ […]

Read More Text.

ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗ୍‌ର ୯ ଗିରଫ: ଦୁବାଇରୁ ଅପରେଟ୍‌ ହେଉଥିଲା ନକଲି ଟ୍ରେଡିଂ ଆପ୍‌

ରାଉରକେଲା: ରାଉରକେଲା ସାଇବର ଥାନା ପୁଲିସ ଏକ ଅନ୍ତର୍ଜାତୀୟ ସାଇବର ଠକ ରୢାକେଟ୍‌ର ପର୍ଦାଫାସ କରିଛି। ନକଲି ଟ୍ରେଡିଂ ଆପ୍‌ ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ଠକେଇର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ଛତିଶଗଡ଼ ରାୟପୁରର କିଶନ ଅଗ୍ରୱାଲ (୨୬) ଓ କୁନାଲ ଅଗ୍ରୱାଲ (୨୫)। ସେମାନଙ୍କ ସହ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଅର୍ଜୁନ ସିଂ (୨୭), ଛତିଶଗଡ଼ ଯଶପୁରର ଗିରିଧାରୀ ସିଂ (୨୪), ଛତିଶଗଡ଼ କୋର୍‌ବା ଜିଲ୍ଲାର ଅଜୟ କୁମାର (୨୫), ଛତିଶଗଡ଼ ବଲୌଦାବଜାରର […]

Read More Text.

୪ ଦଶନ୍ଧି ପରେ ନକ୍ସଲ ପ୍ରବଣ ଗାଁରେ ସାପ୍ତାହିକ ହାଟ ବସିଲା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଶହଶହ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। ଏପରିକି ଲୋକେ ପିଲାଙ୍କୁ ସ୍କୁଲ ପଠେଇବା ମଧ୍ୟ ବନ୍ଦ କରିଦେଇଥିଲେ। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ ସାପ୍ତାହିକ ହାଟଗୁଡିକକୁ ମଧ୍ୟ ନକ୍ସଲ ବନ୍ଦ କରିଦେଇଥିଲେ। ଏଭଳି ଏକ ସାପ୍ତାହିକ ହାଟ ହେଉଛି ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିବ। ଏଠାରେ ନୂଆରେ […]

Read More Text.

ମନୋରଞ୍ଜନଧର୍ମୀ ଶିକ୍ଷା ପ୍ରଦାନ ଜରିଆରେ ସୁଦୃଢ଼ କରାଯିବ ପ୍ରାଥମିକ ଶିକ୍ଷା – ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯାଇ ମଣ୍ଡଳପାଟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ର ଛାତ୍ରୀ ଜିଲ୍ଲା, ରାଜ୍ୟ ତଥା ଭାରତ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୈନ୍ୟ ବିଭାଗ ଓ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନେକ ଅବସର ନେଲେଣି। ନିକଟରେ ଦେଶ ମାତୃକାର ସେବାରେ ସହିଦ ହୋଇଥିବା ରାଜକିଶୋର […]

Read More Text.