People q

ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର : ଶ୍ବାସରୁଦ୍ଧ ହୋଇ ୪ ମୃତ ।  ପାଇଖାନା ଟାଙ୍କି ସଫା ବେଳେ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କ ଜୀବନ ଯାଇଛି ।  ନବରଙ୍ଗପୁର ଜିଲ୍ଲା ପଡ଼ଲଗୁଡ଼ାରେ ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଓ ମେଡିକାଲରେ ଜଣଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Read More Text.
Arrested 738x430 1

ମାଓବାଦୀ ୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା, ବିସ୍ଫୋରକ ଗୋଦାମ ମାଲିକ ଗିରଫ

ରାଉରକେଲା: ମାଓବାଦୀ ୪ ଟନ୍‌ ବିସ୍ଫୋରକ ସାମଗ୍ରୀ ଲୁଟ୍‌ ଘଟଣା। ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ। ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT। ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି। ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍‌ ଡ୍ରାଇଭର ମଧ୍ୟ ଅଟକ ରହିଥିବା ସୂଚନା ରହିଛି। ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍‌ କରିଛି ସୁନ୍ଦରଗଡ଼ ପୋଲିସ। ସୂଚନା ଥାଉକି କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ […]

Read More Text.
Img 20250602 wa0209

ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ତଥା  ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର  ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ ତଥା ସଚେତନ କରିବା ଉଦେଶ୍ୟ ରେ ଅନୁଷ୍ଠିତ […]

Read More Text.
Img 20250602 wa0178

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ, ମୋଟ ୧୯୧ ଅଭିଯୋଗର ହେଲା ଶୁଣାଣି 

ବାରିପଦା:  ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳ ୭ଘଟିକା ସମୟରେ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ  ଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଥିଲା . ଉକ୍ତ ଜନଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ,ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଆଇ ଏ ଏସ ପ୍ରୋବେଶନର ମିସ କାଶୀଷ ବକ୍ସି, ଜ଼ିଲ୍ଲା ପରିଷଦ […]

Read More Text.
Img 20250602 wa0151

ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ ତାଲିମ କାର୍ଯ୍ୟକ୍ରମ 

ବାରିପଦା: ଆଜି ୧୦.୦୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ସପ୍ତ ଦିବସୀୟ ସନ୍ତରଣ ଏବଂ ପାଣିରେ ବୁଡ଼ିଯିବା ଜନିତ ମୃତ୍ୟୁ ମୁଖରୁ ବଞ୍ଚିବାର ମୌଳିକ କୌଶଳ,  ପ୍ରଥମ ବ୍ୟାଚର ତାଲିମ କାର୍ଯ୍ୟକ୍ରମ ଲକ୍ଷ୍ମୀପୋଷି ସ୍ଥିତ ଓଏସଏପି, ପଞ୍ଚମ ବାଟାଲିୟନର ସମ୍ମିଳନୀ କକ୍ଷରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟୀ କଲେକ୍ଟର ଶ୍ରୀମତୀ ଶ୍ରଦ୍ଧା ସୁମନଙ୍କ କରକମଳରେ ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ଓଏସଏପି ର କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନାୟକ, ସମ୍ମାନିତ ଅତିଥି […]

Read More Text.
San

ବିଜେଡିରୁ ଢ଼େଙ୍କାନାଳର ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ବିତ

ଭୁବନେଶ୍ବର : ବିଜେଡିରୁ ବିଦା ହେଲେ ପୂର୍ବତନ ବ୍ଲକ୍‌ ସଭାପତି ବିଭୁ ପ୍ରସାଦ ଦେହୁରୀ। ଢ଼େଙ୍କାନାଳ ସଦର ବ୍ଲକ୍‌ର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦଙ୍କୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

Read More Text.
Sundargada

ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ କଲେ ସୁରକ୍ଷାକର୍ମୀ

ସୁନ୍ଦରଗଡ଼ : ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ।  ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗରୁ ୪ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା ।  ଏହି ଘଟଣାରେ ପୁଣି ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି ।  ଝାଡଖଣ୍ଡ ସରଣ୍ଡାରେ SOG, DVF, CRPF ଓ ଝାଡ଼ଖଣ୍ଡ ଜାଗୁଆରର ମିଳିତ ଅପରେସନରେ ବିସ୍ଫୋରକ ଜବତ କରାଯାଛି। ଗତ ସପ୍ତାହରେ କେ . ବଲାଙ୍ଗ ବାଙ୍କୋ ଖଣିକୁ ଟ୍ରକରେ ୪ ଟନରୁ ଅଧିକ ବିସ୍ଫୋରକ ଆସୁଥିବାବେଳେ ସନ୍ଦିଗ୍ଧ ମାଓବାଦୀ ଲୁଟି […]

Read More Text.
Police personnel stop vehicles l

କମିଲା ପରିବହନ ବିଭାଗର କ୍ଷମତା : ପୁଲିସ କରିବ ଗାଡ଼ି ଯାଞ୍ଚ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ପୁଲିସକୁ ମୋଟର ଯାନ ସମ୍ପର୍କିତ ସମସ୍ତ ଯାଞ୍ଚ କ୍ଷମତା ସହ ଜରିମାନା ଆଦାୟ କ୍ଷମତା ଦେବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପରିବହନ କମିସନର ଏକ ଚିଠି ଲେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ନିବେଦନ କରିଛନ୍ତି। ମୋଟର ଯାନ ଆଇନ(ଏମ୍‌ଭି ଆକ୍ଟ)- ୧୯୮୮ ଅନୁଯାୟୀ ସଂପ୍ରତି ପୁଲିସକୁ କିଛି କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତା ବଳରେ […]

Read More Text.
C

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ ସମ୍ପର୍ଣ୍ଣ କରିଦେଉଛନ୍ତି। ଯାହାଫଳରେ କି ପରମୁହୂର୍ତ୍ତରେ ଝିଅଟି ହିଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛି। ତେବେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରୟାସ […]

Read More Text.
Result

ବଢିଲା +୩ ନାମଲେଖା ଆବେଦନ ଅବଧି, ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର  : ବଢିଲା +୩ ନାମଲେଖା ଆବେଦନ ଅବଧି ।  ଜୁନ୍ ୪ତାରିଖ ଯାଏଁ କରିପାରିବେ ଆବେଦନ ।  ୪ ତାରିଖ ରାତି ୧୧ଟା ୪୩ ଯାଏ ଆବେଦନ କରିପାରିବେ ।  ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି  । ଜୁନ୍‌ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍‌ ୪ ତାରିଥ ରାତି ୧୧. ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ଏନେଇ ଉଚ୍ଚଶିକ୍ଷା ବିଭାଗ […]

Read More Text.