ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ବିଧାନସଭା ପରିସରରେ ଆଜି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଉତ୍କଳ ସମ୍ମିଳନୀର ସଦସ୍ୟ, ଗଜପତି ବିକାଶ ପରିଷଦର ବରିଷ୍ଠ କର୍ମକର୍ତ୍ତା, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। […]

Read More Text.

ଭାରସାମ୍ୟ ହରାଇ ପ୍ରୋଟେକ୍ସନ ୱାଲକୁ ପିଟିଲା ବାଇକ; ୨ ମୃତ, ଜଣେ ଗୁରୁତର

ଭଦ୍ରକ: ରାସ୍ତାକଡ ପ୍ରୋଟେକ୍ସନ ୱାଲରରେ ପିଟିହେଲା ବାଇକ୍ । ଘଟଣାରେ ୨ ଜଣଙ୍କର ମୃତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ବନ୍ତ ଛକ ଓଭର ବ୍ରିଜ ନିକଟରେ । ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏକ ବାଇକରେ ୩ ଜଣ ଯୁବକ ପଶ୍ଚିମବଙ୍ଗରୁ କଟକ ଅଭିମୁଖେ ଯାଉଥିବା ବେଳେ ବନ୍ତ ଛକ ନିକଟରେ […]

Read More Text.

୫ବର୍ଷ ପରେବି ସରୁନି ପଂଚାୟତ ଭବନ କାମ, ମଂଜୁର ଅର୍ଥ ପ୍ରଦାନରେ ବିଳମ୍ବ ନା ବିଭାଗୀୟ ଉଦାସୀନତା

ଆଗରପଡ଼ା :କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପଂଚାୟତର ଉନ୍ନତି ପାଇଁ ଚେଷ୍ଟିତ ହେଉଛନ୍ତି ସତ କିନ୍ତୁ ଯୋଜନାର ସଫଳ ରୂପାୟନ ନିର୍ଦ୍ଦିଷ୍ଟ ଏକ ସମୟସୀମା ମଧ୍ୟରେ ହେଉନଥିବାରୁ ଏହା ସରକାରଙ୍କ ଯୋଜନା ପ୍ରତି ଉପହାସ ସଦୃଶ ହେଉଛି । ତେଣୁ ଏଥି ପାଇଁ ମଂଜୁର ଅର୍ଥ ପ୍ରଦାନରେ ମିଳମ୍ବ ଘଟିବା ନା ବିଭାଗୀୟ ଉଦାସୀନାତା ଦାୟୀ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରଛି । ଏହିପରି […]

Read More Text.

ବିଦ୍ୟାଳୟ ପକ୍ଷରୁ ଜଳଛତ୍ର ଶିବିର

ଆଗରପଡ଼ା :ବନ୍ତ ବ୍ଳକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ଓ ସ୍କାଉଟ ଏଣ୍ଡ ଗାଇଡ଼ର ମିଳିତ ଆନୁକୁଲ୍ୟରେ କାଦବରାଙ୍ଗ ବଜାରରେ ଜଳଛତ୍ର ଶିବିର ବିଦ୍ୟାଳୟ ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ଦାସ,ଏସଏମସି ସଭାପତି ପ୍ରଶନ୍ନ ପଣ୍ଡା,ଅଲମିନି ସଭାପତି ସୁବଳକାନ୍ତ ପଣ୍ଡା ଏବଂ ଅବସରପ୍ରାପ୍ତ ଶିକ୍ଷକ ଅଦିତ୍ୟ ଜେନାଙ୍କ ଉପସ୍ଥିତିରେ ପଂଚାୟତର ପୂର୍ବତନ ସରପଂଚ ଭାଗିରଥି ସେଠୀ ଶୁଭାରମ୍ଭ କରିଥିଲେ । ଉକ୍ତ ଶିବିର ୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୬ […]

Read More Text.

ନାବାଳିକା ଦୁଷ୍କର୍ମକାରୀ କୁ ୨୭ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା : ଏକ ଜନୈକା  ନାବାଳିକା ସହିତ ହୋଇଥିବା  ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ରାହାଡିଗଡା ଗ୍ରାମର ଚୈତନ ଏଲିଏସ ମଙ୍ଗଲ ସୋରେନ (35) କୁ ଦଫା 4 ଅଫ ପୋକ୍ସ ଆକ୍ଟ ଏବଂ 376(2)(i) ଧାରା ଅନୁଯାୟୀ ଉଭୟରେ ଦଶ ବର୍ଷ ଲେଖାଏଁ […]

Read More Text.

ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ : ବିବାହ ଶୋଭାଯାତ୍ରାରେ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ

ବାଙ୍କୀ: ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା । ବାଙ୍କୀରେ ଗାଡ଼ି ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ । ତିଗିରିଆ ଥାନା ବିନ୍ଧାଣିମା ଗାଁର ପ୍ରାୟ ଶହେରୁ ଅଧିକ ବରଯାତ୍ରୀ ବୈଦେଶ୍ୱର ଗାଁରୁ ବିବାହ ସ୍ଥଳକୁ ପ୍ରସେସନ୍ କରି ଯାଉଥିବା ବେଳେ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ କାର ସାଇଡ ମରାକୁ ନେଇ ତୁମୁଳକାଣ୍ଡ ଘଟିଛି । ବରଯାତ୍ରୀ ଦଳ ପକ୍ଷରୁ ଆସିଥିବା ଯୁବକ ମାନେ ଉନ୍ମତ୍ତ କାଣ୍ଡ ଭିଆଇ ଥିଲେ। ଖଣ୍ଡାରେ ଗୋଡ଼ାଇ […]

Read More Text.

ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ NIA ଟିମ୍‌, ପତ୍ନୀ ଓ ପୁଅଙ୍କୁ କରୁଛନ୍ତି ପଚରାଉଚରା

ବାଲେଶ୍ଵର: ବାଲେଶ୍ଵରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଟିମ । ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ NIA ଟିମ୍ । ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛନ୍ତି NIA ଟିମ୍‌ । ସୂଚନା ଅନୁସାରେ ୨୨ ତାରିଖରେ ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାଓଁରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି […]

Read More Text.

ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ନିୟୋଜିତ ହେଲେ ସ୍ଵତନ୍ତ୍ର ବାହିନୀ, ୨୮ ପୂର୍ବରୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ନିୟୋଜିତ ହେଲେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟଙ୍କ ସହ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ଓ ତିନିଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ। ଆସନ୍ତା ୨୮ ତାରିଖ ପୂର୍ବରୁ ଏମାନଙ୍କୁ ଡ୍ୟୁଟିରେ ଯୋଗଦେବାକୁ ବା ଦାୟିତ୍ୱ ନେବାକୁ ପୋଲିସ ହେଡକ୍ୱର୍ଟରର ଅତିରିକ୍ତ ଡିଜିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଭାବେ ତାପସ ରଞ୍ଜନ ଦାସଙ୍କୁ ନିୟୋଜିତ କରାଯାଇଛି। […]

Read More Text.

କଟକରେ ତିନି ପାକିସ୍ତାନୀ ନାଗରିକ, କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

କଟକ : କଟକରେ ତିନି ଜଣ ପାକିସ୍ତାନ ନାଗରିକ ଅଛନ୍ତି । ବିଭିନ୍ନ ଭିସା ବଳରେ ସେମାନେ ଭାରତ ଆସିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ। ଚିହ୍ନଟ କରି ଗୃହ ବିଭାଗକୁ ତଥ୍ୟ ଦେବ ପୋଲିସ । ଗୃହ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପରେ ପଦକ୍ଷେପ ଗ୍ରହଣ କରିବ ପୋଲିସ । ସେହିପରି ଭୁବନେଶ୍ବରରେ ମଧ୍ୟ ଜଣେ ପାକିସ୍ତାନୀ ମହିଳା ରହୁଥିବାର ସୂଚନା ମିଳିଛି । ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ […]

Read More Text.

ନିର୍ମାଣାଧୀନ ଘରୁ ମିଳିଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଘଟିଛି ଲଜ୍ଜାଜନକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟାଙ୍କ କ୍ଷତାକ୍ତ ମୃତଦେହକୁ ଶନିବାର ସକାଳେ ପାଟପୁର ପୋଲିସ ଜବତ କରି ଛାନ୍‌ଭିନ୍‌ ଚଳାଇଛି। ଗତ ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ ସହ ଅଜା ଘର ଗାଁକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ନିକଟରେ ସାଙ୍ଗସାଥୀଙ୍କ ସହ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ଏନେଇ ଯାତ୍ରା […]

Read More Text.