୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, ଅର୍ଥାଭାବରୁ ଅଧପନ୍ତରିଆ ଅବସ୍ଥାରେ କଲ୍ୟାଣମଣ୍ଡପ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠିକ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ତେଣୁ ଜନ କଲ୍ୟାଣରେ କଲ୍ୟାଣମଣ୍ଡପ କେବେ ଲାଗିବ […]

Read More Text.

‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଭୁ‌ବନେଶ୍ବର: ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି।ସ୍ୱାସ୍ଥ୍ୟସେବାରେ ବଡ଼ ଭୂମିକା ଗ୍ରହଣ କରିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହେଲେ। ତେବେ […]

Read More Text.

ବିଜେପି ସରକାରର ଅପାରଗତା ବିରୁଦ୍ଧରେ ସିପିଆଇ ର ବିକ୍ଷୋଭ 

ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦର ଆହ୍ବାନ କ୍ରମେ, ବିଜେପି ସରକାରର ଅପାରଗତା ବିରୁଦ୍ଧରେ ରାଜ୍ୟ ବ୍ୟାପୀ ବିକ୍ଷୋଭ, ପ୍ରତିବାଦର ଅଂଶ ବିଶେଷ ଭାବେ ସିପିଆଇ ସାରସକଣା ଜୋନ୍ ପକ୍ଷରୁ ବିଡ଼ିଓ ସାରସକଣା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସାଥୀ ପରମେଶ୍ବର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜନଦାଵୀ ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ବିଦ୍ୟୁତ କାଟ ବନ୍ଦ କରିବା, ସ୍ମାର୍ଟ ମିଟର ଉଚ୍ଛେଦ ସହ […]

Read More Text.

୫୧ ଜଣ ଅବସରପ୍ରାପ୍ତ ଶିକ୍ଷକ / ଶିକ୍ଷୟତ୍ରୀ ସମ୍ବର୍ଦ୍ଧିତ 

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ବାଇଗଣବାଡିଆସ୍ଥିତ ବି ବି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ କୁଳିଅଣା ବ୍ଲକର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଦିଲ୍ଲୀପ କୁମାର ପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟା ସବିତା ବାଗ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ଶିକ୍ଷକମାନେ ଚାକିରୀ ଜୀବନରୁ […]

Read More Text.

ପହଲଗାମରେ ଆତଙ୍କୀ ଙ୍କ ଗୁଳିରେ ପ୍ରାଣ ହରାଇଥିବା ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି

ବାରିପଦା : ରେଡ ଗ୍ରୀନ ଫାଉଣ୍ଡେସନ ଓ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି I ତତସହିତ ସେମାନଙ୍କର ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର […]

Read More Text.

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ପୁରସ୍କୃତ ପ୍ରାପ୍ତ ହାଟବାଦଡା ପଞ୍ଚାୟତର ସରପଞ୍ଚଙ୍କୁ ସ୍ବାଗତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର‌  ହାଟଵାଦଡା ପଞ୍ଚାୟତକୁ କେନ୍ଦ୍ରସରକାର ଜାତୀୟ  ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ  ଗ୍ରାମପଞ୍ଚାୟତ ଭାବେ ସର୍ବ ଭାରତୀୟ  ସ୍ତରୀୟ ସ୍ତରରେ ଦିତୀୟ  ଶ୍ରେଷ୍ଠ ସମ୍ମାନରେ ହାଟଵାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ମାନିତ କରିଥିଲେ ।ଆଜି ହିଟବାଦଡାଠାରେ ଅଂଚଳ ବାସୀଙ୍କ ତରଫରୁ ହାଟବାଦଡାର ସମ୍ମାନକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣିତ କରିଥିବା ସରପଞ୍ଚ ଶ୍ରୀମତୀ  ସୋରେନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ହାଟବାଦଡା ବଜାରରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ […]

Read More Text.

ଅବକାରୀ ଅଧୀକ୍ଷକଙ୍କ ଗାଡିରୁ ୩ ଲକ୍ଷ ଜବତ

ଢେଙ୍କାନାଳ : ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ଯିବାବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରି ମାଡ଼ିବସିଛନ୍ତି। ସୂଚନା ଅନୁସାରେ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଲକ୍ଷାଧିକ ଟଙ୍କା ନେଇ କୁଆଡ଼େ ଯାଉଥିବା ନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଭିଜିଲାନ୍ସ ଟିମ୍‌ ଏକ ବଡ଼ଧରଣର ଚଢ଼ଉ […]

Read More Text.

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ ପାଇଁ ଏହାର ଉପଯୋଗୀତା ବିଷୟରେ ବୁଝିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଶାଳିନୀ ପଣ୍ଡିତ ଯାଦୁପେଡି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ, ଛୋଟ ଛୋଟ ପିଲାମାନେ ନିଜ […]

Read More Text.

ଦୟାନଦୀ ପାଇଁ ଜହର ପାଲଟିଛି ଗଙ୍ଗୁଆ ଜଳ, ବଢୁଛି ଚର୍ମ ଓ ପେଟଜନିତ ରୋଗ

ଭୁବନେଶ୍ବର : ଅତୀତରେ ହଜାର ହଜାର ଚାଷୀଙ୍କ ଜୀବନରେଖା ପାଲଟିଥିବା ଚିରସ୍ରୋତା ଗଙ୍ଗୁଆନଦୀ ଆଜି ସଂପୂର୍ଣ୍ଣ ପ୍ରଦୂଷିତ । ଦିନେ ଯେଉଁ ଗଙ୍ଗୁଆନଦୀର ଜଳକୁ ଲୋକେ ପିଉଥିଲେ, ନଦୀରେ ଗାଧୋଉଥିଲେ, ଚାଷରେ ବ୍ୟବହାର କରୁଥିଲେ, ଆଜି କିନ୍ତୁ ସେଇ ନଦୀର ଜଳକୁ ଛୁଇଁବାକୁ ଲୋକେ ଡରୁଛନ୍ତି । ଗଙ୍ଗୁଆନଦୀର ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି । ସୁବଠାରୁ ବଡ କଥା ହେଲା, ଦୟାନଦୀରେ ମିଶିଥିବା ଏହି ଗଙ୍ଗୁଆର ବିଷାକ୍ତ ଜଳ ଯୋଗୁଁ ଦୟାନଦୀର ଜଳ ପ୍ରଦୂଷିତ […]

Read More Text.

 ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଫୁଟିଲା ଗୁଳି : ଜଣେ ଆହତ

ସୁନ୍ଦରଗଡ଼: ରାଜଗାଙ୍ଗପୁରରେ ଆଜି ଅପରାହ୍‌ଣରେ ଗୁଳିଫୁଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। କିଛି ସାଙ୍ଗ ବନ୍ଧୁକ ଧରି ମସ୍ତି କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଆହତ ବ୍ୟକ୍ତି ହେଲେ ମହମ୍ମଦ ସମସେର (୨୧)। ଆଜି ଅପରାହ୍‌ଣ ଅଢ଼େଇଟାରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର ବାଣ୍ଠୁପଡା ଠାରେ କିଛି ଯୁବକ ଏକତ୍ର ହୋଇ ନିଶା ସେବନ କରିବା ପରେ ବନ୍ଧୁକ ଟ୍ରାଏଲ କରୁଥିଲେ। ଏହି ସମୟରେ […]

Read More Text.