Shimilipal

ଶିମିଳିପାଳରେ ବଢୁଛି ବାଘ ସଂଖ୍ୟା, ପୁଣି ୩ ଟି ଛୁଆ ଜନ୍ମ ଦେଲା କଳା ବାଘୁଣୀ T20

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଉଛି ବାଘ ସଂଖ୍ୟା। ପୁଣି ୩ ଟି ଛୁଆ ଜନ୍ମ ଦେଇଛି କଳା ବାଘୁଣୀ T20। କ୍ୟାମେରା ଟ୍ରାପରେ କଏଦ ହେଲା ଚିତ୍ର। ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ ବୋଲି ପୂର୍ବରୁ NTCA ଘୋଷଣା କରିସାରିଛି । ବ୍ୟାଘ୍ର ସଂଖ୍ୟା ବୃଦ୍ଧି ସହ […]

Read More Text.
Image 51

ଡ୍ରାଇଭର ସଂଘରେ ଫାଟ; ମୁହଁ ଖୋଲିଲେ ସଭାପତି ପ୍ରଶାନ୍ତ ମେଣ୍ଡୁଲି

ଭୁବନେଶ୍ୱର: ଡ୍ରାଇଭର୍ ସଂଘରେ ଫାଟ ନେଇ ସଂଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କାନ୍ଦି କାନ୍ଦି ଭିଡିଓ ଜାରି କଲେ ମେଣ୍ଡୁଲି । ଡ୍ରାଇଭର୍ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି ବୋଲି ସେ କହିଛନ୍ତି । ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ ବୋଲି କହିଲେ ପ୍ରଶ୍ରାନ୍ତ । ସେ ଆହୁରି କହିଛନ୍ତି ଯେଉଁ ଭାଇମାନେ ଗାଡ଼ି ଚଲାଇବେ ଆଗକୁ ସମସ୍ତଙ୍କ ଫଟୋ ଉଠାଯିବ । […]

Read More Text.
Nav

ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ

ଭୁବନେଶ୍ବର :  ଆଜି ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ୍ ର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ ।  ଜୁନ ୨୨ରେ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ସର୍ଜରୀ ହୋଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ ଶୁଭେଛୁଙ୍କ ଭିଡ଼ ଲାଗିଛି  ।  ଗତମାସ ଜୁନ ୨୦ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ […]

Read More Text.
Screenshot 2025 07 12 152622 750

ଅଧ୍ୟାପକଙ୍କ ଦୁର୍ବ୍ୟବହାର ସହିନପାରି ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ୱର: ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ସ୍ଥିତ ଫକୀର ମୋହନ ମହାବିଦ୍ୟାଳୟରେ । କଲେଜର ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ଗୁରୁତର ଛାତ୍ରୀଙ୍କୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀ ଉଦ୍ଧାର କରି ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ […]

Read More Text.
Mao 32

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ, ବିପୁଳ ବିସ୍ଫୋରକ ଜବତ

ରାଉରକେଲା : ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସିଆରପିଏଫ ୨୦୯ ବାଟାଲିଅନର କୋବ୍ରା ବାହିନୀ ଚାଇବାସା ପୋଲିସ । ଜଙ୍ଗଲ ଭିତରେ ୫ ବଙ୍କର ଠାବ ହୋଇଥିଲା ।  ଏଥିରୁ ବହୁ ପରିମାଣର ବିସ୍ଫୋରକ ଓ ବୋମା ତିଆରି ସାମଗ୍ରୀ ମିଳିଛି […]

Read More Text.
Presicent droupadi murmu i day e

ଓଡ଼ିଶା ଆସୁଛନ୍ତି ମହାମହିମ; କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତା ୧୪ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ୧୪ ତାରିଖ ଅପରାହ୍ନରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । […]

Read More Text.
Juel

ଆଉ ନିର୍ବାଚନ ଲଢ଼ିବିନି, ଯୁବ ପିଢ଼ିକୁ ବାଟ ଛାଡ଼ିବି: ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ସମ୍ବଲପୁର : ସମ୍ବଲପୁରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ । ରୋଜଗାର ମେଳାରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ଜୁଏଲ ଓରାମ ।  ଏହି ଅବସରରେ ଜୁଏଲ କହିଥିଲେ ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ ।  ଯୁବ ପିଢ଼ିକୁ ବାଟ ଛାଡ଼ିବି । ସୂଚନା ଅନୁସାରେ ନିଜ ରାଜନୈତିକ କ୍ୟାରିୟରରେ ଜୁଏଲ୍ ୧୦ ଥର ନିର୍ବାଚନ ଲଢ଼ିଛନ୍ତି । ସେ ୮ ଥର ଏମପି ଏବଂ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ […]

Read More Text.
Odisha college students 668x430

ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗର ଯୋଜନା

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ କୁହାଯାଉଛି ସେପ୍ଟେମ୍ବର ତୃତୀୟ ସପ୍ତାହ ଯଥା ୧୫ କିମ୍ବା […]

Read More Text.
Cheater

ଚାକିରି ଦେବା ନାଁରେ ଠକେଇ, ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା

ବାଲେଶ୍ଵର  : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା । ଏଭଳି ଦୁଇ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଏହି ରାକେଟରେ ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ବାଲେଶ୍ଵର ଜିଲ୍ଳା ସଦର ବ୍ଲକ୍ ଗୋଷେଇଁ ପାଟଣା ଗାଁର ଗୋପୀନାଥ ଗାହାଣ ଏବଂ […]

Read More Text.
Detentions bengali 750x375 1

ବାଂଲାଦେଶୀ ସନ୍ଦେହରେ ଅଟକ ଥିବା ୧୦୧ ଜଣଙ୍କୁ ମୁକ୍ତ କଲା ଓଡିଶା

ଭୁବନେଶ୍ୱର: ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ସନ୍ଦେହରେ ଝାରସୁଗୁଡା ଜିଲ୍ଲାର ହୋଲ୍ଡିଂ ସେଣ୍ଟରରେ ଅଟକ ଥିବା ଆଉ ୧୦୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ମୁକ୍ତ କରିଛି। ସୋମବାର ଠାରୁ ୪୪୭ ଜଣଙ୍କୁ ବାଂଲାଦେଶୀ ସନ୍ଦେହରେ ପୋଲିସ ଗିରଫ କରିଥିଲା। ୩୦୨ ଜଣଙ୍କୁ ଭାରତୀୟ ନାଗରିକ ବୋଲି ନିଶ୍ଚିତ ହେବା ପରେ ସେମାଙ୍କୁ ଛାଡି ଦିଆଯାଇଥିଲା। ଜନ୍ମଗତ ପ୍ରମାଣପତ୍ର, ଭୋଟର ପରିଚୟପତ୍ର କିମ୍ବା ଜମି ପଟ୍ଟା ଭଳି ଅତି କମରେ ଦୁଇଟି ଡକ୍ୟୁମେଣ୍ଟ ବ୍ୟବହାର କରି ପୋଲିସ […]

Read More Text.