ତାସ ଖେଳକୁ ନେଇ ନାବାଳକକୁ ଛୁରୀ ଭୁଷି ହତ୍ୟା କଲା ନାବାଳକ

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ଥାନା ରୋତ୍‌ ଗାଁ’ରେ ଜଣେ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ନାବାଳକ ହେଲେ ରୋତ ଗାଁ’ର ରମେଶ ପଟେଲଙ୍କ ପୁଅ ସାହିଦ୍‌ ପଟେଲ (୧୪)। ଗାଁ’ର ପ୍ରାଥମିକ ବିଦ୍ୟାଳୟ ନିକଟ କ୍ଲବରେ ତାସ ଖେଳ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୧୧ଟାରେ ସାହିଦ୍‌, କୁନାଲ ବରିହା, ଚନ୍ଦନ ପଟେଲ ଓ ଶିବା ସିନ୍ଦୁର ମିଶି […]

Read More Text.

ନଭେମ୍ବର ୨୪ରୁ ବାଲିଯାତ୍ରା, ଉଭୟ ପଡିଆ ପାଇଁ ସରକାରଙ୍କୁ ପ୍ରସ୍ତାବ

କଟକ:ଚଳିତବର୍ଷ  କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।  ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା ଆୟୋଜନ କରାଯିବ। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ କରିବାକୁ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତାହା ସହ ମହୋତ୍ସବକୁ ଅଧିକ ଆକର୍ଷଣୀୟ  ଓ ଲୋକାଭିମୁଖୀ କରିବା […]

Read More Text.

ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର

ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା ।  ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ ।  ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଦୁଇ ଜଣ ଶ୍ବଶୁର ଓ ବୋହୂ ବୋଲି ଜଣାପଡିଛି। ନିଖୋଜ ଗୁନ୍ଦାନା ମଳିକ ଓ ରାଇଙ୍ଗୀ ମଳିକ ବାଲିଗୁଡା ଥାନା ପଲାମୀ ଗାଁର […]

Read More Text.

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ ଆସି ସୁରେନ୍ଦ୍ରଙ୍କ ଗୋଡ଼, ହାତ, ପାପୁଲିକୁ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏଥିରେ କିଛି ଅପରାଧୀ ସଂପୃକ୍ତ ଥିବା ପ୍ରାଥମିକ […]

Read More Text.

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ବାରିପଦା : ‌ହିନ୍ଦୁ ସଂସ୍କୃତିରେ ଭାଇ ଭଉଣଘର ପବିତ୍ର ସଂପର୍କ ଓ ସ୍ନେହ ମମତା ପରଂପରା ସାରା ବିଶ୍ବରେ ଅନନ୍ୟ ଓ ଅବର୍ଣ୍ଣନୀୟ । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର ସଦସ୍ୟ ବୃନ୍ଦ ପବିତ୍ର  ରକ୍ଷାବନ୍ଧନ ଉଦ୍ଦେଶ୍ୟରେ ଆଜି ମୟୂରଭଂଜ ଜିଲ୍ଲାର ଵହଳଦା ଧରଣୀଲାଲ କଲେଜରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ  ,ଛାତ୍ରଛାତ୍ରୀମାନେ  ମଥାରେ ଅରୁଆ ଚାଉଳ,ସିନ୍ଦୁର ଲଗାଇ ହାତରେ ପବିତ୍ର ରାକ୍ଷୀ ବାନ୍ଧି ସମ୍ମାନ ଜଣାଇଥିଲେ । ଏଥି ସହିତ  ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର […]

Read More Text.

ଆଦର୍ଶ ଆଇକନିକରେ ପଢିବେ ରାଇରଙ୍ଗପୁର ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ର 

ବାରିପଦା : ରାଇରଙ୍ଗପୁର ଆଦର୍ଶ ସ୍କୁଲରେ ୨ ଜଣ ଛାତ୍ର ଚଳିତବର୍ଷ ଭୁବନେଶ୍ବରସ୍ଥ ଆଇକନିକ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।ସୂଚନାଯୋଗ୍ୟ ଭୁବନେଶ୍ଵର ଆଇକନିକ ଆଦର୍ଶ ବିଦ୍ୟାଳୟରେ  ଏକାଦଶ ଓ ଦ୍ଵାଦଶ ପଢ଼ିବା ପାଇଁ ରାଜ୍ୟ ସ୍ତରରେ ସମସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ  ପାଇଁ ଏକ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଦଶମ ଶ୍ରେଣୀରେ‌  ଯେଉଁମାନେ ଶତକଡା ୯୦ ରୁ ଅଧିକ ମାର୍କ ରଖିଥାନ୍ତି ସେହିମାନେ କେବଳ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ […]

Read More Text.

ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ 

ବାରିପଦା : ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାରକୁ କବର ଦେଇ, ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ( ଏମ୍ ଏମ୍ ଡ ଆର୍) ସଂଶୋଧନ ଆଇନ୍ -୨୦୨୬ ପ୍ରଣୟନ କରି ସ୍ଵର୍ଣ୍ଣ ପ୍ରସୂ ଓଡ଼ିଶା ଗର୍ଭକୁ ଚିରି ଖଣିଜ ସମ୍ପଦର ମାଲିକାନା ଛଡାଇ ନେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ଵାଧୀନ ବିଜେପି ସରକାର । ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ […]

Read More Text.

 ଦେଶ ପାଇଁ ଚୀନରେ ଖେଳିବେ ସନ୍ଧ୍ୟାରାଣୀ 

ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ରତା ବାରିପଦା  : ପ୍ରତିଭା ଆଗରେ ହାର ମାନିଲା ଦାରିଦ୍ର୍ୟ l ଏହିଭଳି ଏକ ଉଦାହରଣ ଆଜି ଦେଖିବାକୁ ମିଳିଅଛି ଖେଳ ଜଗତରେ  l ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଅତି ସାଧାରଣ ଚାଷୀ ପରିବାରର ଝିଅ ସନ୍ଧ୍ୟାରାଣୀ ଟୁଡୁ ନିଜର ଦୃଢ ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଚୀନ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ ରଗବି ସେଭେନ୍ସ ସିରିଜରେ ଭାରତୀୟ ବରିଷ୍ଠ ମହିଳା ଦଳରେ ସ୍ଥାନ […]

Read More Text.

ଗୁଣିଆର ଚେରମୂଳି ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ

କନ୍ଧମାଳ :  ଗୁଣିଆ ଠାରୁ ଔଷଧ ଖାଇ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ୍ କଟ୍ରିଙ୍ଗିଆ ପଞ୍ଚାୟତ ନେଡିପଙ୍ଗା ଗାଁର ଦୃଶ୍ୟ । ବିବାହର ଅନେକ ବର୍ଷ ପରେ ମଧ୍ୟ କୈାଣସି ସନ୍ତାନ ନହେବାରୁ ଗୁଣିଆ ଠାରୁ ଚେର ମୂଳି ଆଣି ଖାଇଥିଲେ ଦମ୍ପତି । ସ୍ତ୍ରୀ ଲଳିତା କହଁର ଓ ସ୍ଵାମୀ କାହ୍ନୁ ଚରଣ କହଁର ଚେର ମୂଳି ଖାଇ ଗତକାଲି ରାତିରେ ହଠାତ୍ ଅଚେତ୍ ହୋଇ ପଡ଼ିଥିଲେ । ଏନେଇ […]

Read More Text.

ସେପ୍ଟେମ୍ବର ୨୨ରୁ ବିଧାନସଭା ଅଧିବେଶନ, ରହିବ ୯ କାର୍ଯ୍ୟ ଦିବସ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ । ଚିଠା କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୨, ୨୩ ଓ ୨୪ ତାରିଖ ଲଗାତାର ତିନି ଦିନ ବିଧାନସଭାରେ ସରକାରୀ କାର୍ଯ୍ୟ ରହିବ । ଆସନ୍ତା ୨୫ ବେସରକାରୀ କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି […]

Read More Text.