69531530

ବାଣୀବିହାରରେ ଅପରେସନ ଅଲଆଉଟ୍‍ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି । ସୁରକ୍ଷା ପାଇଁ  ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । […]

Read More Text.

ଗଛରେ ପିଟିହେଲା ବାଇକ୍ , ଦୁଇ ମୃତ

ନରସିଂହପୁର  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ମୃତ । କଟକ ଜିଲ୍ଲା ଜିଲିଣ୍ଡା ଥାନା ସରଧାପୁର ଠାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଦୁଇ ଜଣଙ୍କ ମୃତ୍ୟୁ ଘଟିଚି । ମୃତକ ହେଲେ ସଞ୍ଜୟ ନାୟକ ଓ ମିଥୁନ ନାୟକ । ଘଟଣାସ୍ଥଳରେ ଜିଲିଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More Text.
Screenshot 2025 09 11 155130

ଅପରେସନ୍ ପ୍ରହାର: ନିଶାଦ୍ରବ୍ୟ ଚାଲାଣ ମାମଲାରେ ୭ଦିନରେ ୧୫୭ ଗିରଫ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ତରଫରୁ “ଅପରେସନ୍ ପ୍ରହାର” ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଚଢ଼ାଉ ବେଳେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ […]

Read More Text.
Manoj

ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ମହା ନିର୍ଦ୍ଦେଶକ, ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବ, […]

Read More Text.
Screenshot 2025 08 21 145302 750x430 1

ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା […]

Read More Text.
Screenshot 2025 09 11 132150

ଭୁବନେଶ୍ୱରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଏଥିଲାଗି ଜମି ଚିହ୍ନଟ ସରିଛି। ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ। ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ନିର୍ମାଣ ହେଉଛି। ସରକାର ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା […]

Read More Text.
Screenshot 2025 09 11 115452

ପୂଜା ପ୍ରସ୍ତୁତି ବୈଠକ: NOC ନନେଲେ ମଣ୍ଡପକୁ ମିଳିବନି ପୂଜା ଆୟୋଜନ ଅନୁମତି

କଟକ: କଟକରେ ଏନଓସି ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ ଆବେଦନ କରିଛନ୍ତି । ୪୦ଟି ମଣ୍ଡପ NOC ପାଇଁ ଆବେଦନ କରି ନାହାନ୍ତି । ଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି କୁହାଯାଇଛି । ପୂଜା ପେଣ୍ଡାଲ ସମେତ ରାବଣ ପୋଡି, ମୀନାବଜାର, […]

Read More Text.
Img 20250910 wa0274

ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ରାଉରକେଲା ଓ କରଞ୍ଜିଆର ନାଟକ ମଞ୍ଚସ୍ଥ

ବାରିପଦା : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ : ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୫ମ ସନ୍ଧ୍ୟାରେ ପ୍ରଥମେ ରଙ୍ଗମଞ୍ଚ, ରାଉରକେଲା ପ୍ରସ୍ତୁତ ନାଟକ “ଜୀବନ ଯେମିତି” ମଞ୍ଚସ୍ଥ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା ଓ ସମ୍ମାନୀୟା ଅତିଥି ଭାବେ ସୁନାମଧନ୍ୟା କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ସଭାପତି ଡଃ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ […]

Read More Text.
Img 20250910 wa0261

୧୧୫ ଜଣ ଛାତ୍ରଛାତ୍ରୀ କରିଲେ ଚକ୍ଷୁ ପରୀକ୍ଷା 

ବାରିପଦା : ସ୍ଥାନୀୟ ଲାଲବଜାର ପ୍ରାଥମିକ ବିଦ୍ୟାଳୟ ପରିସରରେ ୪ ଦିନ ଭିତରେ ବାରିପଦା, ବେତନଟୀ ଓ ଶାମାଖୁଣ୍ଟା ବ୍ଲକର ମୋଟ ୧୧୫ ଜଣ ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ରାଶଗୋବିନ୍ଦପୁର ସ୍ଥିତ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ବିଶେଷଜ୍ଞ ରାଜେଶ ପାଲ ଓ ଗୀତା ମୁର୍ମୁଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଉପଯୁକ୍ତ ଚଷମା ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା I ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା […]

Read More Text.
Img 20250910 wa0260

ବିଶ୍ୱ ସାକ୍ଷରତା ଦିବସରେ ଶିକ୍ଷକ ସୋମନାଥ ସିଂହ ସମ୍ବର୍ଦ୍ଧିତ 

ବାରିପଦା : ସ୍ଥାନୀୟ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ବିଶ୍ୱ ସାକ୍ଷରତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ, ବାରିପଦା ଦ୍ୱାରା ଶିକ୍ଷକ ସୋମନାଥ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ କ୍ଲବ ତରଫରୁ ତାଙ୍କୁ ସମ୍ମାନଜନକ “ନେସନ ବିଲଡର ଟିଚର” ଭାବେ ସମ୍ମାନିତ କରାଯଇଛି I ରୋଟାରୀ କ୍ଲବର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ […]

Read More Text.