Rr

ଧର୍ଯ୍ୟ ଓ ପରିଶ୍ରମ ବଳରେ ସଫଳତା ପାଇଲେ ବଡ଼ସାହିର ଜୟଶ୍ରୀ ଦଳେଇ

ବାରିପଦା : ବଡ଼ସାହି ବ୍ଲକ କଇଁଶାଳି ଗ୍ରାମର ବିଶ୍ୱଜିତ ଦଳେଇ ଓ କଳ୍ପଲତା ଦଳେଇଙ୍କ କନ୍ୟା ତଥା ଗଜପତି ଜିଲ୍ଲାର ଲୁଗାଗୁଡ଼ି ଗ୍ରାମର ସ୍ବର୍ଗତଃ ଭିକାରୀ ଚରଣ ପାତ୍ର ଓ ସ୍ବର୍ଗତାଃ କୃଷ୍ଣା ପାତ୍ରଙ୍କ ପୁତ୍ରବଧୂ ଜୟଶ୍ରୀ ଦଳେଇ ଓଡିଶା ପ୍ରଶାସନିକ ସେବା ପରୀକ୍ଷା -୨୦୨୩ରେ ୨୩୧ ରାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ଜୀବନରେ ସେ ଜଣେ ଅଧ୍ୟବସାୟୀ ମେଧାବୀ ଛାତ୍ରୀ ଭାବେ ପରିଚିତା ଥିଲେ। ସେ ୨୦୦୭ ମସିହାରେ ବଡ଼ସାହି ଉଚ୍ଚ ବିଦ୍ୟାଳୟରୁ […]

Read More Text.
River 2

ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ, ଜଣେ ଗୁରୁତର

ବ୍ରହ୍ମପୁର : ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନଦୀରେ ବୁଡି ଜଣେ ମହିଳା, ତାଙ୍କ ଝିଅ ଏବଂ ନାତି ମୃତ୍ୟୁବରଣ କରିଛନ୍ତି । ଦିଗପହଣ୍ଡି ଅଞ୍ଚଳର କଳିଙ୍ଗାଦଳା ଗ୍ରାମ ନିକଟ ବାହୁଦା ନଦୀରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଆଉ ଜଣେ ନାବାଳିକା ଗୁରୁତର ହୋଇପଡ଼ିଛି । ମୃତ ତିନି ଜଣଙ୍କ ନାମ ଉଷା ବେହେରା, ଅନୁସୂୟା ବେହେରା ଏବଂ ଉଷାଙ୍କ ନାତି ବୋଲି ଚିହ୍ନଟ କରାଯାଇଛି । […]

Read More Text.
Accident

ଦୁଇ ବାଇକ ମୁହାଁମୁହିଁ, ୩ ମୃତ

ନୟାଗଡ଼: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଓଡ଼ଗା ଥାନା ଅନ୍ତର୍ଗତ ଗୋଡ଼ିପଲ୍ଲୀ ଛକ ନିକଟରେ ମଙ୍ଗଳବାର ଏଭଳି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଚେମେଡ଼ି ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ […]

Read More Text.
Cbi

ନାଲକୋ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ

ଭୁବନେଶ୍ଵର: ନାଲକୋ କାର୍ଯ୍ୟାଳୟରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କୁ ଠକେଇ କରାଯାଇଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ସିବିଆଇ ପକ୍ଷରୁ ୨ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ପୂର୍ବରୁ ପୁଲିସ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସିବିଆଇ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।

Read More Text.
Puri vv

ବଡଦାଣ୍ଡରେ ରହିବନି ମଦ ଦୋକାନ- ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରର ୧କିଲୋମିଟର ପରିଧି ଓ ବଡଦାଣ୍ଡରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଡଦାଣ୍ଡକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ରହିବ । ମନ୍ତ୍ରୀ କହିଛନ୍ତି ଯେ ଆଧ୍ୟାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।

Read More Text.
Puri vv

ଶ୍ରୀମନ୍ଦିରରେ ଭିଆଇପିଙ୍କ ଦର୍ଶନ ପାଇଁ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ହେଉଥିବା ବେଳେ ହଜାରେ ବର୍ଷର ପରମ୍ପରା ଭଙ୍ଗ ହେଉଛି। ରବିବାର ରାତିରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଯାହାକୁ ନେଇ ଶ୍ରୀକ୍ଷତ୍ରରେ ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତ ୧୫ଜଣ ଭକ୍ତଙ୍କୁ ନେଇ ଶ୍ରୀମନ୍ଦିର ଭିତର କାଠ ନିକଟରେ ଦର୍ଶନ କରାଇଛନ୍ତି। ଦର୍ଶନ ବେଳେ ଗର୍ଭଗୃହରେ ଥିବା ସେବାୟତମାନେ ଏଭଳି ଦର୍ଶନକୁ […]

Read More Text.
Odisha police 1

ଠକେଇରୁ ବର୍ତ୍ତିଲେ ୧୨୦ ପୋଲିସ SI ପରୀକ୍ଷାର୍ଥୀ, ଓଡ଼ିଶା ପୋଲିସର ହେଲ୍ପ ଲାଇନ୍ ନମ୍ବର ଜାରି

ବ୍ରହ୍ମପୁର: ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! ବଡ଼ ଠକେଇରୁ ବର୍ତ୍ତିଲେ ୧୨୦ ଜଣ ପୋଲିସ SI ପରୀକ୍ଷାର୍ଥୀ । ହାଇଦ୍ରାବାଦର ଏକ ସଂସ୍ଥା ମିଡିଲମ୍ୟାନ ମାଧ୍ୟମରେ ଫସାଇଥିଲା । ହାଇଦ୍ରାବାଦ ଯାଉଥିଲାବେଳେ ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି ପୋଲିସ । ପୋଲିସ ହେଡ଼କ୍ଵାର୍ଟରରୁ ଖବର ପାଇ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆନ୍ଧ୍ରପ୍ରଦେଶ ଯାଇଥିଲା । ଶ୍ରୀକାକୁଲମ ଠାରେ ଠକେଇର ଶିକାର ହେବାକୁ ଯାଉଥିବା ପ୍ରାୟ ୧୨୦ ଜଣ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ […]

Read More Text.
Bpr 1

ସ୍ଥଗିତ ହେଲା ପୋଲିସ SI ପରୀକ୍ଷା

ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ପୋଲିସ SI ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା । ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ ସାନି ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଘୋଷଣା ହେବ । ଏନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ SI ପରୀକ୍ଷାର୍ଥୀଙ୍କୁ ଠକେଇ ଉଦ୍ୟମ ! […]

Read More Text.
Heavy rain

ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସନ୍ତା ୪ ଦିନ ପ୍ରବଳ ବର୍ଷିବ!

ଭୁବନେଶ୍ୱର  : ପ୍ରବଳ ବର୍ଷାରେ ଭିଜିବ ଦଶହରା ।  ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ରୀୟ ବଙ୍ଗୋପସାଗରର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହା ଅକ୍ଟୋବର ୦୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମ-କେନ୍ଦ୍ରୀୟ […]

Read More Text.
Rkl 1

ଦୂର୍ଗା ପୂଜା ପେଣ୍ଡାଲରେ ମହିଳାଙ୍କ ଦେହରେ ଲାଗିଗଲା ନିଆଁ

ରାଉରକେଲା : ରାଉରକେଲା ଶକ୍ତିନଗର ଦୂର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ମହିଳା ଗୁରୁତର ।  ଅଷ୍ଟମୀ ପୂଜା ବେଳେ ଦୀପରୁ ନିଆଁ ଲାଗି ଶାଢୀରେ ଲାଗିଥିବା ସୂଚନା ।  ପ୍ରାୟ ଷାଠିଏ ବର୍ଷର ମହିଳା ଦୀପ ଲଗାଉଥିବା ବେଳେ ନିଆଁ ଲାଗି ଯିବାରୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି ।  ମାଁଙ୍କ ସମ୍ମୁଖରେ ଦୀପ ଲଗାଇ ଅର୍ପଣ ପରେ ଦୀପ ଷ୍ଟାଣ୍ଡରେ ରଖିବାକୁ ଯାଉଥିବା ବେଳେ ଅନ୍ୟ ଦୀପର […]

Read More Text.