IMG 20260908 WA0254

ବିଦ୍ୟାଭାରତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥ ବାର୍ଷିକ ବିଜ୍ଞାନ ମେଳା

ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ବିଦ୍ୟାଭରତୀ ଶିଶୁ ବିଦ୍ୟାମନ୍ଦିରରେ ୪ର୍ଥ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବୈଶିଙ୍ଗା କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଶ୍ରୀମୟ ସିଂ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୁନିକୁନି ବୈଜ୍ଞାନିକ ମାନଙ୍କୁ ଆଗାମୀ ଦିନରେ ଦେଶର ବିକାଶ ଦିଗରେ ସହାୟକ ହେବେ ବୋଲି କହି ପ୍ରେରଣା ଦେଇଥିଲେ I ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର […]

Read More Text.
IMG 20260908 WA0252

ବିଶ୍ୱ ଫିଜିଓଥେରାପି ଦିବସ ଉପଲକ୍ଷେ ଚିକିତ୍ସା ଓ ସଚେତନତା ଶିବିର

୧୦ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‌ଚେୟାର ଓ ୨ ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ଲାପଟପ୍ ପ୍ରଦାନ ବାରିପଦା:  ବିଶ୍ୱ ଫିଜିଓଥେରାପି ଦିବସ-୨୦୨୬ ଉପଲକ୍ଷେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ବାରିପଦାଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଫିଜିଓଥେରାପି ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଛି ।  କାର୍ଯ୍ୟକ୍ରମରେ ୧୦ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍‌ଚେୟାର ଏବଂ ୨ ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଙ୍କୁ ମାଗଣା ଲାପଟପ୍ ପ୍ରଦାନ କରାଯାଇଥିଲା । ଏଥିସହ ୧୦୦ରୁ […]

Read More Text.
Mohan majhi 1024x577 (1)

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦୁବାଇ ଗସ୍ତ, ସୁଦୃଢ଼ ହେବ ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କ

ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ପହଞ୍ଚିଛନ୍ତି। ଏହାସହ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ)ରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ ହୋଇଛି। ସେପ୍ଟେମ୍ବର ୯ ରୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଓ ଏମର୍ଜିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଭାଗିଦାରୀ […]

Read More Text.
4Electric Shock

କରେଣ୍ଟ ଲାଗି ଗଲା ମାଆ-ଝିଅଙ୍କ ଜୀବନ, ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଲୋକେ

କଳାହାଣ୍ଡି : ବିଦ୍ୟୁତ ଆଘାତରେ ଗଲା ମାଆ-ଝିଅଙ୍କ ଜୀବନ । କଳାହାଣ୍ଡି ସଦର ଥାନା କାର୍ଲାସୋଡା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଲଳିତା ନାୟକ ଓ ଝିଅ ଶତଳ ନାଏକ। ମୃତଦେହ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଲେ ପରିବାର । ନ୍ୟାୟ ଦାବିରେ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଝିଅ ଶୀତଳ ନାଏକ ଲୁଗା ଶୁଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଝିଅକୁ ବଞ୍ଚାଇବାକୁ ଯାଇଥିବାବେଳେ ମାଆ […]

Read More Text.
Arrest v

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତି ଗିରଫ

ମୟୂରଭଞ୍ଜ : ଲାଞ୍ଚ ନେଇ ଜେଲ୍ ଯାଇଥିଲେ, ଏବେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପୁଣି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି […]

Read More Text.
Lokseva bhawan 750x430

୨୦୨୪ ବ୍ୟାଚର ୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ୱର: ଟ୍ରେନିଂରୁ ଫେରିବା ପରେ ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS)ର ୯ ଜଣ ୨୦୨୪ ବ୍ୟାଚ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ-ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି। ଅଧିକାରୀମାନେ ସେମାନଙ୍କ ନ୍ୟସ୍ତ କ୍ଷେତ୍ରରେ ସବ୍- ଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଅଧିକାରୀମାନଙ୍କର ପ୍ରଥମ ସ୍ୱାଧୀନ କ୍ଷେତ୍ର କାର୍ଯ୍ୟକୁ ଚିହ୍ନିତ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା […]

Read More Text.
16 2 e1788873252618 300x146

ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର

ବାଲେଶ୍ବର: ବାଲେଶ୍ବରରେ ଓରାଙ୍ଗଉଟାନ । ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ ହୋଇଛି । ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦେଖିବାକୁ ଅବିକଳ ବଣମଣିଷ ଭଳି । ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଉଟାନ କୋଉଠୁ କେମିତି […]

Read More Text.
IMG 20260907 WA0283

ରାଜକମାଲ କିଡସ ହେପି ସେଣ୍ଟରରେ ନନ୍ଦ ଉତ୍ସବ ପାଳନ 

ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜକମଲ ହେପି କିଡ଼ସ ସେଣ୍ଟରରେ କୁନିକୁନି ଶିଶୁ ମାନେ ରାଧାକୃଷ୍ଣ ବେଶ ସାଜି ପାଳିଲେ ନନ୍ଦ ଉତ୍ସବ I ଆଶ୍ଵଥ ସାମଲ, ଆର କେ ପାତ୍ର, ଦକ୍ଷିତରାଜ ମଲ୍ଲିକ,  ଯାନିଶା ବେହେରା, ଚେତନଦୀପ ସାହୁ,  ଆରାଧ୍ୟା କିଶୋରୀ, ମୟନ ନାୟକ,  କ୍ରିତିକା ମୁର୍ମୁ ଓ ଶିବାନ୍ସି ବେହେରା ରାଧାକୃଷ୍ଣ ବେଶରେ ଅଭିନୟ କରି ବେଶ ଆନନ୍ଦିତ ହେବାର ଲକ୍ଷ୍ୟ କରାଯାଇଥିଲା I ସାନ ବେଳୁ ଭାରତୀୟ […]

Read More Text.

ଅଜଣା କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଵହଳଦା ଥାନା ଅନ୍ତର୍ଗତ  ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଟାଟା ରାସ୍ତାର  ଗମ୍ଭାରିଆ- କାଦୁଆଣୀ ଛକରେ ଆଜି ସନ୍ଧ୍ୟା ସମୟରେ   ଏକ ଅଜଣା କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର  ହୋଇଛନ୍ତି  । ସୂଚନାଯୋଗ୍ୟ ତିରିଂ ଥାନା ଅଞ୍ଚଳର ବଡକୁରମ  ଗ୍ରାମର ରଵୀନ୍ଦ୍ର ଵାସ୍କେ ବାଇକରେ ଯାଉଥିବାବେଳେ ଏକ ଅଜଣା   କାର୍ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇଥିଲା । ଵାଇକ୍ ଚାଳକ ରାସ୍ତାରେ ଛିଟିକି ପଡ଼ି […]

Read More Text.
IMG 20260907 WA0263

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅସନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଜୁଳି ସଂଯୋଗ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଅସନା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରଠାରୁ ଦୀର୍ଘଦିନ ଧରି ବିଜୁଳି ସଂଯୋଗ ସମସ୍ୟା ଲାଗି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବକେୟା ବିଜୁଳି ବିଲ୍ ପରିଶୋଧ କରାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁନର୍ବାର ନୂତନ ଭାବରେ ସମ୍ପୂର୍ଣ୍ଣ ବିଜୁଳି ସଂଯୋଗ ଯୋଗାଇ ଦିଆଯାଇଛି। ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ବିଜୁଳି ବିଲ୍ […]

Read More Text.