ଟେଣ୍ଟ ମାରୁ ମାରୁ ଜୀବନ ଚାଲିଗଲା

ଆଗରପଡ଼ା :ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ବାହାଘର ପାଇଁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ, ତୁରଣପଦା ଗ୍ରାମର ପ୍ରେମାନନ୍ଦ ଭୋଇ (୨୧)ଟେଣ୍ଟ ମାରିବାକୁ ଆସିଥିଲେ । ହଠାତ୍ ସେ ଅଚେତ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆଗରପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଏହି ସଂପର୍କରେ ଆଗରପଡ଼ା ଥାନାରେ […]

Read More Text.

ଡାକ୍ତର ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ

ଆଗରପଡ଼ା :ବିଧିର ବିଧାନ ବଡ଼ ବିଚିତ୍ର । ବାପା ହଠାତ ଅସୁସ୍ଥ ହୋଇ ପଡ଼ିଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ତାଙ୍କ ଡାକ୍ତର ପୁଅ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମାତ୍ର କିଛି କ୍ଷଣ ମଧ୍ୟରେ ପୁଅଙ୍କ ସାମ୍ନାରେ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହିପରି ଦୁଃଖଦ ଘଟଣା ଏଠାରେ ଘଟିଛି । ଡାକ୍ତର ଶିଶିର ରାଉତ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ହାଟଡିହି ବ୍ଲକର ମୌଦା ଗ୍ରାମର […]

Read More Text.
Photo1 for the news of anganwadi

ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ପାଠପଢାକୁ ନେଇ ଚିନ୍ତାରେ ଅଭିଭାବକ

ଆଗରପଡ଼ା :ଅଙ୍ଗନବାଡ଼ି କେନ୍ଦ୍ର ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ପାରିପାଶ୍ୱିର୍କ ପରିସ୍ଥିତିକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଥିବାବେଳେ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ବଡ଼ହାଟତ୍ରିଲୋଚନପୁର ପଂଚାୟତ ଅନ୍ତର୍ଗତ ବରହମପୁର ଅଙ୍ଗନବାଡ଼ି କେନ୍ଦ୍ର […]

Read More Text.

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶୁଭଙ୍କର ମିଶ୍ର

ଭୁବନେଶ୍ବର : ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର। ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବୋଲି ଶୁଭଙ୍କର ଏକ ପଡକାଷ୍ଟରେ କହିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏକ ପଡକାଷ୍ଟରେ ଶୁଭଙ୍କର କହିଥିଲେ, କୌଣସି ପ୍ରେମୀ ଯୁଗଳ ଭୁଲରେ ବି ଶ୍ରୀମନ୍ଦିରକୁ ଯିବା ଉଚିତ ନୁହେଁ। […]

Read More Text.

ବିଶ୍ବ ଦରବାରରେ ପୁଣି ଚମକିବ ଡଙ୍ଗରିଆଙ୍କ ‘କାପଡ଼ାଗୁନ୍ଦା’: ନିୟମଗିରି ସାଲ୍ କଳାକୃତିକୁ ମିଳିବ ନୂଆ ପରିଚୟ

କୋରାପୁଟ : ପୁଣି ଚମକିବ ନିୟମଗିରିର କପଡାଗୁନ୍ଦା। ନୂଆ ଡିଜାଇନ ସହ ବଜାରକୁ ଆସିବ ବିରଳ ଜନଜାତି ତାଙ୍ଗରିଆଙ୍କ କପଡ଼ାଗୁନ୍ଦା କଳାକୃତି। ଶହ ଶହ ବର୍ଷ ଧରି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଲାଞ୍ଜିଗଡ ବ୍ଲକରେ ବସବାସ କରୁଥିବା ଡାଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନେ ଏହି ସାଲ୍‌କୁ ବୁଣିଥାନ୍ତି। ବିଭିନ୍ନ ଜାନିଯାତ୍ରା ସମେତ ଶୁଭ କାର୍ଯ୍ୟରେ ଏହି ସାଲ୍‌କୁ ବ୍ୟବହାର କରାଯାଇଥାଏ। ଏହି କପଡାଗୁନ୍ଦାର ଚାହିଦା ବେଶ ରହିବାରୁ ବୁଣାକାରମାନଙ୍କୁ […]

Read More Text.

ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

କଟକ : ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ ଦୁଇ ସ୍ଥାନରେ ବଡ ପରଦାରେ ଖେଳ ଦେଖି ପାରିବେ। ମୁଖ୍ୟତଃ ଟିକେଟ କିଣିବା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ କିପରି ରହିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଟିକେଟ କାଉଣ୍ଟରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। […]

Read More Text.

ସମ୍ବଲପୁରରେ ମଣ୍ଡି ଖୋଲିଲା, କିନ୍ତୁ ହେଲାନି ଧାନ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର ଏବଂ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଲିଲା କିନ୍ତୁ ଧାନ ସଂଗ୍ରହ ଆରମ୍ଭ ହେଲା ନାହିଁ। ମିଲରମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଭାଗ ନେବା ଲାଗି ସହମତି ପ୍ରକାଶ ନ କରିବାରୁ ଗୋଟିଏ ବି ବସ୍ତା ମଧ୍ୟ ଧାନ ଉଠି ପାରିଲା ନାହିଁ। ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ମଣ୍ଡି ଖୋଲିଲା। ଚାଷୀ, ଯୋଗାଣ ଏବଂ ସମବାୟ କର୍ମଚାରୀ ପହଞ୍ଚିଥିଲେ। କିନ୍ତୁ ମିଲର ଆସି ନ ଥିଲେ। ଧାନ ସଂଗ୍ରହ ବ୍ୟବସ୍ଥାକୁ […]

Read More Text.

ପଦ୍ମ ଧରିଲେ ତାଳଚେର ପୌରାଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର

ତାଳଚେର : ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ପବିତ୍ରଙ୍କ ସମେତ ୧୩ କାଉନସିଲର ଇସ୍ତଫା ଦେଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଢେଙ୍କାନାଳ ବିଜେପି ସାଂସଦ ରୁଦ୍ର ପାଣିଙ୍କ […]

Read More Text.

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ଵର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଅନ୍ତିମ ତିଥିରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଏ ସମ୍ପର୍କରେ ବାଣିଜ୍ୟ ମେଳାର ଆୟୋଜକ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ଦ୍ଵାରା ସୂଚନା ପ୍ରଦାନ ପରେ ଓଡ଼ିଶା ପାଭିଲିୟନରେ ଆନନ୍ଦର ଲହରୀ ଖେଳି ଯାଇଛି। ଅଂଶଗ୍ରହଣକାରୀ ଅନ୍ୟ ରାଜ୍ୟର କର୍ମକର୍ତ୍ତାମାନେ ଓଡ଼ିଶା ପାଭିଲିୟନକୁ ଆସି ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟମେଳା-୨୦୨୫ର […]

Read More Text.
Surya

ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଆଉ ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ। ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ। ଆମ ସରକାର ଆସିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛ‌େଦ କରାଯାଇ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯାଇଛି। ଏହାଛଡ଼ା ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଣେ ଏଣିକି ୨୦ରୁ ଅଧିକ ଛାତ୍ର […]

Read More Text.