ସରକାରୀ ଅର୍ଥ ଆତ୍ମସାତ: ପିଇଓ ଗିରଫ

କନ୍ଧମାଳ: ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର ଟଙ୍କା ହଡ଼ପ କରିଥିଲେ। ଅଭିଯୋଗ ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଯାଞ୍ଚ ଚଳାଇଥିଲା। ଆଜି ବିନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା […]

Read More Text.

ଯୁବକକୁ ହତ୍ୟା, ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

ବାରିପଦା: ଆଜି ସକାଳୁ ଜଣେ ଯୁବକର ମୃତଦେହ କୁ ପୋଲିସ ଉଦ୍ଧାର କରିଅଛି l ମୃତକ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଖପରାପାଳ ଗ୍ରାମର ଗଣେଶ ହେମ୍ବ୍ରମ l ଗଣେଶ ଗତକାଲି ଖୁଣ୍ଟା ସାପ୍ତାହିକ ହାଟକୁ ଯାଇ ଆଉ ରାତ୍ରିରେ ଘରକୁ ଫେରିନଥିଲେ l ଆଜି ସକାଳୁ ବଡ଼ଖୁଣ୍ଟା ଅଞ୍ଚଳର ରାସ୍ତା କଡ଼ରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଲୋକମାନେ ଦେଖିବାଜୁ ପାଇ ପୋଲିସ କୁ ଖବର ଦେଇଥିଲେ l […]

Read More Text.

ବାରିପଦା ମୋହର୍ଷି ପବ୍ଲିକ ବିଦ୍ୟାଳୟରେ 23 ତମ କ୍ରୀଡା ପ୍ରତିଯୋଗିତା: ଷ୍ଟାଡିୟମ ପଡିଆରେ ଭବ୍ୟ କାର୍ଯ୍ୟକ୍ରମ

ବାରିପଦା : ମୋହର୍ଷି ପବ୍ଲିକ ବିଦ୍ୟାଳୟରେ 23 ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଭବ୍ୟ ଭାବରେ ଅନୁଷ୍ଠିତ ହେଲା। ଉଦଯାପନୀ ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ବିଦ୍ୟାଳୟ ତରଫରୁ ଷ୍ଟାଡିୟମ ପଡିଆରେ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭ ଗୁରୁ ପୂଜନ ଓ ପିଲାମାନଙ୍କ ଦ୍ଵାରା ସୁଗମ ସଙ୍ଗୀତ ଗାନରେ ହୋଇଥିଲା। ପରବର୍ତ୍ତୀତ ଅତିଥିମାନଙ୍କୁ ସ୍ୱାଗତ, ସମସ୍ତଙ୍କ ଶପଥ ପାଠ ଓ ଜାତୀୟ […]

Read More Text.

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

ବାରିପଦା: ନିକଟରେ ଲୋକସେବା ଭବନ ପରିସରରେ  ରାଜ୍ୟ ସରକାର ଙ୍କ ଓଡ଼ିଶା ସଂସ୍କୂତି ବିଭାଗ ତରଫରୁ  ଓଡ଼ିଆ ଭାଷା,ସାହିତ୍ୟ ଏକାଡେମୀ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ୨୦୨୩,୨୪ ଏଵଂ୨୫ ମସିହା ପାଇଁ ମୋଟ ୧୩୪ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି  ରାଜ୍ଯ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭୂଵନେଶ୍ଵର ବିଧାୟକ ବାବୁ ସିଂ, ବିଧାୟକ ତଥା ଅଭିନେତି ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ […]

Read More Text.

ବିପର୍ଯ୍ୟୟ ପରିଚାଳନାର ରୋଡ ମ୍ୟାପ ଗ୍ରାମ୍ୟ ସ୍ତରରୁ ଆରମ୍ଭ ହେବ 

ବାରିପଦା: ଶୂନ୍ୟ ମୃତ୍ୟୁହାର” ତଥା “ପ୍ରତ୍ୟେକ ଜୀବନ ମୂଲ୍ୟବାନ” ଏହା ହେଉଛି ବିପର୍ଯ୍ୟୟ ପରିଚାଳନାର  ମୂଳମନ୍ତ୍ର. ଏଭଳି ଏକ ଆଭିମୁଖ୍ୟ ନେଇ ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ କ୍ରିୟାଶୀଳ, ସୁଦୃଢ, ଓ ସଶକ୍ତ କରିବା, ଅଭିନବ ଜ୍ଞାନ କୌଶଳର ପ୍ରୟୋଗ, ସୃଜନଶୀଳତାକୁ ଗୁରୁତ୍ଵ ଦେବା, ଯୋଜନା ପ୍ରସ୍ତୁତି, ଦୁର୍ବଳ ଗୋଷ୍ଠୀ ସମୂହର ଚିହ୍ନଟକରଣ, ଗୋଷ୍ଠୀ ସହଭାଗିତା ବୃଦ୍ଧି ସହିତ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଏହାର ସଠିକ ଓ ସଫଳ ରୂପାୟନ ସଙ୍ଗେ ସଙ୍ଗେ […]

Read More Text.

କମ୍ବଳ ଦାନ କଲେ ସାରଥି ପରିବାର ର ନବ ଦମ୍ପତ୍ତି

ଆଗରପଡ଼ା :ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ଅନ୍ତର୍ଗତ କାଉପୁର ଆଗରପଡା ସାରଥି ପରିବାର ପକ୍ଷରୁ ଆଗରପଡ଼ାସ୍ଥ ବଙ୍ଗାଳିସାହି ଗ୍ରାମର ଅନାମ ମଲ୍ଲିକଙ୍କ ନବ ବିବାହିତ କନିଷ୍ଠ ପୁତ୍ର ବଧୁ ମଣ୍ଟୁ ଓ ରିନା ଗରିବ ଦିନ ଦୁଃଖୀଙ୍କୁ ଶୀତ ପାଇଁ କମ୍ବଳ ସହିତ ଅର୍ଥ ରାଶି ଓ ଖାଦ୍ୟ ଦାନ କରିଛନ୍ତି । ଶ୍ରୀମଦ୍ ସାରଥି ଦେବଙ୍କ ବାଣୀ ରେ ଅନୁପ୍ରାଣିତ ହୋଇ ନବ ଦମ୍ପତି ଏହିପରି ସେବା କରିଛନ୍ତି ବୋଲି ସାରଥି ପରିବାରର ସଦସ୍ୟ କହିଛନ୍ତି […]

Read More Text.

ମାଣ୍ଡିଆ ଅମଳ ଓ ଚୋପା ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶିତ

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ରାଛୋଗଡିଆରେ କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ଅମଳ ଓ ଚୋପା ଛଡ଼ା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶିତ କରିବା ସହିତ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ମାଣ୍ଡିଆ ଚାଷୀ କମ୍ ସମୟ ମଧ୍ୟରେ ଏହି ଯନ୍ତ୍ର ବ୍ୟବହାର ମାଧ୍ୟମରେ କିପରି ଅମଳ କରିପାରିବେ ଏହି ବିଷୟରେ ମଧ୍ୟ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର […]

Read More Text.

ସରକାରୀ ନିୟମକୁ ବେଖାତିର, ବନ୍ତ ବ୍ଳକର ସବୁ ସ୍କୁଲ କଲେଜକୁ ଖବରକାଗଜ ଯାଉନି

ଆଗରପଡ଼ା :ଦେଶ ବିଦେଶର ଖବର ଜାଣିବା ସହ ଦକ୍ଷତା ବିକାଶ ପାଇଁ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ହାଇସ୍କୁଲ, କଲେଜ ମାନଙ୍କରେ ପ୍ରାର୍ଥନା ସଭାରେ ଖବରକାଗଜ ପାଠ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଆଦେଶନାମା ଜାରି ହୋଇଥିଲା । ପ୍ରତି ସ୍କୁଲ କଲେଜରେ ଶିକ୍ଷକ ଶିକ୍ଷୟିତ୍ରୀ ଖବରକାଗଜ ପାଠ କରି ମୁଖ୍ୟ ଖବରକୁ ଖାତାରେ ଲିପିବଦ୍ଧ କରି ପ୍ରାର୍ଥନା ସଭାରେ ପିଲାଙ୍କ ସମ୍ମୁଖରେ ପଢିବା କଥା । କିନ୍ତୁ ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପାଖାପାଖି ୮୦ […]

Read More Text.

ଟେଣ୍ଟ ମାରୁ ମାରୁ ଜୀବନ ଚାଲିଗଲା

ଆଗରପଡ଼ା :ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ବାହାଘର ପାଇଁ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ, ତୁରଣପଦା ଗ୍ରାମର ପ୍ରେମାନନ୍ଦ ଭୋଇ (୨୧)ଟେଣ୍ଟ ମାରିବାକୁ ଆସିଥିଲେ । ହଠାତ୍ ସେ ଅଚେତ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆଗରପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଏହି ସଂପର୍କରେ ଆଗରପଡ଼ା ଥାନାରେ […]

Read More Text.

ଡାକ୍ତର ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ

ଆଗରପଡ଼ା :ବିଧିର ବିଧାନ ବଡ଼ ବିଚିତ୍ର । ବାପା ହଠାତ ଅସୁସ୍ଥ ହୋଇ ପଡ଼ିଲେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ତାଙ୍କ ଡାକ୍ତର ପୁଅ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ ମାତ୍ର କିଛି କ୍ଷଣ ମଧ୍ୟରେ ପୁଅଙ୍କ ସାମ୍ନାରେ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହିପରି ଦୁଃଖଦ ଘଟଣା ଏଠାରେ ଘଟିଛି । ଡାକ୍ତର ଶିଶିର ରାଉତ ଆଗରପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି । ହାଟଡିହି ବ୍ଲକର ମୌଦା ଗ୍ରାମର […]

Read More Text.