Sdp 540x330 1

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର :  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୁରୀସ୍ଥିତ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ବାସଗୃହ “ପାଥେର ପୁରୀ”ର ପୁନରୁଦ୍ଧାର କରାଯାଇ ଏହାକୁ ଗୁରୁଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରହାଳୟରେ ପରିଣତ କରାଯିବ । ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା କଟକ […]

Read More Text.
India tigers 00023 1068x668

କାମାକ୍ଷାନଗରରେ ପୁଣି ବାଘ ଆତଙ୍କ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ କାଦବସନ୍ତ ଗାଁରେ ଏକ ଗାଇକୁ ଜଙ୍ଗଲ ଭିତରକୁ ଘୋଷାଡି ନେଇ ମାରିଦେଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ବାଘକୁ ଠାବ ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଜଙ୍ଗଲକୁ ନଯିବା, ଗାଈଗୋରୁ , ଛେଳି ମେଣ୍ଢା ଆଦି ନଛାଡିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Read More Text.
Balijatra

ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍

କଟକ : ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ। ୬୦ ଏକ ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।  ଆଶା କରାଯାଉଛି ୫୦ ଲକ୍ଷରୁ ଅଧିକ ଜନସମାଗମ ହେବ।  ଅନେକ ଭିଆଇପି ଓ ଭିଭିଆଇପି ଆସିବେ। […]

Read More Text.
Bhadrak

ଜେଜେମା’ର ଅନ୍ତ୍ୟେଷ୍ଟିରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲା ନାତି

ଭଦ୍ରକ : ଜେଜେମାଆର ଅନ୍ତ୍ୟେଷ୍ଟି ରେ ନାତି ମୃତ।  ଭଦ୍ରକ ତେସିଙ୍ଗା ପଞ୍ଚାୟତ କୁଶଗଡିଆ ଗାଁରେ ଅଭାବନୀୟ ଘଟଣା।  ଜେଜେମା ଶବ ସତ୍କାର ସାରି ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ନାତିର ମୃତ୍ୟୁ।  ଗତକାଲି ରାତିରେ ପ୍ରେମଲତା ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା।  ଆଜି ପ୍ରେମଲତାଙ୍କ ଶବ ସତ୍କାର କରି ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ ପରିବାର। ଗାଧୋଉଥିବା ଗୋଡ଼ ଖସିଯିବାରୁ ୨୭ ବର୍ଷିୟ ନାତି ବିକାଶ କୁମାର ମଲ୍ଲିକ ପାଣିରେ ବୁଡ଼ି ଯାଇଥିଲେ।  ଖବର ପାଇ ଘଟଣାସ୍ଥଳରେ […]

Read More Text.
Oas v

୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଓଏଏସ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏହି କାମ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ମୁତାବକ, ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରିବା ପାଇଁ ତାଙ୍କ ତଳ କର୍ମଚାରୀଙ୍କୁ ଲାଞ୍ଚ ମାଗିଥିଲେ । ଆଉ […]

Read More Text.
Honey bee attack

ମହୁମାଛି ଆକ୍ରମଣରେ ୭ ଗୁରୁତର

କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୭ ଗୁରୁତର । ଢେଙ୍କାନାଳ ପରଜଙ୍ଗ ଥାନା ବସୁଲେଈ ଗାଁରେ ଘଟଣା ଘଟିଛି । ରେଙ୍ଗାଳି କେନାଲ ରାସ୍ତାରେ ଲୋକ ଯିବା ଆସିବା କରୁଥିବାବେଳେ ହଠାତ୍ ଆକ୍ରମଣ କରିଥିଲେ ମହୁମାଛି । ଫଳରେ ଅଙ୍ଗନବାଡି ଦିଦି ଭାନୁମତି ସାହୁଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି ।  ଏପରିକି ମହୁମାଛି ଆକ୍ରମଣରୁ ବଂଚିବା ପାଇଁ ସମସ୍ତେ କେନାଲ ଭିତରକୁ ପଶିଯାଇଥିଲେ । ସମସ୍ତ ଗୁରୁତରଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡିକାଲ ସ୍ଥାନାନ୍ତର କରାଯାଇଛି । […]

Read More Text.
Images

ନୂଆପଡ଼ା ଉପନିର୍ବାଚନ ଲାଗି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି, ଆସନ୍ତାକାଲି କୋର କମିଟି ବୈଠକ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବେ କି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।  ତାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।  ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ଖୁବ ଶୀଘ୍ର ଘୋଷଣା କରିବ ପ୍ରାର୍ଥୀ ।  ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ।  ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲା ଦଳ। ଏଥର ବିଜୟ ନିଶ୍ଚିତ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।  ଅନେକ ଆଶାୟୀଙ୍କ ନାଁ […]

Read More Text.
Screenshot 2025 10 08 105843 750x409

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ, ଅନେକ ଗୁରୁତର ହୋଇଥିବା ସୂଚନା । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଗ୍ରାନାଇଟ୍ ପଥର ଖାଦାନରେ ବିସ୍ଫୋରଣ ଘଟିଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ସୀମାନ୍ତ ଆନ୍ଧ୍ରର ଏକ ଗ୍ରାନାଇଟ୍ ଖାଦାନରେ ଏହି ବିସ୍ଫୋରଣ ହୋଇଛି। ମୃତକ ହେଲେ ବିହାରର ଶ୍ରବଣ […]

Read More Text.
Screenshot 2025 10 08 142806 750x430

ରାଜଧାନୀରେ ବସ୍ତି ଅଞ୍ଚଳରୁ ହଟିଲା ଜବରଦଖଲ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଛି । ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି । ଉଚ୍ଛେଦ ପୂର୍ବରୁ ନୋଟିସ କରିଥିଲା ବିଏମସି । କବାଡ଼ିଆମାନେ ରାସ୍ତାର ଉଭୟ […]

Read More Text.
Img 20251007 wa0208

ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ର ଶୁଭ ଉଦଘାଟିତ

ବାରିପଦା : ଇନସ୍ପାୟାର୍ ଫାଉଣ୍ଡେସନ ,ନିଉ ଦିଲ୍ଲୀ ଆନୁକୂଲ୍ୟରେ ଆଜି ମଙ୍ଗଳବାର ଦିନ ପୂର୍ଵାହ୍ନ ୧୧.୩୦ ଟାରେ ବିକଶିତ ଓଡ଼ିଶା ପ୍ରଦର୍ଶନୀ ୨୦୨୫  ଷ୍ଟାଡିୟମ  ପଡିଆଠାରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଁସଦା,ବାରିପଦା ବିଧାୟକ ପ୍ରକାଶ ସୋରେନ ,ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ,ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ସଞ୍ଜିବ ମହାନ୍ତି, ଜିଲ୍ଲା ବିଜେପି ସାଧାରଣ ମନୋଜ ଦାସ, […]

Read More Text.