ଘରେ ପଶି ନାବାଳିକାଙ୍କୁ ଅପହରଣ

ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ ।  ଥାନାରେ ମାମଲା ରୁଜୁ ।  ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ । ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଥାନା ଚରଦା ଗାଁର ସୁବ୍ରତ କହଁର ଝିଅକୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ ।  ଥାନାରେ ଏତଲା ପରେ […]

Read More Text.

ବଡମାସିଂ ଘାଟିରେ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୫ ଗୁରୁତର

ଗଜପତି: ମହେନ୍ଦ୍ରଗିରିକୁ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଗଜପତି ଜିଲ୍ଲା ରାୟଗଡ ବ୍ଲକ ବଡମାସିଂ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।  ଫଳରେ ୧୫ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ପର୍ଯ୍ୟଟକମାନେ ଖୋର୍ଦ୍ଧା ଅଞ୍ଚଳର ବୋଲି ସୂଚନା ମିଳିଛି ।  ସେମାନେ ଆଜି ମହେନ୍ଦ୍ରଗିରି ଯାଇ ଫେରୁଥିବା ବେଳେ ଏହି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଖବର ପାଇ ଗାରାବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

Read More Text.
Daringbadi

ଚାକିରି ନାଁରେ ଠକେଇ, ଢ଼ାବା ମାଲିକ ଗିରଫ

ଦାରିଙ୍ଗିବାଡ଼ି : ଚାକିରି ନାଁରେ ଠକେଇ । କ.ନୂଆଗାଁ ଥାନା ଦାରିଙ୍ଗିବାଡ଼ି ଛକ ସ୍ଥିତ ଢ଼ାବା ମାଲିକକୁ ଗିରଫ କଲା ପୋଲିସ । ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟ୍ରି ଅପେରେଟର ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ଢ଼ାବା ଚଳାଉଥିବା ମାଲିକ ପ୍ରିୟ ରଞ୍ଜନ ନାୟକ । ଚଳିତବର୍ଷ ଫେବୃଆରୀ ୧୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳର ପଦ୍ମନାଭ ଛତ୍ରିଆଙ୍କ ଝିଅଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବି କହି ଦୁଇ […]

Read More Text.

ଦଳିଦେଲା ଦନ୍ତା, ଯୁବକ ମୃତ

ଝାରସୁଗୁଡ଼ା : ଦଳିଦେଲା ଦନ୍ତା, ଚାଲିଗଲା ଯୁବକଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ବିଜାପାଲିରେ ଏପରି ଅଘଟଣ ଘଟିଛି । ଯୁବକ ଜଣକ ଏକ ବଗିଚାରେ ବୁଲୁଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ର ମୃତ୍ୟୁ ହୋଇଛି। ଖବରପାଇ ଘଟଣାସ୍ଥଳରେ ପହଂଚିଛନ୍ତି ବନବିଭାଗ କର୍ମଚାରୀ । ଯୁବକଙ୍କ ମୃତ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

Read More Text.

ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ

ଜଗତସିଂହପୁର : କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ତାଙ୍କର ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ବାବୁଙ୍କର ଦୁଇଟି ବିଲ୍ଡିଂ, ୫ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା । ୨୫୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ ହୋଇଥିଲା । ଆୟ ଠାରୁ ଏତେ ଅଧିକ ସଂପତ୍ତି କେଉଁଠୁ ଆସିଲା, […]

Read More Text.
Paddy e1766327051377 300x156

ଧାନ କଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ, ବିଏନଏସ ୧୬୩ ଧାରା ଜାରି

ମହାକାଳପଡ଼ା : ସରକାରୀ ଜମିରେ ଧାନ କଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଚାଲିଛି ମୁହାଁମୁହିଁ ପରିସ୍ଥିତି । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଜାରି କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ଗାଁର କିଛି ବଙ୍ଗୀୟ ଭାଗ ଚାଷୀ ଅନେକ ବର୍ଷ ହେବ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ। ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ […]

Read More Text.

ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।  ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦର ସାହିଲ ଖାଁ । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡେଟିଂ ଆଳରେ ପୀଡ଼ିତାଙ୍କୁ ରାଜଧାନୀ ଡକାଇଥିଲା ପୁରୁଷବନ୍ଧୁ ।  ପରେ ପୀଡ଼ିତାଙ୍କୁ ନିଜର ଜଣେ ବନ୍ଧୁଙ୍କ ସହ […]

Read More Text.
୧୧

ୟୁନିଟ୍-୯ ବାଳିକା ବିଦ୍ୟାଳୟରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର: ରମାକାନ୍ତ ମିଶ୍ର ଭୁବନେଶ୍ୱର, (୨୧/୧୨) : “ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଏବଂ କଠିନ ପରିଶ୍ରମ—ଏହି ତିନୋଟି ଦିଗ ହିଁ ଜୀବନରେ ସଫଳତାର ମୂଳମନ୍ତ୍ର।” ଆଜି ଭୁବନେଶ୍ୱର ୟୁନିଟ୍‌-୯ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ପୂଜ୍ୟପୂଜା ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ବିଦ୍ୟାଳୟ କାର୍ଯ୍ୟକ୍ରମ ତଥା ଆଲୋଚନାଚକ୍ରରେ ଏହି ବାର୍ତ୍ତା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଶ୍ମିତା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ […]

Read More Text.
Img 20251220 wa0280

ମୃତ ଛାତ୍ରର ପରିବାରଵର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ମାସା

ବାରିପଦା : ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡ଼ଭୁଣ୍ଡୁ ଉଚ୍ଚ ବିଦ୍ୟାଳୟ ଠାରେ ପଢ଼ୁଥିବା ପ୍ରଥମ ଶ୍ରେଣୀର ଛାତ୍ର  ଅଭିର ଲୋହାର, ବାପା ଶିବ ଚରଣ ଲୋହାର, ଗ୍ରାମ ବଡ଼ଭୁଣ୍ଡୁ, ଥାନା ତିରିଂ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ୨୦୨୨-୨୩ ବର୍ଷ ର ଗୋଟେ ଫଳକ ଛାତ୍ର ଉପରେ ପଡି ଛାତ୍ରଟି ମୃତ୍ୟୁ ବରଣ କରିଅଛି |ଏହି ବିଷୟରେ ଆଜି ମାସା ସଂଘ ଉପଜିଲ୍ଲାପାଳ ଭେଟି ଦାବି ପତ୍ର ଦେଇଛନ୍ତି l  ବିଦ୍ୟାଳୟ ପ୍ରଧାନ ଶିକ୍ଷକ,ବିଦ୍ୟାଳୟ […]

Read More Text.

ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଘାଟିତ

ବାରିପଦା : ବାରିପଦା ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ ସ୍ଥିତ ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶତବାର୍ଷିକୀ ଉତ୍ସବ ଉଦଘାଟିତ ହୋଇଯାଇଛି I ଆୟୋଜନ କମିଟିର ଅଧ୍ୟକ୍ଷ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଐତିହ୍ୟ ସମ୍ପନ୍ନ ବ୍ରହ୍ମମନ୍ଦିରର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରିବା ସହ ବାରିପଦା ପୌରପାଳିକା […]

Read More Text.