ବାଲେଶ୍ବରରେ ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା ।  ବାଲେଶ୍ବର ପୌରପାଳିକା ଓ ଅନ୍ୟ ଏନଏନସି ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାୟୂପ୍ରଦୂଷଣ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ପରେ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ।  ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହରର ମୁଖ୍ୟ ରାସ୍ତା, ଜାତୀୟ ରାଜପଥ ଆଦି ସ୍ଥାନରେ ୩ […]

Read More Text.

ଏଣିକି ସଫେଇ ପାଇଁ ଉପଭୋକ୍ତାଙ୍କଠାରୁ ଦେୟ ଆଦାୟ କରିବ ବିଏମସି

ଭୁବନେଶ୍ବର: ଏଣିକି ଉପଭୋକ୍ତା ମାନଙ୍କ ପାଖରୁ ଅଳିଆ ସଫେଇ ପାଇଁ ଦେୟ ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ । ଏନେଇ ନୂଆ ତାଲିକା ମଧ୍ୟ ଜାରି କରିଛି ବିଏମସି । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଘର,ସପିଂ ମଲ,ହାଟ,ହୋଟେଲ,କ୍ୟାଫେ ଆଦିରୁ ସଫେଇ ପାଇଁ ଦେୟ ଆଦାୟ କରିବ ବିଏମସି । ପ୍ରତି ଜାଗାରୁ ଅକିଆ ସଫେଇ ବାବଦରେ ଏହି ଦେୟ ଆଦାୟ କରିବ ବିଏମସି । ୨୦୧୮ର ବାଇ ଲ’ ଅନୁସାରେ ଏହି ଦେୟ ଆଦାୟ […]

Read More Text.

ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଅଭିଯୋଗର ୯୫% ସମାଧାନ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଷୋଡଶ ଅଭିଯୋଗ ଶୁଣାଣି ଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ । ମିଳିଥିବା ତଥ୍ୟ ଅନୁସାରେ ପଞ୍ଚଦଶ ଅଭିଯୋଗ ଶୁଣାଣି ସୁଦ୍ଧା ୫୬ହଜାରରୁ ଉର୍ଦ୍ଧ ଲୋକ ଏପର୍ଯ୍ୟନ୍ତ ଅଭିଯୋଗ ନେଇ […]

Read More Text.

୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର

ଭୁବନେଶ୍ୱର: ୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର ର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଶୋକ ଦାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭୁବନେଶ୍ୱର ଏମସ ର ପ୍ରଫେସର ତୁଷାର ସୁଭଦର୍ଶନ ମିଶ୍ର , ଇଂନିଜିୟରିଂ ଶିକ୍ଷା କ୍ଷେତ୍ରରେ ୱାରାଙ୍ଗଲ ସ୍ଥିତ ଏନ. […]

Read More Text.

ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ, ସରକାରଙ୍କ ସହ ବୈଠକ ବିଫଳ

ଭୁବନେଶ୍ୱର: ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ହୋଇଛି । ଫଳରେ ଜାରି ରହିବ ମିଲର୍ସ ଆସୋସିଏସନ୍ ଆନ୍ଦୋଳନ । ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ ସଭାପତି, ସମ୍ପାଦକ ସୂଚନା ଦେଇ କହିଛନ୍ତି ଯେ ସରକାର ଆମର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ କରିବୁ’ । ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବୁ । ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ […]

Read More Text.

ପ୍ରମିଳା ମଲ୍ଲିକଙ୍କ ଘରେ ତୁଙ୍ଗ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁରର ତୁଙ୍ଗ ନେତା ଓ ନେତ୍ରୀଙ୍କକୁ ନେଇ ଏକ ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ପ୍ରମିଳା କହିଛନ୍ତି କୌଣସି ମେଳି ନୁହେଁ ଜିଲ୍ଲା ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ହୋଇଛି । ଜିଲାରେ କିଭଳି ସଂଗଠନ ଆଗକୁ ବଢିବ, ଜିଲା ସଭାପତି କିଏ ହେବ, ଯୁବ ସଭାପତି କିଏ ହେବ, ଛାତ୍ର ସଭାପତି କିଏ ହେବ ଏବଂ ଜିଲା କମିଟିରେ କିଏ […]

Read More Text.

ଭିଜିଲାନ୍ସ ଜାଲରେ ଦୁଇ ଲାଞ୍ଚୁଆ ଅଧିକାରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍‌ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି । ସହକାରୀ ନିର୍ବାହ ଯନ୍ତ୍ରୀ ହରେକୃଷ୍ଣ ସିଂହ ୩୨ହଜାର ଲାଞ୍ଚ ଏବଂ ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି ୨୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖବର ପାଇ […]

Read More Text.

ମହିଳା ବିଡିଓଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ଲକ ଅଫିସରେ ତାଲା ପକାଇ ରାଜନଗର ସରପଞ୍ଚ ସଂଘ

ରାଜନଗର : ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାରେ ତେଜିଲା ବିବାଦ ।  ଆକ୍ରମଣର ୪ଦିନ ପରେ ବି ଅଭିଯୁକ୍ତଙ୍କ ବିରୋଧରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।  ଏହାର ପ୍ରତିବାଦରେ ଆଜି ବ୍ଲକ ଅଫିସରେ ତାଲା ପକାଇ କାର୍ଯ୍ୟବନ୍ଦ କରିଛି ରାଜନଗର ସରପଞ୍ଚ ସଂଘ ।  ବ୍ଲକ ଅଫିସରେ ତାଲାପଡ଼ିବା ଫଳରେ ସରକାରୀ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ଗତ ଶୁକ୍ରବାର ଦିନ ମହିଳା ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ ଉପରେ ବିଜେପି ନେତା ଲଳିତ ବେହରା ଓ […]

Read More Text.

ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ ନିଲମ୍ବିତ

କଟକ : ନିଲମ୍ବିତ ହେଲେ ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ ।  ବିଜୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି ।  ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ।  ଲାଞ୍ଚ କାରବାରରେ ସଂପୃକ୍ତ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ।  ନିଲମ୍ବନ ସମୟରେ ପୋଲିସ କମିଶନରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ବିଜୟ । ଭିଜିଲାନ୍ସ ଲାଞ୍ଚ ମାମଲାରେ ଗିରଫ ହେବା ପରେ ଆଜି କଟକ ସହରର CRRI ପୋଲିସ ଷ୍ଟେସନର ଇନସପେକ୍ଟର-ଇନଚାର୍ଜ (IIC) […]

Read More Text.

ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ଆଉ ଦୁଇ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ଯେ, ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି । ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ […]

Read More Text.