IMG 20260928 WA0269

ରାଜ୍ୟସ୍ତରରେ ଭାଗ ନେବେ ପିସିପୁର ସ୍କୁଲର ଦେବାଶିଷ, ସରୋଜ ଓ ଦେବ 

ବାରିପଦା : ସ୍ଥାନୀୟ ଏମ୍ ପି କେ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଥିବା ଜିଲ୍ଲା ସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ର ଚିତ୍ରାଙ୍କନ ପ୍ରତିଯୋଗିତାରେ  ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆୱାସିକ ହଷ୍ଟେଲର ଅଷ୍ଟମ ଶ୍ରେଣୀର ଛାତ୍ର ଦେବାଶିଷ ଗିରି ପ୍ରଥମ ସ୍ଥାନ ଅଧିକାର ରାଜ୍ୟସ୍ତରକୁ ମନୋନୀତ ହୋଇ ଜିଲ୍ଲା, ବ୍ଲକ ଓ ବିଦ୍ୟାଳୟ ଲାଗି ଗର୍ବ ଆଣିଛନ୍ତି I ସେହିପରି ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ହଷ୍ଟେଲର […]

Read More Text.
Assembly meeting

ଆଗୁଆ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ଏମଏମଡିଆର ପ୍ରସଙ୍ଗକୁ ନେଇ ବାରମ୍ବାର ଅଚଳାବସ୍ଥା ଭିତରେ ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ମୌମୁମୀ ଅଧିବେଶନର ୫ମ ଦିନରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଥିବା ବେଳେ ଗୃହକୁ ମୁଲତବୀ କରିବାକୁ ପ୍ରସ୍ତାବ ରଖିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ସୂଚନାଥାଉକି, ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ୯ କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିଲା । କିନ୍ତୁ […]

Read More Text.
Police

ଗୁଣି ସନ୍ଦେହରେ ହତ୍ୟା ପରେ ପୋଡ଼ି ଦେଲେ, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର

ବ୍ରହ୍ମପୁର: ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ । ​ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁରେ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତିରେ ଘରୁ ଡାକିନେଇ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପୋଡ଼ି ପାଉଁଶ କରିଦେଇଛନ୍ତି ଗାଁ ଲୋକେ । […]

Read More Text.
Screenshot 2026 09 28 150059 750x430

MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ନେତୃତ୍ଵ ନେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି । […]

Read More Text.

 ନାଳରେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ତଥା ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂଥାନ ଅଞ୍ଚଳର  କୁଲୁଘୁଟୁ ଗ୍ରାମ୍ଯ ନାଣ୍ଡୁଆ ନାଳରେ ଗତକାଲି ଶନିବାର ଦିନ ପୂର୍ବାହ୍ନ ସମୟରେ  ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇ  ପ୍ରଖର ସ୍ରୋତରେ ଭାଷି ଯାଇଥିବା ଜଣେ ନବାଳକ ର ମୃତଦେହକୁ ଆଜି ଅଗ୍ନିଶ୍ରମ ବାହିନୀ ଉଦ୍ଧାର କରିଅଛି l ସୂଚନାଯୋଗ୍ୟ ପଡୋଶୀ ଝାଡଖଣ୍ଡ ରାଜ୍ଯର‌ ପଶ୍ଚିମ ସିଂହଭୂମ ଜିଲ୍ଲାର   ତାନ୍ତେନଗର ଥାନା ଅଞ୍ଚଳର କାକେହୋ ଗ୍ରାମର ସ୍ବର୍ଗତ ଦୁର୍ଯୋଧନ କାଲୁଣ୍ଡିଆଙ୍କ ୧୭ ବର୍ଷିୟ […]

Read More Text.
IMG 20260927 WA0255

 ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା:  ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଆସନ୍ତା ଅକଟୋବର ୧ ତାରିଖରେ ପାଳିତ ହେବାକୁ ଯାଉଥିବା ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସ-୨୦୨୬  ଉପଲକ୍ଷେ ଆଜି ରାଇରଙ୍ଗପୁର ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର ନବମ ଶ୍ରେଣୀ ଠାରୁ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଇଂରାଜୀ ଓ ଓଡ଼ିଆ ଭାଷାରେ ପୃଥକ ପୃଥକ ଭାବେ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତି ଦିବସର […]

Read More Text.
IMG 20260927 WA0277

ଜାତୀୟ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟା: ବିମୋହିତ କଲା ସମ୍ବଲପୁରର ’ଅନନ୍ୟ’ ଓ ମିଦିନାପୁରର ’ଓରେ ବିହଙ୍ଗ’

ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ୧ମ ନାଟକ କ ଖ ଗ, ସମ୍ବଲପୁର ପ୍ରଯୋଜିତ ନାଟକ “ଅନନ୍ୟ” ମଞ୍ଚସ୍ଥ ହୋଇଥିଲା I ବ୍ରଜେନ୍ଦ୍ର ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୌମେନ୍ଦ୍ର ପୂଜାରୀ, ମିନାକ୍ଷୀ ସୁପକାର ଓ ମନୋଜ ବେହେରା ଅଭିନୟ କରିଥିବା ବେଳେ ଆଲୋକରେ ସିଦ୍ଧାର୍ଥ ହୋତା, ସଂଗୀତରେ ବ୍ରଜେନ୍ଦ୍ର ନାୟକ ଓ ମଞ୍ଚସଜ୍ଜାରେ ସଞ୍ଜୟ ମିଶ୍ର ସହଯୋଗ […]

Read More Text.
IMG 20260927 WA0271

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବାରିପଦାରେ ୫ କି.ମି. ପ୍ରମୋ ରନ୍: ଭାଗ ନେଲେ ୨୦୦ ଧାବକ

ବାରିପଦା: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀର ପ୍ରଚାର-ପ୍ରସାର, ପର୍ଯ୍ୟଟନ ପ୍ରତି ଜନସଚେତନତା ଏବଂ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ବାରିପଦାରେ ପାଞ୍ଚ କିଲୋମିଟର ‘ଓଡ଼ିଶା ପ୍ରମୋ ରନ୍’ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁବିଲି ଲାଇବ୍ରେରୀଠାରେ ପତାକା ଦେଖାଇ ଏହି ଦୌଡର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୦୦ ଜଣ ଧାବକ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ […]

Read More Text.
IMG 20260927 WA0245

ଅନ୍ୟତ୍ର ସ୍ଥାନାନ୍ତର ହେବ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ନୂତନ କୋଠା ନିର୍ମାଣ ଲାଗି ୩୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ବାରିପଦା:  ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଜରାଜୀର୍ଣ୍ଣ ଓ ଅସୁରକ୍ଷିତ କୋଠାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଦ୍ୟାଳୟର ପାଠ୍ୟଦାନକୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ […]

Read More Text.
Mohan majhi

ଆକାଶମାର୍ଗରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଏକ ଗଭୀର ଅବପାତ ଯୋଗୁଁ ହୋଇଥିବା ଲଗାଣ ବର୍ଷାଜନିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶମାର୍ଗରୁ ସମୀକ୍ଷା କରିଥିଲେ। ଏହି ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ତାଙ୍କ ସହିତ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, […]

Read More Text.