ବୋଲଗଡ଼ ବିଡିଓଙ୍କୁ ହଟାଇବାକୁ ଦାବି, ଏକାଠି ହେଲେ ଶତାଧିକ ଲୋକ

ବେଗୁନିଆ: ଜୋର ଧରିଲା ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବି ।  ବୋଲଗଡ଼ ବିଡିଓ ସୁମନସୁଧା କୁଣ୍ଡୁଙ୍କ ବିରୋଧରେ ଏକାଠି ହେଲେ ଶତାଧିକ ଲୋକ ।  ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା ସହିତ ବିଡିଓଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବୋଲଗଡ଼ ବିଡିଓ ସୁମନସୁଧା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାମନ ହାଇସ୍କୁଲ ପଡିଆକୁ ଆସି ନ ଥିଲେ । ଏଥିସବ […]

Read More Text.

ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ, ମେ’ ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ମେ ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି। ପୂର୍ବରୁ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସକ୍ରିୟ ରହିବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ମେ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ପ୍ରବେଶପତ୍ର ଏପ୍ରିଲ ଶେଷ ସୁଦ୍ଧା ଉପଲବ୍ଧ […]

Read More Text.

ନଵନିର୍ମାଣ କୃଷକ ସଂଗଠନର ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କିଛି ଜିଲ୍ଲାରେ ଦେଖିବାକୁ ମିଳିଲା ପ୍ରଭାବ

ଭୁବନେଶ୍ବର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍‌ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ। […]

Read More Text.

ବାରିପଦାରେ ଜିଲ୍ଲାସ୍ତରୀୟ ୭୭ତମ ଗଣତନ୍ତ୍ର ଦିବସ ପାଳିତ

ଗଣତନ୍ତ୍ର ଲୋକ ମାନଙ୍କୁ ସେବା ମାଧ୍ୟମରେ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଉଛି: ଜିଲ୍ଲାପାଳ  ବାରିପଦା : ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।  ନିର୍ଦ୍ଧାରିତ […]

Read More Text.

 ରକ୍ତଦାନ ଶିବିର ;25 ୟୁନିଟ ରକ୍ତ ସଂଗୃହୀତ

ବାରିପଦା: ବାରିପଦା ସ୍ଥିତ ରକ୍ତଭଣ୍ଡାର ଠାରେ ଭାରତୀୟ ରେଡକ୍ରସ ସୋସାଇଟିର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ଅଧ୍ୟକ୍ଷ ତଥା ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ତତ୍ୱlବଧାନରେ ଆୟୋଜିତ ଶିବିରକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟିର ମୟୁରଭଞ୍ଜ ଜିଲ୍ଲା ଶାଖା ସମ୍ପାଦକ ଶ୍ରଦ୍ଧା ସୁମନ, କାର୍ଯ୍ୟକାରୀ ସଦସ୍ୟ ଅମର କୁମାର ସେଠି, ଆଜୀବନ ସଦସ୍ୟ ଅସୀମ କୁମାର ଚକ୍ରବର୍ତ୍ତି ଓ ଜୁନିଅର […]

Read More Text.

 ସାଧାରଣତନ୍ତ୍ର ଦିବସରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ଓ ଭଲିବଲ ମ୍ୟାଚ 

ବାରିପଦା : ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାପାଳ ଏକାଦଶ ଓ ଏସ ପି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚରେ ଜିଲ୍ଲାପାଳ ଏକାଦଶ ୬ ଉଇକେଟରେ ଏସ ପି ଏକାଦଶକୁ ପରାସ୍ତ କରି ବିଜୟୀ ହୋଇଥିଲେ I ପ୍ରଥମେ ବ୍ୟାଟିଂ କରି ଏସ ପି ଏକାଦଶ ୧୫ ଓଭରରେ ୯ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ […]

Read More Text.

ମୟୁରଭଞ୍ଜ ମାଟିର ଗୌରବ ଦ୍ଵିଗୁଣିତ କଲେ ସାନ୍ତାଳୀ ସାରସ୍ବତ ସାଧକ ଚରଣ ହେମ୍ବ୍ରମ

ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପାଇଁ ମନୋନୀତ ବାରିପଦା: ଆଦିବାସୀ ସାନ୍ତାଳୀ ଭାଷାର ପ୍ରଚାର , ପ୍ରସାର, ସମାଜ ସଂସ୍କାର, ସଂସ୍କୃତି ଉଜ୍ଜୀବୀତ କରିବା ଆଜୀବନ ସାଧନା ନେଇ ରାଇରଙ୍ଗଗପୁର ମାଟିର ସୁଯୋଗ୍ୟ ସନ୍ତାନ ଚରଣ ହେମ୍ବ୍ରମ (୭୫) ଙ୍କୁ  ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧୀ ପାଇଁ ମନୋନୀତ କରାଯାଇଛି ।ଚରଣ ହେମ୍ବ୍ରମ ଜଣେ ଅମାୟିକ,ସରଳ,ଶାନ୍ତଶିଷ୍ଟ , ହସ ହସ ମୁଖ, ସାରସ୍ବତ ସାଧକ, ସମାଜରେ ଡାହାଣୀ ଅନ୍ଧ ଵିଶ୍ବାସକୁ ଦୂର ପାଇଁ ସାଧାରଣରେ ଜନସଚେତନତା […]

Read More Text.

ସମ୍ପର୍କ ପରିବାର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ  

ବାରିପଦା : ବାରିପଦା ସମ୍ପର୍କ ଛକ ଠାରେ ସମ୍ପର୍କ ପରିବାର ତରଫରୁ 77 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ସମ୍ପର୍କ ପରିବାରର ସଭାପତି ସଂଜୀବ ରାଉତ, ସମ୍ପାଦକ ଚିତ୍ତ ରଞ୍ଜନ ଦାସଙ୍କ ନେତୃତ୍ୱରେ ପାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଶ୍ରେଷ୍ଠ ଗବେଷିକା ପୁରସ୍କାର ପ୍ରାପ୍ତ ଯୁବ ଗବେଷିକା ଲିପ୍ସା ପଣ୍ଡା  ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ. ଏହି ଅବସରରେ ବରିଷ୍ଠ ମହିଳା ସମାଜସେବୀ ତଥା ଶିକ୍ଷବିତ ସୁମିତ୍ରା ମିଶ୍ର ଏବଂ ବରିଷ୍ଠ […]

Read More Text.
High court

ଏସଆଇ କେଳେଙ୍କାରୀ: ୨ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କଟକ: ପୁଲିସ ଏସଆଇ ନିଯୁକ୍ତିର କେଳେଙ୍କାରୀ ମାମଲାରେ ବିଚାର କରି ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ କଡା ନିର୍ଦେଶ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ କରାଯିବ ସେ ନେଇ ସରକାରଙ୍କୁ ପଚାରିଛନ୍ତି ନ୍ୟାୟାଳୟ। ତାହା ସହ କେଳେଙ୍କାରୀ ହୋଇଥିବା ସମସ୍ତ ତଥ୍ୟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ନେଇ ଅଦାଲତ ନିର୍ଦେଶ ଦେଇଛନ୍ତି।  ପୁଲିସ ଏସଆଇ ନିଯୁକ୍ତି ନେଇ ଓଡ଼ିଶା ଯୁନିଫର୍ମ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସସ କମିଶନ ୨୦୨୫ ଗଠିତ କରାଯାଇଛି। କିଛିଦିନ ପୂର୍ବେ  ପୁଲିସ […]

Read More Text.

PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର । ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ ପ୍ରଧାନ(୬୦) ଏବଂ ଡାକପାଲା ଗ୍ରାମର ସସ୍ମିତା ମଲ୍ଲିକ(୩୫)। ଖବରମୁତାବକ, ଅପସରୀ ଓ ନିରଜିନୀ କାଠ ଆଣିବାକୁ ଶ୍ରୀକଲା ଘାଟି ଅଞ୍ଚଳକୁ ଯାଇଥିଲେ। ସେତିକିବେଳେ ଏକ ବାର୍‌ହା ଅତର୍କିତ ଭାବେ ସେମାନଙ୍କୁ […]

Read More Text.