Screenshot 2025 12 19 125633

ବିଧାୟକଙ୍କ ଦରମା ବୃଦ୍ଧିର ପୁନର୍ବିଚାର ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି ଜନଅସନ୍ତୋଷକୁ ଦେଖି ଏହାର ପୁନର୍ବିଚାର କରିବା ପାଇଁ ଦାବି କରୁଥିବା କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ବିଧାନସଭାରେ ୯ ତାରିଖରେ ବିଧାୟକମାନଙ୍କ […]

Read More Text.
Death 750x430 1

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା : ଆଜି ବାରିପଦା ଭଞ୍ଜପୁର ଥାନା ପୋଲିସ ସ୍ଥାନୀୟ ତକତପୁର ଅଞ୍ଚଳରେ ବିଜେପି କାର୍ଯ୍ୟାଳୟ ନିକଟରେ ଥିବା ଏକ ନିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଅଛି l ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି ଘଟଣା ଦେଖି ପୋଲିସ କୁ ଖବର ଦେଇଥିଲେ l ମୃତ ଯୁବକ ର ବୟସ ଆନୁମାନିକ 35 ବର୍ଷ ପାଖା ପାଖୀ ବୋଲି ଜଣା ପଡୁଥିବାବେଳେ ପରିଚୟ ମିଳିପାରିନାହିଁ l ସାଇଣ୍ଟିଫିକ […]

Read More Text.
Whatsapp image 2025 12 18 at 5.22.38 pm

ସତ୍ୟବାଦିତା, ନିର୍ଭିକତା ଓ ଏକାଗ୍ରତା ହିଁ ଜୀବନର ସଫଳତାର ମୂଳମନ୍ତ୍ର

ବାରିପଦା : ସ୍ଥାନୀୟ ମହାରାଜାକୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାବାଣୀ ପ୍ରଚାର ସଂଘ ଆନୁକୂଲ୍ୟରେ ଏକ ଶ୍ରୀମଦ୍ ଭଗବଦ୍ ଗୀତା କୁଇଜ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସନ୍ତୀ ଟୁଡୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଗୀତା ପ୍ରଚାରକ ଭାଗବତ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ସଫଳ ଓ ସାର୍ଥକ ମଣିଷ ହେବା ପାଇଁ ଶ୍ରୀମଦ୍ ଭଗବଦ୍ ଗୀତାର […]

Read More Text.
Img 20251217 wa0580

ବିଶ୍ଵବିଦ୍ୟାଳୟରେ ‘ମହାରାଜାଙ୍କ ମହାନୁଭବତା’ ଆଲୋଚନାଚକ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳନ ସମାରୋହ ସହିତ ‘ମହାରାଜାଙ୍କ ମହାନୁଭବତା’ ଶୀର୍ଷକ ଏକ ଆଲୋଚନାଚକ୍ର  ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉତ୍ତରଦାୟାଦ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଗୁଣଗାନ କରିଥିଲେ । ମହାରାଜା ଶ୍ରୀରାମଚନ୍ଦ୍ର କିପରି ଜଣେ ପ୍ରଜାବତ୍ସଳ ରାଜା ଭାବରେ […]

Read More Text.
Img 20251218 wa0191

ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା: ୨୯ ଖେଳାଳି ରାଜ୍ୟସ୍ତରକୁ ମନୋନୀତ 

ବାରିପଦା : ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ଶହ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବର୍ଗରେ ଦୌଡ଼, ଡିଆଁ, ଥ୍ରୋ ଆଦି ପ୍ରତିଯୋଗିତାରୁ ମୋଟ ୨୯ ଜଣ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି I ସେମାନେ ହେଲେ ନିମସୀ ସମାଦ, ମିତା ଗୋଇପାଇ, ସିନେ ଟୁଡୁ, ସନ୍ଧ୍ୟା ମୁର୍ମୁ, ରାଜେଶ୍ୱରୀ ସିଂ, ବସୁମତୀ ସାୟନ, କମଳିନୀ […]

Read More Text.
Img 20251218 wa0208

ପାଠପଢାରେ ବାନ୍ଧିଦେଇଥିଲେ ଡୋରି; ବାଇଧର ପାଇଁ ଦେବଦୁତ ସାଜିଲେ ଏ ଡି ଇ ଓ

ବାରିପଦା: ଚଳିତ ଶିକ୍ଷାବର୍ଷ ଶେଷ ହୋଇଆସୁଥିବା ବେଳେ ବାରିପଦା ବ୍ଲକର ଗୁଞ୍ଜୁସାହି ଅନ୍ତର୍ଗତ ବିରପାଲିଆ ଗାଁ ର ଭାଗିରଥି ସୋରେନ ଓ ଚୂଡ଼ାମଣି ସୋରେନଙ୍କ ପୁଅ ବାଇଧର ସୋରେନ ୫ମ ଶ୍ରେଣୀ ପାସ୍ କରିବା ପରେ କୌଣସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇ ପାରିନଥିଲେ I ଏହାର ଏକମାତ୍ର କାରଣ ଥିଲା ଯେ ତାଙ୍କ ଘର ପାଖାପାଖି କୌଣସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାହଁ I ପିଲାଟି ସାରୁଝରଣ ପ୍ରାଥମିକ ବିଦ୍ୟାଳୟରେ ପଢ଼ିସାରିବା […]

Read More Text.
Photo for the news of gorakshya

ଗୋରକ୍ଷା ଓ ପରିବେଶ ରକ୍ଷା ଅଭିଯାନ

ବନ୍ତ/ଆଗରପଡ଼ା: ଗୁରବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ପୁରୀ ବାଲିଘାଇ କ୍ରୀୟଯୋଗ ଆଶ୍ରମର ସନ୍ନ୍ୟାସୀ ସ୍ୱାମୀ ନିର୍ମଳା ନନ୍ଦ ଗିରି,ସ୍ୱାମୀ ଶ୍ରୀକୃଷ୍ଣ ଆନନ୍ଦ ଗିରି ଏବଂ ଡ଼ଃ କୁଳମଣି ଯୋଗାଚାରୀଙ୍କ ଉପସ୍ଥିତିରେ ନିମାପଡ଼ା କପାଳୀ କ୍ଷେତ୍ର ପାବନ ପରିସରରେ ଗୋ ରକ୍ଷା,ଜୀବନ ରକ୍ଷା ଓ ଦେଶ ରକ୍ଷା ପରିପ୍ରେକ୍ଷୀରେ ଏକ ପ୍ରବଚନ ସଭା ଅନୁଷ୍ଠିତ ହୋଇଥିଲା । ସନ୍ନ୍ୟାସୀମାନେ ଜୀବନ ରକ୍ଷା ପାଇଁ ଗୋମାତା ପୂଜନ,ଗୋଶାଳା ସ୍ଥାପନ ଏବଂ ଗୋମାତାର ବହୁମୂଲ୍ୟ ଅବଦାନ ଉପରେ ପ୍ରବଚନ ରଖିଥିଲେ […]

Read More Text.
High court e1766072268849

ଜଷ୍ଟିସ ସଙ୍ଗମ ସାହୁଙ୍କୁ ପଦୋନ୍ନତି ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିଅମ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ପଦୋନ୍ନତି ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିଅମ। ଗୁରୁବାର ଅନୁଷ୍ଠିତ କଲେଜିଅମ ବୈଠକରେ ଏହି ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଜଷ୍ଟିସ ସାହୁଙ୍କ ବ୍ୟତୀତ ଅନ୍ୟ ୪ ଜଣ ବିଚାରପତିଙ୍କ ନାମକୁ ମଧ୍ୟ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି। ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ମନୋଜ କୁମାର ଗୁପ୍ତାଙ୍କ ନାମକୁ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି […]

Read More Text.
Ram sutar

ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନର ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ବୁଧବାର ରାତିରେ ନୋଏଡାସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ହାତର ଯାଦୁଗରୀ ଏମିତି ଥିଲା ଯେ, ତାଙ୍କ ଦ୍ୱାରା ଜୀବନ ହେଇ ଉଠୁଥିଲା ପଥର । […]

Read More Text.
Death 750x430 1

ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡା : ଏମିତି ବି ଆସେ ମୃତ୍ୟୁ l ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ  l ଏମିତି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗ ପଂଚାୟତର ଗୋଛାପଡା ଗାଁରେ l ଅମୃତ ଭଣ୍ଡାଟିର ଓଜନ ଥିଲା ସାତ କେଜି ଛଅ ଶହ ଦଶ ଗ୍ରାମ l ଏହି ଅମୃତ ଭଣ୍ଡାଟି ମହିଳାଙ୍କ ଛାତିରେ ପଡିଥିଲା  l  ଫଳରେ ଦୁର୍ଘଟଣା ସ୍ଥାନରେ ଚାଲିଯାଇଛି ମହିଳାଙ୍କ ଜୀବନ  l  ଗଛରୁ ଅମୃତ ଭଣ୍ଡା ତୋଳୁଥିବା ବେଳେ […]

Read More Text.