ଜଳସେବାର ମହାସମାରୋହ ଆମେ-୮୦ ଜଳ ସେବା ଆରମ୍ଭ

ବାରିପଦା : ଜଳସେବା ର ମହା ସମାରୋହ ଆମେ-୮୦ ଜଳ ସେବା ଆରମ୍ଭ। ଆଜି ବାରିପଦା ମ୍ୟୁନିସିପାଲିଟୀ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ରାଉତ,ଆମେ ୮୦ ସଦସ୍ୟ ତଥା ଜିଲ୍ଲା ଓକିଲ ସଂଘ ସଭାପତି ଜ୍ୟୋତି ପ୍ରକାଶ ରଥ,ଆମେ ୮୦ ର ସଭ୍ୟ ସମାଜସେବୀ ଗିରିଶ ଚନ୍ଦ୍ର ଦାସ ଏହି କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ। ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ରୁ ଆରମ୍ଭ ହୋଇ ଜୁନ ୧୪ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ […]

Read More Text.

ଚୈତ୍ର ପର୍ବ-୨୦୨୬ ଉଦଯାପିତ

ଛଉ ନୃତ୍ୟ ବିଶ୍ୱ ଦରବାରରେ ମୟୂରଭଞ୍ଜକୁ ସ୍ୱତନ୍ତ୍ର ପରିଚୟ ଦେଇଛି – ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଐତିହ୍ୟ ଚୈତ୍ର ପର୍ବ ୨୦୨୬ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ସଂଧ୍ୟାରେ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଦ୍ୱିତୀୟ ସଂନ୍ଧ୍ୟାରେ ସହରାଞ୍ଚଳ ଛଉ ନୃତ୍ୟ ପ୍ରତିଯୋଗିତାରେ ବାରିପଦା ଅଞ୍ଚଳର ଐତିହାସିକ ଦୁଇ ଦଳ ଉତ୍ତର ସାହି ଓ ଦକ୍ଷିଣ ସାହି ମଧ୍ୟରେ ପ୍ରତିଯୋଗିତା […]

Read More Text.

ସମ୍ବିଧାନ ପ୍ରଣେତା ଡଃ ବି.ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ବାରିପଦା : ଭାରତୀୟ ସମ୍ବିଧାନର ଜନକ, ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୁଲ୍ୟରେ ବାରିପଦା ପୌରପାଳିକା ସହଯୋଗରେ ସମ୍ପନ୍ନ ହୋଇଛି । ଆଜି ସକାଳ ୮ ଘଟିକା ସମୟରେ ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ସ୍ଥିତ  ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ […]

Read More Text.

କକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ଝାଡ଼ାବାନ୍ତି: ୫ମ ଶ୍ରେଣୀ ଛାତ୍ରୀ ମୃତ

ବାରିପଦା : ପଖାଳ ଖାଇବା ପରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ହେଲା ପଞ୍ଚମୀ ଶ୍ରେଣୀ ନାବାଳିକାଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ବାରିପଦାରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ଛାତ୍ରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର କକାବନ୍ଧ ଆଶ୍ରମ ସ୍କୁଲର ହଷ୍ଟେଲରେ ପଖାଳ ଭାତ ଖାଇ ପାଖାପାଖି ୧୫୦ ରୁ ଊର୍ଦ୍ଧ୍ବ୍ୱ ଛାତ୍ରଛାତ୍ରୀ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ସୁସ୍ଥ […]

Read More Text.

ବିଲ୍ ବକେୟା ଥିଲେ ଗ୍ରୀଷ୍ମ ଋତୁରେ ବିଚ୍ଛିନ୍ନ କରାଯିବନି ବିଦ୍ୟୁତ୍ ସଂଯୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ। ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (DISCOM) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ […]

Read More Text.

ଚୈତ୍ର ପର୍ବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତା: ଵାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ପ୍ରଥମ

ବାରିପଦା : ବାରିପଦା ଛଉ ପଡ଼ିଆରେ ଚୈତ୍ର ପର୍ବ ଉପଲକ୍ଷେ ୧୧ ତାରିଖରେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକର ବାବା ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାର‌ମାନେ ଛଉ ନୃତ୍ୟ ପରିବେଷଣ କରି ହଜାର‌ହଜାର ଦର୍ଶକଙ୍କ ମନ କିଣିବା ସହ ପ୍ରତିଯୋଗିତାରେ ପ୍ରଥମ ହୋଇ ୧୦ ହଜାର ଟଙ୍କା ପୁରସ୍କାର ଲାଭ କରିଛନ୍ତି ।ସେହିଭଳି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି ବାରିପଦାର  ଦାନ୍ତିଆମୁହାଁର  ବଡଯାମଵଣି ଛଉ ନୃତ୍ୟ ପ୍ରତିଷ୍ଠାନ ଏବଂ […]

Read More Text.

ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ

ବାରିପଦା : ମୟୁରଭଞ୍ଜ ଜିଲ୍ଲା  ଶୁଳିଆପଦା ବ୍ଲକ ଅନ୍ତର୍ଗତ ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଚାନ୍ଦୁଆ ଥାନା ଅଧିକାରୀ ଲକ୍ଷ୍ମଣ କୁମାର ନାୟକ ଓ ଜମ୍ଭୀରା ଫାଣ୍ଡି ଅଧିକାରୀ ସତ୍ୟରଞ୍ଜନ ଭୂୟାଁ ଯୋଗଦେଇ ସାଇବର ଠକ ମାନଙ୍କ ଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ, ଅଜଣା ଲିଙ୍କରେ କ୍ଲିକ […]

Read More Text.

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

୧୩୦ ଅଭିଯୋଗର ହେଲା ଶୁଣାଣୀ, ୪ଟି ଅଭିଯୋଗର ହେଲା ତତ୍କାଳ ସମାଧାନ. ବାରିପଦା : ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲି, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ରାଇରଙ୍ଗପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର […]

Read More Text.

ଜିଲ୍ଲାସ୍ତରୀୟ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ

ବାରିପଦା : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ‘ନାରୀ ଶକ୍ତି ବନ୍ଦନ’ ଉପରେ ଉଦବୋଧନ ଦେଇଛନ୍ତି  ।  ଶ୍ରୀ ମୋଦୀ ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଗତ ପରେ ସମସ୍ତଙ୍କ ସହଯୋଗରେ ଏହି ବିଲ୍ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି ।  ଏହି ଉଦବୋଧନ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ସାଧାରଣ ମହିଳା ତଥା ମାଆ ମାନଙ୍କ ନିକଟରେ ବାର୍ତ୍ତା […]

Read More Text.

ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬କୁ ସ୍ୱୀକୃତି ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ଵର:ଓଡ଼ିଶାରେ ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ-୨୦୨୬। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬କୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା ପରେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱ ବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧିନିୟମ- ୨୦୨୬କୁ ଓଡ଼ିଶାରେ ଲାଗୁ କରାଯାଇଛି।ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଓଡ଼ିଶା ରାଜ୍ୟ ସରକାରୀ […]

Read More Text.