ଆନ୍ଧ୍ରରେ ସଡ଼କ ଦୁର୍ଘଟଣା: ୩ ଓଡ଼ିଆ ମୃତ, ୨ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାରୁଆ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୃତ ବେଗରେ ଆସୁଥିବା କାର ଲରିର ପଛପଟୁ ଧକ୍କା ଦେବାରୁ ଘଟିଛି ଏଭଳି ଅଘଟଣ । ମୃତ ସମସ୍ତ ୩ ଜଣ ଓଡ଼ିଆ ବୋଲି ଜଣାପଡ଼ିଛି । ସେମାନେ କାର ଯୋଗେ ବାଲେଶ୍ବରରୁ ଆନ୍ଧ୍ର ଯାଉଥିଲେ । ୨ ଗୁରୁତରଙ୍କୁ ଶ୍ରୀକାକୁଲମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । […]

Read More Text.

ବିମାନରେ ପାୱାର ବ୍ୟାଙ୍କ ନେବା ମନା, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ:ବିମାନରେ ପାୱାର ବ୍ୟାଙ୍କ ନେବା ମନା ।  ଏହି ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ।  ବିମାନରେ ଯାତ୍ରା ସମୟରେ ଫୋନ୍ ଓ ଅନ୍ୟାନ୍ୟ ଡିଭାଇସ୍ ଚାର୍ଜିଂ ପାଇଁ ବ୍ୟବହୃତ ପାୱାର ବ୍ୟାଙ୍କ ଓ ପୋର୍ଟେବଲ୍ ଚାର୍ଜର ବ୍ୟବହାର ଉପରେ କଟକଣା ଜାରି କରିଛି ଡିଜିସିଏ ।  ପାୱାରବ୍ୟାଙ୍କରେ ବ୍ୟବହୃତ ଲିଥିୟମ୍ ବ୍ୟାଟେରୀ ହଠାତ ଗରମ ହୋଇ ଯାଉଥିବାରୁ ଓ ଏଥିରେ ସଙ୍ଗେ ସଙ୍ଗେ ନିଆଁ ଲାଗି ଯାଉଥିବାରୁ ଏହାର ବ୍ୟବହାର ଉପରେ […]

Read More Text.

ଦିଲ୍ଲୀ ବିସ୍ଫୋରଣ ଘଟଣା: ଘୋଷ୍ଟ ସିମ୍ କାର୍ଡ, ଏନକ୍ରିପଟେଡ୍ ମୋବାଇଲ୍ ଆପ୍ ମାଧ୍ୟମରେ ପାକ୍ ହ୍ୟାଣ୍ଡଲରଙ୍କୁ ଯୋଗାଯୋଗ କରୁଥିଲେ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ତଦନ୍ତ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଚକିତ କଲାଭଳି ତଥ୍ୟ ପାଇଛନ୍ତି । ଆତଙ୍କବାଦୀମାନେ ଘୋଷ୍ଟ ସିମ୍ କାର୍ଡ ଏବଂ ଏନକ୍ରିପଟେଡ୍ ମୋବାଇଲ୍ ଆପ୍ ବ୍ୟବହାର କରି ପାକିସ୍ତାନରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରୁଥିଲେ ବୋଲି ଜଣାପଡ଼ିଛି । ଘଟଣା ଦିନ ଆତଙ୍କବାଦୀମାନେ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି । ଜାତୀୟ […]

Read More Text.

ଆହୁରି ବଢିବ ଥଣ୍ଡା; ୭ଦିନ ପାଇଁ ୧୯ ରାଜ୍ୟକୁ ଘନ କୁହୁଡି ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ସମଗ୍ର ଉତ୍ତର ଭାରତରେ ହାଡ଼ଭଙ୍ଗା ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ଏବଂ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିଛି। ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭାରତ ପାଣିପାଗ ବିଭାଗ ଏହି ସପ୍ତାହରେ ଉତ୍ତର ଭାରତ ପାଇଁ କୁହୁଡ଼ି ଏବଂ ଶୀତଳ ଲହରୀ ସତର୍କତା ଜାରି କରିଛି। ବର୍ଷା କିମ୍ବା ତୁଷାରପାତ ଆଶା କରାଯାଇ ନାହିଁ, କିନ୍ତୁ ଶୀତଳ ଲହରୀ ଶୀତକୁ ଆହୁରି ତୀବ୍ର କରିବ। […]

Read More Text.

ଭେନେଜୁଏଲା ରାଷ୍ଟ୍ରପତି ଦମ୍ପତିଙ୍କୁ ଗିରଫ ପରେ ଜାତିସଂଘ ଡାକିଲା ଜରୁରୀ ବୈଠକ

ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।  ସୂଚନା ଅନୁସାରେ ଜାତିସଂଘ ନିରାପତ୍ତା ପରିଷଦ ସୋମବାର ଏକ ଜରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛି। ଏହି ବୈଠକ ସକାଳ ୧୦ଟା (ଭାରତୀୟ ସମୟ ରାତି ସାଢେ ୮ଟା)ରେ ସୋମାଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। […]

Read More Text.

ଟ୍ରମ୍ପଙ୍କୁ କମଲା ହାରିସଙ୍କ ଖୋଲା ଚ୍ୟାଲେଞ୍ଜ

ଆମେରିକା : ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । କମଲା ହାରିସ୍ କହିଛନ୍ତି, ମାଦୁରୋ ଜଣେ ବେଆଇନ ଶାସକ ହୋଇଥାଇପାରନ୍ତି । କିନ୍ତୁ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆଇନସମ୍ମତ ନୁହେଁ । ଏଭଳି ଘଟଣା ପୂର୍ବରୁ […]

Read More Text.

ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି। ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି। ଏହି ଘଟଣା ଫଳରେ ଯାତ୍ରୀ ଏବଂ ନିକଟରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ନିଆଁ ଖୁବ୍ ଶୀଘ୍ର ସେହି ସ୍ଥାନରେ ଥିବା ପାର୍କିଂ […]

Read More Text.

ବିଜାପୁରରେ ଏନକାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି। ଅଧିକାରୀଙ୍କ ଅନୁଯାୟୀ, ଦକ୍ଷିଣ ସୁକମାରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବିଜାପୁରରେ ଦୁଇଜଣ ନିହତ ହୋଇଛନ୍ତି, ଯେଉଁଠାରେ ସକାଳ […]

Read More Text.

ଏୟାରଷ୍ଟ୍ରାଇକ ପରେ ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ; ଟ୍ରମ୍ପ

ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅଟକ ରଖିଛି । ମାଦୁରୋ ତାଙ୍କ ପତ୍ନୀଙ୍କ ସହିତ […]

Read More Text.
Venzuela

କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲା: ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିସ୍ଫୋରଣ ପରେ, ଭେନେଜୁଏଲାର ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରିପୋର୍ଟ ଅନୁସାରେ, କାରାକାସର ମୁଖ୍ୟ ସାମରିକ ଘାଟି, ଫର୍ଟୁନା ନିକଟରେ ବିସ୍ଫୋରଣ […]

Read More Text.