Accident

ଓଲଟିଲା ପିକଅପ୍ ଭ୍ୟାନ୍, ଚାଲିଗଲା ୩ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି  । ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଚାଷୀଙ୍କ ପନିପରିବା ନେଇ ଦିଲ୍ଲୀର ଆଜାଦପୁରରୁ ମଣ୍ଡି ଯାଉଥିବା ପିକଅପ୍ ଭ୍ୟାନ ମିଥାଲି ଗାଁ ନିକଟରେ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା । ଏହି […]

Read More Text.
Gst 2025 11 01 19 14 39

୩ ଦିନରେ ମିଳିବ ଜିଏସଟି ପଂଜୀକରଣ ମଂଜୁରୀ

ନୂଆଦିଲ୍ଲୀ : ଜିଏସଟି ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ଆଜିଠାରୁ (November 1) ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ସରକାରଙ୍କର ଏହି ସରଳ ଜିଏସଟି ପଂଜୀକରଣ ସ୍କିମ ଦ୍ବାରା ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ଉପକୃତ ହେବେ । ଏ ନେଇ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ନୂତନ ଆବେଦନକାରୀମାନେ […]

Read More Text.
Rabri devi 2025 11 01 17 47 05

ତେଜପ୍ରତାପଙ୍କ ବିରୋଧରେ ପ୍ରଚାର କରିବିନି: ରାବ୍ରୀ ଦେବୀ

ବିହାର: ରାଷ୍ଟ୍ରୀୟ ଜନତା ଦଳ (RJD) ଏବଂ ଲାଲୁ ପରିବାରରୁ ବିତାଡ଼ିତ ନେତା ତଥା ନିଜ ବଡ଼ପୁଅ ତେଜପ୍ରତାପ ଯାଦବଙ୍କ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ । ସେ କହିଛନ୍ତି ଯେ ତେଜପ୍ରତାପଙ୍କ ବିରୋଧରେ ପ୍ରଚାର କରିବେ ନାହିଁ ଓ ସେ ଜିତିବା ତାଙ୍କ ଇଚ୍ଛା । ରାବ୍ରୀ ଦେବୀ କହିଛନ୍ତି ଯେ ଯେତେବେଳେ ଗରିବ ଶାସନ କରେ, ଲୋକମାନେ ଏହାକୁ ଜଙ୍ଗଲରାଜ ବୋଲି କୁହନ୍ତି, କିନ୍ତୁ […]

Read More Text.
Capture 17

ମାଖନଲାଲ ବିଶ୍ବବିଦ୍ୟାଳୟ ତୃତୀୟ ମହଲାରୁ ଖସି ଛାତ୍ର ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ମାଖନଲାଲ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ତୃତୀୟ ମହଲାରୁ ପଡି ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତ୍ରଙ୍କ ନାଁ ଦିବ୍ୟାଂଶ ଚୋକସୀ ବୋଲି ଜଣାପଡିଛି। ଶ୍ରେଣୀ ଗୃହରୁ ବାହାରିବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଏହି ଅଘଟଣ ଘଟିଯାଇଥିଲା। ତାଙ୍କୁ ପ୍ରଥମେ ଗୀତାଞ୍ଜଳି ଓ ପରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିବ୍ୟାଂଶଙ୍କ ନିଜ ଘର ରାୟସେନ ଜିଲାରେ, ସେ ଭୋପାଳରେ ରହି ମଖନଲାଲ ବିଶ୍ବବିଦ୍ୟାଳୟରେ ପଢୁଥିଲେ। ସେ ସାମାଜିକ ଗଣମାଧ୍ୟମରେ […]

Read More Text.
Nda

ଏନଡିଏର ନିର୍ବାଚନୀ ଇସ୍ତାହାର: କୋଟିଏ ଚାକିରି, କୋଟିଏ ଲକ୍ଷପତି ଦିଦି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ମୂଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ, ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରଏମଏଲ ମୁଖ୍ୟ ଉପେନ୍ଦ୍ର କୁଶୱାହା, ସମ୍ରାଟ ଚୌଧୁରୀ, ଦିଲୀପ ଜୟସୱାଲ, ସଞ୍ଜୟ ଝା, ଲଲନ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । […]

Read More Text.
Bfdda010 b488 11f0 acd9 0d3d768325ae.jpg

୪୦୦ ଅତିକ୍ରମ କଲା ଦିଲ୍ଲୀରେ ଏକ୍ୟୁଆଇ

ନୂଆଦିଲ୍ଲୀ: ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ହୋଇଉଠୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁଯାୟୀ ଗୁରୁବାର ସକାଳ ୧୦ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବା ଜଣାପଡିଛି। ସୋମବାର, ମଙ୍ଗଳବାର ଓ ବୁଧବାର ସହରର ହାରାହାରି ଏକ୍ୟୁଆଇ ଯଥାକ୍ରମେ ୩୦୧, ୨୯୪ ଓ ୨୭୯ ରେକର୍ଡ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୪୦୦ ଏକ୍ୟୁଆଇକୁ ଅତି ସାଂଘାତିକ ଶ୍ରେଣୀଭୁକ୍ତ କରାଯାଇଛି। ବର୍ତ୍ତମାନ ଦିଲ୍ଲୀରେ ଗ୍ରାପ୍‌-୨ […]

Read More Text.
Capture 8

ପାକ୍‌ ସୀମାରେ ସମରାଭ୍ୟାସ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ: ଭାରତର ତିନି ପ୍ରତିରକ୍ଷା ବାହିନୀ ପକ୍ଷରୁ ଗୁରୁବାର ପାକିସ୍ତାନ ସଂଲଗ୍ନ ସୀମାରେ ୧୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମରାଭ୍ୟାସକୁ ‘ତ୍ରିଶୂଳ’ ନାମରେ ନାମିତ କରାଯାଇଛି। ଗୁଜରାଟ ଓ ରାଜସ୍ଥାନରେ ଚାଲିଥିବା ଏହି ସମରାଭ୍ୟାସରେ ଟି-୯୦ ଟ୍ୟାଙ୍କ, ତୋପ, ବ୍ରହ୍ମସ, ଆକାଶ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧାସ୍ତ୍ରର ବ୍ୟବହାର କରାଯାଉଥିବାବେଳେ ରାଫେଲ ଓ ସୁଖୋଇ ଭଳି ଯୁଦ୍ଧବିମାନ ସେମାନଙ୍କର ରଣକୌଶଳ ପ୍ରଦର୍ଶନ କରିବେ। […]

Read More Text.
750x450 627730 whatsapp image 2025 10 27 at 115228

ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ନିଯୁକ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର ନେବାପରେ ନଭେମ୍ବର ୨୪ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ୨୦୨୭ ଫେବୃଆରୀ ୯ ପର୍ଯ୍ୟନ୍ତ ସେ ଦାୟିତ୍ବ ତୁଲାଇବେ। ୧୯୬୨ ଫେବୃଆରୀ ୧୦ରେ ହରିୟାଣାର […]

Read More Text.
Trrr

ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ

ମୁମ୍ବଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଉଥିବା ଘଟଣା ଲୋକଲୋଚନକୁ ଆସିଛି। ଏହାକୁ ନେଇ ମୁମ୍ବଇ ପୁଲିସ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ଟ୍ରମ୍ପଙ୍କ ନାମରେ ନକଲି ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି ବୋଲିି ଏନ୍‌ସିପି (ଶରଦ ପୱାର ଗୋଷ୍ଠୀ) ବିଧାୟକ ରୋହିତ ପୱାର ଅକ୍ଟୋବର ୧୬ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଜାଲ ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏଭଳି ହୀନ ଚକ୍ରାନ୍ତ କରାଯାଉଥିବା […]

Read More Text.
Images 3

ବିହାର ନିର୍ବାଚନ: ୧୦୦ ଆସନରେ ପ୍ରଭାବ ପକାଇବ ଏସ୍‌ଆଇଆର

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ଆସନ୍ତା ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ବିଜେପି ନେତୃତ୍ବାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ସମେତ ଅନ୍ୟ ରାଜନୈତିକ ଦଳଗୁଡିକ ପ୍ରଚାର କାର୍ଯ୍ୟକୁ ବ୍ୟାପକ କରିବାରେ ଲାଗିଛନ୍ତି। ନିର୍ବାଚନ ଆୟୋଗ (ଇସି)ଙ୍କ ପକ୍ଷରୁ ଗତ ସେପ୍ଟେମ୍ବରରେ ବିହାରରେ ଏସଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଚୂଡାନ୍ତ ହୋଇସାରିଛି। ଏହି ଅଭିଯାନ ଅନୁଯାୟୀ ବିହାରରେ ପଞ୍ଜିକୃତ ଭୋଟରଙ୍କ […]

Read More Text.