99 2

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ ତାର […]

Read More Text.
Gold

୧.୨୩ ଲକ୍ଷରେ ପହଞ୍ଚିଲା ସୁନା

ନୂଆଦିଲ୍ଲୀ : ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ପ୍ରତି୧୦ ଗ୍ରାମ ୧,୨୩,୩୦୮ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୨୩,୧୪୬ ଟଙ୍କା ଥିଲା । ଏହି ସମୟରେ ରୂପା କିଲୋଗ୍ରାମ ପ୍ରତି ୨,୫୨୧ ଟଙ୍କା ବୃଦ୍ଧି ପାଇ […]

Read More Text.
Nitish 300x169

ନୀତୀଶଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପାଟନା :  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂତନ କ୍ୟାବିନେଟ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ କରିଛନ୍ତି । ଏହା ସହ ୧୮ତମ ବିଧାନସଭାର ପ୍ରଥମ ଅଧିବେଶନ ତାରିଖ ଘୋଷଣା କରିଛନ୍ତି । କ୍ୟାବିନେଟର ସହମତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ୨୦୨୫ ବିଧାନସଭା ନିର୍ବାଚନରେ ​​ବହୁମତ ହାସଲ କରିବା ପରେ ଏନଡିଏ ମେଣ୍ଟ ନୀତିଶ କୁମାରଙ୍କ ନେତୃତ୍ୱରେ ଏକ ନୂତନ […]

Read More Text.
Court order

ପୈତୃକ ସମ୍ପତ୍ତି ନମିଳିଲେ ବି ପିତାମାତାଙ୍କ ଯତ୍ନ ନେବା ପିଲାମାନଙ୍କର କର୍ତ୍ତବ୍ୟ: ବମ୍ବେ ହାଇକୋର୍ଟ

ମୁମ୍ବାଇ:ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ପିଲାମାନଙ୍କର ପିତାମାତାଙ୍କ ଯତ୍ନ ନେବା ଏବଂ ପ୍ରତିପାଳନ କରିବା ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭ଅନୁଯାୟୀ ଏକ ନିଃସର୍ତ୍ତ ବୈଧାନିକ କର୍ତ୍ତବ୍ୟ। ଏହା ପିଲାଙ୍କର ପିତାମାତାଙ୍କ ସମ୍ପତ୍ତିର ମାଲିକାନା ଅଛି କି ନାହିଁ କିମ୍ବା ଉତ୍ତରାଧିକାରୀ ହେବ କି ନାହିଁ ତାହା ଉପରେ ନିର୍ଭର କରେ ନାହିଁ। କୋର୍ଟ କହିଛନ୍ତି ଯେ, ଜଣେ ବୃଦ୍ଧ ଏବଂ ଚିକିତ୍ସା ଦୃଷ୍ଟିରୁ ଦୁର୍ବଳ ପିତାମାତାଙ୍କୁ ପରିତ୍ୟାଗ କିମ୍ବା ଅବହେଳା […]

Read More Text.
3n8sgp0g mamata banerjee 625x300 08 april 25 300x185

ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି: ମମତା ବାନାର୍ଜୀ

କୋଲକାତା: ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି। ଏଭଳି କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ବର୍ଷିଛନ୍ତି। ବନଗାଓଁରେ ଏକ ରାଲିକୁ ସମ୍ବୋଧିତ କରି ସେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିଶନ ଏକ ନିରପେକ୍ଷ ସଂସ୍ଥା ହୋଇ ରହିନାହିଁ। ‌ସେ ଏବେ “ବିଜେପି କମିଶନ” ହୋଇଯାଇଛି। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାରେ ଅସନ୍ତୁଷ୍ଟ ମମତା […]

Read More Text.
9435f634 0de5 4e6c 8187 5442c646544e 2025 11 25 13 16 27

ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ: ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦୀ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ବଜା ଉଡ଼ିଛି। ଆଜି ଅଯୋଧ୍ୟାରେ ଏକ ଐତିହାସିକ ମୁହୂର୍ତ୍ତ ଜୀବନ୍ତ ହୋଇ ଉଠିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଧର୍ମଧ୍ୱଜ ଉଡିଥିବାବେଳେ ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ରାମଙ୍କୁ ହାତ ଯୋଡି ପ୍ରଣାମ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି, ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ଚେତନାରେ ଏକ ଭିନ୍ନ ଯୋଗଦାନ ରଖୁଛି | ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବର […]

Read More Text.
Tl729qz21ohhnbg7r19z

ଅବସର ନେଉ ନେଉ ସରକାରୀ ଗାଡ଼ି ଛାଡ଼ିଲେ ଜଷ୍ଟିସ ଗଭାଇ

ନୂଆଦିଲ୍ଲୀ: ବି.ଆର. ଗଭାଇ ଭାରତର ମୁଖ୍ୟ ବିଚାରପତି ଭାବରେ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି/ସିଜେଆଇ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ଅନେକ ମନ୍ତ୍ରୀ ଓ ନେତା ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବ […]

Read More Text.
Lava

ଆଗ୍ନେୟଗିରି ଉଦ୍‌ଗିକରଣ, ଅହମଦାବାଦରେ ଅବତରଣ କଲା ଆବୁଧାବୀ ଯାଉଥିବା ବିମାନ

ନୂଆଦିଲ୍ଲୀ: କନ୍ନୁରରୁ ଆବୁଧାବୀ ଯାଉଥିବା ଇଣ୍ଡିଗୋ ବିମାନ ଆଗ୍ନେୟଗିରି ଲାଭା ଓ ପାଉଁଶ ଉଦ୍‌ଗିକରଣ ଯୋଗୁଁ ଅହମଦାବାଦରେ ଅବତରଣ କରିଛି। ସୋମବାର ଇଣ୍ଡିଗୋ ବିମାନ ୬ଇ ୧୪୩୩ ଉଡାଣ ଆରମ୍ଭ କରିଥିବା ସମୟରେ ଇଥିଓପିଆରୁ ପାଉଁଶ ଓ ଧୂଆଁ ଉଦ୍‌ଗିକରଣ ନେଇ ସୂଚନା ମିଳିଥିଲା। ବିମାନ ସୁରକ୍ଷିତ ଭାବେ ଅହମଦାବାଦରେ ଅବତରଣ ପରେ ଯାତ୍ରୀଙ୍କୁ ପୁଣି କନ୍ନୁର ପଠାଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରାୟ ୧୦ ହଜାର ବର୍ଷରେ ପ୍ରଥମ ଥର ରବିବାର ଇଥିଓପିଆ […]

Read More Text.
Mines

ବନ୍ଦ ପଡିଥିବା ଖଣି ଚାଲୁ କରିବା ଲାଗି ଭାରତକୁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଭାରତରେ ଅନେକ ସମୟ ଧରି ବନ୍ଦ ପଡିଥିବା ଖଣିକୁ ପୁଣି ଖୋଲିବା ଏବଂ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଛି। ଏହା ଫଳରେ ନିବେଶ ମିଳିବା ସହିତ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ତେବେ ଭାରତୀୟ ଉଦ୍ୟେଗ ଲିଡରଙ୍କ କହିବାନୁସାରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଏହି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ଉଚିତ୍। ଆଫଗାନିସ୍ତାନରେ ୧୪୦୦ ରୁ ଅଧିକ ମିନେରାଲ ଫିଲ୍ଡ ଅଛି ଯେଉଁଥିରେ କ୍ରୋମାଇଟ୍, କୋଇଲା, କପର, ଲୁହା, ସୁନା, […]

Read More Text.
Utarakhand e1763998598496 300x145

ଘାଟିରୁ ଖସିଲା ବସ୍‌: ୫ମୃତ

ଉତ୍ତରାଖଣ୍ଡ: ଆଜି ସକାଳୁ ଉତ୍ତରାଖଣ୍ଡରେ ଏକ ବଡ ଦୁର୍ଘଟଣା ଘଟିଛି । ତେହରି ଜିଲାରେ ଏକ ବସ୍‌ ୭୦ଫୁଟ ତଳ ଗଭୀର ଘାଟିକୁ ଖସିପଡିଛି । ବସରେ ପ୍ରାୟ ୩୦-୩୫ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏସଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ତେହରି ଜିଲା ନରେନ୍ଦ୍ରନଗରର କୁଞ୍ଜପୁରୀ-ହିନ୍ଦୋଲାଖଲ ନିକଟରେ ବସ ଘାଟିକୁ ଖସିପଡିଛି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା […]

Read More Text.