ବେଙ୍ଗାଳୁରୁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ

ବେଙ୍ଗାଲୁରୁ: ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ବିଦ୍ୟୁତ ସଂସ୍ପର୍ଶରେ ଆସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କାହିଁକି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରବାସୀ ଓଡ଼ିଆ ସଂଗଠକ ତଥା ସମ୍ପର୍କୀୟ । ତେବେ ବେଙ୍ଗାଳୁରୁରେ ଘଟିଛି ଏଭଳି ବଡ଼ ଅଘଟଣ । ପେଣ୍ଟର ଭାବେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟରତ ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ […]

Read More Text.
Shilpa shetty

ଶିଳ୍ପା ସେଟ୍ଟୀଙ୍କ ପବରେ ଆୟକର ବିଭାଗର ଚଢ଼ାଉ

ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ ପୋଲିସ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ ଡିସେମ୍ବର ୧୧ ​​ତାରିଖ ଦିନ ବିଲମ୍ବିତ ରାତିରେ ଶିଳ୍ପା ସେଟ୍ଟୀଙ୍କ ପବରେ କୌଣସି କାରଣରୁ ଧସ୍ତାଧସ୍ତି ଭଳି ପରିସ୍ଥିତି […]

Read More Text.
Bomb threat 3

ପୁଣି ୧୦ ସ୍କୁଲକୁ ବୋମା ଧମକ, ଛୁଟି ଘୋଷଣା କଲେ ସ୍କୁଲ ପ୍ରଶାସନ

ଗୁଜରାଟ : ପୁଣି ସ୍କୁଲକୁ ବୋମା ଧମକ । ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ । ୧୦ଟି ସ୍କୁଲକୁ ଇମେଲ ମ୍ୟାଧ୍ୟମରେ ବୋମା ଧମକ ମିଳିଛି । ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ‘ମୁନରୋ କ୍ୟୁକେଲ ‘ ନାମକ ଏକ ଇମେଲ ଆଇଡିରୁ ଧମକପୂର୍ଣ୍ଣ ମେଲ ଆସିଥିଲା । ମେଲ ସମ୍ପର୍କରେ ସୂଚନା ପାଇ ପୋଲିସକୁ ଜଣାଇଥିଲେ ସ୍କୁଲ ପ୍ରଶାସନ। ଏହାପରେ ଧମକ ମିଳିଥିବା ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ […]

Read More Text.
Delhi pollution

କାଲିଠୁ ଦିଲ୍ଲୀରେ ୱାର୍କ ଫ୍ରମ୍ ହୋମ୍, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ବାୟୁ ଗୁଣବତ୍ତାମାନ ବିପଦଜନକ ସ୍ଥିତିରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ପ୍ରଦ୍ୟୁଷଣକୁ ନଜରରେ ରଖି ଆସନ୍ତାକାଲିଠୁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ ହୋମରେ କାମ କରିବେ । ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ […]

Read More Text.
Images (2)

ଆମେରିକାରେ ପ୍ରବେଶ କଟକଣା ଲଗାଇଲେ ଟ୍ରମ୍ପ, ସମୁଦ୍ରରେ ହେଲା ସବୁଠୁ ବଡ଼ ନାକାବନ୍ଦୀ

ଆମେରିକା : ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି । ଗତ ୧୬ ତାରିଖରେ ଆମେରିକା ଭେନେଜୁଏଲାର ସମସ୍ତ ତୈଳ ଟ୍ୟାଙ୍କର ଉପରେ “ସମ୍ପୂର୍ଣ୍ଣ ରୋକ୍” ବା ବ୍ଲକେଡ୍ ଲଗାଇବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଶାସନକୁ ଏକ “ବିଦେଶୀ ଆତଙ୍କବାଦୀ ସଙ୍ଗଠନ” ବୋଲି ଆଖ୍ୟା […]

Read More Text.
Ppt7f8c.pptm autosaved 44 e1765898568585 300x137

ମନରେଗା ନାମ ପରିବର୍ତ୍ତନକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦରେ ମନରେଗା ଯୋଜନାର ନାମ ପରିବର୍ତ୍ତନ କରି “ଜି-ରାମ-ଜି” ଯୋଜନା ନାମିତ ପ୍ରସ୍ତାବ ପରେ ପ୍ରବଳ ହଙ୍ଗାମା । ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁରଙ୍କ ନେତୃତ୍ଵରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ । ଆଜି ଲୋକସଭାରେ ଅଧିବେଶନର ଶେଷ ପର୍ଯ୍ୟାୟରେ ଚାଲିଛି । ଲୋକସଭାରେ ଜି-ରାମ-ଜି ବିଲ୍ ଆଗତ ହେଉଛି । ୟୁପିଏ ସରକାର ସମୟର ମନରେଗା ଯୋଜନାର ନାମ ବଦଳାଇ “ବୀକ୍ଷିତ ଭାରତ – ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) […]

Read More Text.
Images (1)

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ବଡ ଆଶ୍ଵସ୍ତି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଦିଲ୍ଲୀ କୋର୍ଟ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଡି ଚାର୍ଜ ସିଟ୍ ଉପରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି। ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା ହୋଇଥିବାରୁ କୋର୍ଟ ମନା କରିଛନ୍ତି। ମାମଲାଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ , ଏଫ୍ଆଇଆର୍‌ ଉପରେ ନୁହେଁ। ସୋନିଆ, ରାହୁଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ଇଡି ଚାର୍ଜସିଟ୍ […]

Read More Text.
Messi

ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ, ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ

କୋଲକତା : ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇସ୍ତଫା ପତ୍ରରେ ଖେଳମନ୍ତ୍ରୀ ଲେଖିଛନ୍ତି, ଏହି ଘଟଣାରେ ନିଷ୍ପେକ୍ଷ ଏବଂ ସ୍ବତନ୍ତ୍ର ଯାଞ୍ଚ କରିବା ପାଇଁ ନିଜ ପଦ ଛାଡୁଛି । ମେସିଙ୍କ ଇଭେଣ୍ଟ […]

Read More Text.
Trump 1

ଚୀନ୍ ଓ ମେକ୍ସିକୋରୁ ଆମେରିକାକୁ ଆସୁଥିବା ଡ୍ରଗ୍ସ ଉପରେ ରଖାଯିବ କଡ଼ା ନଜର: ଟ୍ରମ୍ପ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ‘ଫେଣ୍ଟାନିଲ୍’ ନାମକ ମାରାତ୍ମକ ଡ୍ରଗ୍ସକୁ ‘ଗଣ ବିନାଶକ ଅସ୍ତ୍ର’ ବା ୱେପନ୍ ଅଫ୍ ମାସ୍ ଡେଷ୍ଟ୍ରକସନ୍ ଭାବେ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଫେଣ୍ଟାନିଲ୍ କେବଳ ଏକ ନିଶା ନୁହେଁ, ବରଂ ରାସାୟନିକ ଅସ୍ତ୍ର । ମାତ୍ର ୨ ମିଲିଗ୍ରାମ ଫେଣ୍ଟାନିଲ୍ ଜଣେ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ । ଏହା ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ । ଏହି […]

Read More Text.
Uttarpradesh basti accident

ବସ୍-ଟ୍ରକ୍ ମୁହାଁମୁହିଁ ; ୪ମୃତ, ୧୧ ଆହତ

ଉତ୍ତରପ୍ରଦେଶ : ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଛି । ସୂଚନାନୁଯାୟୀ, ଏହି […]

Read More Text.