ବିଜେପି ସମର୍ଥକଙ୍କୁ ଏହି ଅପିଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୫ ତାରିଖରେ ମତଦାନ ହେବ ଏବଂ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ସମୟରେ, ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଭିଡିଓ ବାର୍ତ୍ତା ଜାରି କରି ବିଜେପି ସମର୍ଥକମାନଙ୍କୁ ସମ୍ବୋଧିତ କରିଛନ୍ତି। ଭିଡିଓ ଜାରି କରି ସେ କହିଛନ୍ତି, “କିଛି ଦିନ ପୂର୍ବେ ମୁଁ ଜଣେ ବିଜେପି ସମର୍ଥକଙ୍କୁ ଭେଟିଥିଲି, ସେ ଅରବିନ୍ଦ […]

Read More Text.

୬.୮୧ ଲକ୍ଷ କୋଟିକୁ ବଢିଲା ପ୍ରତିରକ୍ଷା ବଜେଟ୍

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୯.୫୩% ଅଧିକ। ଏହି ରାଶି ଦେଶର ଆନୁମାନିକ ଜିଡିପିର ୧.୯୧ ପ୍ରତିଶତ। ୬.୮ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ମଧ୍ୟରୁ ୧.୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ପାଇଁ ଆବଣ୍ଟନ କରାଯାଇଛି। ଅର୍ଥାତ ଏହି ଅର୍ଥନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହାଜ […]

Read More Text.

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ୮ନକ୍ସଲ ନିପାତ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ଏନକାଉଣ୍ଟରରେ ୮ ନକ୍ସଲ ନିପାତ । ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚରେ ହୋଇଥିବା ଏହି ଏନକାଉଣ୍ଟରରେ  ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏସଟିଏଫ( STF), ଡିଆରଜି (DRG) ଏବଂ ସିଆରପିଏଫ (CRPF) ଯବାନଙ୍କ […]

Read More Text.

ଏ ବଜେଟ୍ ମଧ୍ୟବିତ୍ତଙ୍କ ପକେଟ ଭରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସିଲା ବଜେଟ୍, ଆସିଲା ମୋଦିଙ୍କ ବୟାନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରି ସାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବଜେଟକୁ ସାଧାରଣ ଲୋକଙ୍କ ବଜେଟ୍ କହିବା ସହ ଏହା ମଧ୍ୟବିତ୍ତଙ୍କ ପକେଟ ଭରିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ବଜେଟ୍ ଜନତା ଜନାର୍ଦ୍ଦନଙ୍କ ବଜେଟ୍, ଏହା ୧୪୦ କୋଟି ଭାରତୀୟ ଆକାଂକ୍ଷିତ ବଜେଟ୍ । […]

Read More Text.

ଲଗାତାର ୮ମ ଥର ପାଇଁ ନିର୍ମଳାଙ୍କ ବଜେଟ୍ ଉପସ୍ଥାପନ: ୧ ଘଣ୍ଟା ୧୪ ମିନିଟର ଅଭିଭାଷଣ

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କଲେ ବଜେଟ୍ । ବିଭିନ୍ନ କ୍ଷେତ୍ର ପାଇଁ ଏହି ବଜେଟରେ ବଡ ଘୋଷଣା କରାଯାଇଥିବା ବେଳେ ଠିକ୍ ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ବଜେଟ୍ ଅଭିଭାଷଣ ରଖିଥିଲେ । ଏବଂ ୧ ଘଣ୍ଟା ୧୪ ମିନିଟ୍ ବଜେଟ୍ ଉପସ୍ଥାପନ କରି ନିଜ ବଜେଟ୍ ଅଭିଭାଷଣ ସମାପ୍ତ କରିଥିଲେ । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ୮ମ ଥର ପାଇଁ ଲଗାତାର ବଜେଟ୍ […]

Read More Text.

ବଜେଟରେ ବଡ ଘୋଷଣା: ଜାଣନ୍ତୁ କଣ ହେଲା ଶସ୍ତା, କଣ ମହଙ୍ଗା ?

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ମଧ୍ୟବିତ୍ତଙ୍କ ପାଇଁ ସେ କରିଛନ୍ତି ବଡ଼ ଘୋଷଣା। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା କରାଯାଇଛି। ସେହିପରି ଏହି ବଡ଼ ଘୋଷଣା ଭିତରେ ଅଛି ବେତନଭୋଗୀଙ୍କ ପାଇଁ ୧୨ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟର ଛାଡ଼। ୭୫ ହଜାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଥିବାରୁ ୧୨.୭୫ ଲକ୍ଷ ଦରମାରେ ଆୟକର ଦେବାକୁ ପଡ଼ିବନି। କ୍ୟାପିଟାଲ ଗେନ୍ […]

Read More Text.

ବଜେଟରେ ବଡ଼ ଘୋଷଣା, ଆୟକର ଛାଡ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବ । ଏହା […]

Read More Text.