ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୭କୁ ଖସିଲା ଟଙ୍କା

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଅର୍ଥାତ୍ ଟଙ୍କାର ସ୍ଥିତିରେ କ୍ରମାଗତ ଭାବେ ଅବନତି ହେବାରେ ଲାଗିଛି। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ସୋମବାର ଡଲାର ପିଛା ଟଙ୍କା ୫୫ ପଇସା ହ୍ରାସ ପାଇ ୮୭.୧୭ (ଅସ୍ଥାୟୀ) ରେ ବନ୍ଦ ହୋଇଛି। ପ୍ରଥମ ଥର ପାଇଁ ଡଲାର ପିଛା ଟଙ୍କା ୮୭ ତଳକୁ ଖସିଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ନାମା ସ୍ୱାକ୍ଷର […]

Read More Text.

ସ୍ୱାମୀର କିଡନୀ ବିକ୍ରି ଟଙ୍କାରେ ପ୍ରେମିକ ସହ ପଳାଇଲା ପତ୍ନୀ

କୋଲକାତା: ଯେକୌଣସି ବ୍ୟକ୍ତି ନିଜ ପରିବାର ପାଇଁ ଦିନରାତି କଠିନ ପରିଶ୍ରମ କରେ। ଯଦି ଏହି କଠିନ ପରିଶ୍ରମ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ, ତେବେ ଅନେକ ସମୟରେ ଲୋକମାନେ ଏପରି ପଦକ୍ଷେପ ନିଅନ୍ତି ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ନିକଟରେ, ଜଣେ ବ୍ୟକ୍ତି ତାଙ୍କ ଝିଅର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ପାଇଁ ତାଙ୍କର ଗୋଟିଏ କିଡନୀ ବିକ୍ରି କରିଦେଇଥିଲେ। କିନ୍ତୁ ଏହା ପରେ ତାଙ୍କ ସହ ଏମିତି ଘଟଣା ଘଟିଲା, […]

Read More Text.

ବିଜୟର ଭବିଷ୍ୟବାଣୀ କରି ଏମିତି କହିଲେ ପ୍ରବେଶ ବର୍ମା

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଭାଜପାର ବିଜୟ ପରେ, ତାଲକାଟୋରା ଷ୍ଟାଡିୟମର ନାମ ପରିବର୍ତ୍ତନ କରାଯିବ। ନୂଆଦିଲ୍ଲୀ ଆସନରୁ ଭାଜପା ପ୍ରାର୍ଥୀ ପ୍ରବେଶ ବର୍ମା ଏହା ଘୋଷଣା କରିଛନ୍ତି। ସେ ଦାବି କରିଛନ୍ତି ଯେ ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବ। ଭାଜପା ପ୍ରାର୍ଥୀ ପ୍ରବେଶ ସାହିବ ସିଂହ ବର୍ମା କହିଛନ୍ତି ଯେ ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ଆମର ସରକାର ଗଠନ ହେବ। ଏହା ପରେ, ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (NDMC)ର […]

Read More Text.

ମୋତେ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି, ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ

ଲକ୍ଷ୍ନୌ,୩।୨: ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ମୌନୀ ଅମାବାସ୍ୟାର ଅମୃତ ସ୍ନାନ ସମୟରେ ଦଳାଚକଟା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କୁମ୍ଭ ବ୍ୟବସ୍ଥାରେ ଉତ୍ତର ପ୍ରଦେଶ ସରକାରଙ୍କ ଅବହେଳାର ଅଭିଯୋଗ ଆଣି କହିଛନ୍ତି, ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଦିଆଯାଉଛି। ପ୍ରକୃତ ସଂଖ୍ୟା ପ୍ରକାଶ କରାଯାଉ ନାହିଁ। ଶଙ୍କରାଚାର୍ଯ୍ୟ ଦୁର୍ଘଟଣା ସମ୍ପର୍କରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ, ତାଙ୍କୁ ପଚରଯାଇଥିଲା ଯେ ଶାସକ ଦଳ […]

Read More Text.

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ: ଟପ୍‌-୧୦ରୁ ବାଦ୍‌ ପଡ଼ିଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩।୨: ଫୋବର୍ସ ୨୦୨୫ରେ ବିଶ୍ୱର ୧୦ଟି ସବୁଠାରୁ ଶକ୍ତିଶାଳୀ ଦେଶର ରାଙ୍କିଂ ପ୍ରକାଶ କରିଛି। ଏଥିରେ ଭାରତକୁ ଶ୍ରେଷ୍ଠ ୧୦ରୁ ବାଦ ଦିଆଯାଇଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଏକ ଦେଶକୁ ବାଦ ଦିଆଯିବା ଯାହାର ଜନସଂଖ୍ୟା ବିଶାଳ, ସେନା ଚତୁର୍ଥ ଏବଂ ଅର୍ଥନୀତି ପଞ୍ଚମ ସ୍ଥାନରେ ଅଛି, ଅନେକ ପ୍ରଶ୍ନ ଉଠିଛି। ଫୋବର୍ସ ରିପୋର୍ଟ କରିଛି ଯେ, ତାଲିକାଟି ପାଞ୍ଚଟି ମୁଖ୍ୟ ପାରାମିଟର ବ୍ୟବହାର କରାଯାଇଛି। ଏହି […]

Read More Text.

ମୋ ନାଁରେ ରାହୁଲ ଗାନ୍ଧୀ ମିଛ କହିଛନ୍ତି – ଜୟଶଙ୍କର

ନୂଆଦିଲ୍ଲୀ,୩।୨: ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଜୟଶଙ୍କରଙ୍କ ଆମେରିକା ଗସ୍ତ ଉପରେ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏହାର କଡ଼ା ଜବାବ ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି – ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୪ରେ ମୋର ଆମେରିକା ଗସ୍ତ ବିଷୟରେ ଜାଣିଶୁଣି ମିଛ କହିଛନ୍ତି। ମୁଁ ବାଇଡେନ ପ୍ରଶାସନର ବିଦେଶ […]

Read More Text.

ଦିଲ୍ଲୀ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସୋମବାର (ଫେବ୍ରୁଆରି ୩) ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଫେବ୍ରୁଆରି ୫ ରେ ମତଦାନ ହେବ ଏବଂ ଫେବୃଆରୀ ୮ ରେ ଫଳାଫଳ ପ୍ରକାଶ ପାଇବ । ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳ ଓ ନେତାମାନେ ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ। ଫେବ୍ରୁଆରି ୫ରେ ଦିଲ୍ଲୀର ୧୫.୬ ନିୟୁତ ମତଦାତା ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଫେବ୍ରୁଆରି […]

Read More Text.

ଚାକିରି ଯୋଗାଇବାରେ ୟୁପିଏ ଏବଂ ଏନଡିଏ ବିଫଳ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୧: ବଜେଟ ଅଧିବେଶନର ତୃତୀୟ ଦିନରେ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି ଯେ, ଦେଶରେ ବେରୋଜଗାର ଯୁବକ ମାନଙ୍କୁ ଚାକିରି ଦେବାରେ ଉଭୟ ୟୁପିଏ ଏବଂ ଏନଡିଏ ସରକାର ବିଫଳ ହୋଇଛନ୍ତି। ”ଏ ଦେଶର ଭବିଷ୍ୟତ ଭାରତର ଯୁବପିଢ଼ିଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ। ମୁଁ ଭାବୁଛି ଆମେ ଯାହା କହୁଛୁ ତାହା ସେମାନଙ୍କୁ ସମ୍ବୋଧିତ କରାଯିବା ଉଚିତ। ଆମ ସମ୍ମୁଖରେ ପ୍ରଥମ କଥା ହେଉଛି, ଯଦିଓ […]

Read More Text.

ସଂସଦରେ ଉଠିଲା ଘରୋଇ ହିଂସା ଆଇନର ଅପବ୍ୟବହାର ପ୍ରସଙ୍ଗ

ନୂଆଦିଲ୍ଲୀ: ଘରୋଇ ହିଂସା ଓ ମହିଳାଙ୍କ ପ୍ରତି ଶୋଷଣ ସମ୍ବନ୍ଧୀୟ ଆଇନର ଅପବ୍ୟବହାରକୁ ନେଇ ନିକଟରେ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଂସଦରେ ଏହି ପ୍ରସଙ୍ଗ ଉଠିଛି। ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ରାଜ୍ୟସଭା ସାଂସଦ ଦିନେଶ ଶର୍ମା ଚିନ୍ତା ପ୍ରକଟ କରିଛନ୍ତି। ସାଂସଦ ଦିନେଶ ଶର୍ମା ଗୃହରେ ମିଥ୍ୟା ଅଭିଯୋଗର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ଆଇନଗତ ଏବଂ ଭାବନାତ୍ମକ ସହାୟତା ଦାବି କରିଛନ୍ତି। ଯେଉଁମାନେ ମିଥ୍ୟା ଅଭିଯୋଗ […]

Read More Text.

ଦିଲ୍ଲୀରେ ଉଚ୍ଛେଦ ହେବନି ବସ୍ତି, ଆପ୍ ମିଛ କହୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଥିବାରୁ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବ ତେବେ ବସ୍ତି ଉଚ୍ଛେଦ କରାଯିବ ନାହିଁ। ନିକଟରେ ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ୍ ବସ୍ତି କଥା କହି ବିଜେପିକୁ ଟାର୍ଗେଟ୍ କରିଥିଲେ। ବିଜେପି କ୍ଷମତାକୁ […]

Read More Text.