ଶିଶୁ ଚାଲାଣ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ କରନ୍ତୁ

ନୂଆଦିଲ୍ଲୀ,୧୬।୪: ଶିଶୁ ଚାଲାଣ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଓ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ ଜେ.ବି. ପର୍ଦ୍ଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ନିଜ ନିଜ ରାଜ୍ୟରେ ବିଚାରାଧୀନ ଥିବା ଶିଶୁ ଚାଲାଣ ମାମଲାଭୁଡିକର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆଗାମୀ ୬ ମାସ ମଧ୍ୟରେ ଏହାର ବିଚାର ସମ୍ପୂର୍ଣ୍ଣ କରିବାକୁ ସମସ୍ତ […]

Read More Text.

ଇସ୍ରାଏଲୀ ଯୁଦ୍ଧ ବିମାନ ନିଜ ଅଞ୍ଚଳରେ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କଲା

ତେଲ ଅଭିଭ: ଇସ୍ରାଏଲୀ ବାୟୁସେନାର ଏକ ଯୁଦ୍ଧ ବିମାନ ମଙ୍ଗଳବାର ରାତିରେ ଭୁଲବଶତଃ ନିଜ ଅଞ୍ଚଳରେ ବୋମା ପକାଇଛି। ଏହି ବୋମା ବିସ୍ଫୋରଣ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଇସ୍ରାଏଲୀ ଯୁଦ୍ଧ ବିମାନ ଯେଉଁଠାରେ ବୋମା ପକାଇଥିଲା ସେହି ସ୍ଥାନରୁ ଅଳ୍ପ ଦୂରରେ ଏକ ବଡ଼ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ରହିଛି। ସୌଭାଗ୍ୟବଶତଃ, ଏହି ବୋମା ଦ୍ୱାରା କୌଣସି ସାଧାରଣ ନାଗରିକ ଆହତ ହୋଇନାହାନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏହାକୁ ଏକ “ଯାନ୍ତ୍ରିକ ତ୍ରୁଟି” ବୋଲି […]

Read More Text.

ବିହାରକୁ ପଶ୍ଚିମବଙ୍ଗ ଭଳି ଅବସ୍ଥା କରିବାକୁ ଚାଁହୁଛନ୍ତି ରାହୁଲ-ତେଜସ୍ୱୀ: ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଜେପି, ଜେଡିୟୁ, କଂଗ୍ରେସ, ଆରଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ଦିନ, ରାଷ୍ଟ୍ରୀୟ ଜନତା ଦଳ (RJD) ଏବଂ କଂଗ୍ରେସ ନେତାମାନେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ବୈଠକ କରିଥିଲେ। ଏହି ବୈଠକ ପରେ, ପୂର୍ବତନ କଂଗ୍ରେସ ପାର୍ଟି ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଆରଜେଡି ଏବଂ କଂଗ୍ରେସ ପାର୍ଟି ଉପରେ ଏକ ବଡ଼ ଆକ୍ରମଣ […]

Read More Text.

ନଦୀ ଭିତରକୁ ଯାଇ ରିଲ୍ କରୁଥିବା ବେଳେ ଭାସିଗଲେ ମହିଳା, ଏପର୍ଯ୍ୟନ୍ତ ମିଳୁନି ପତ୍ତା

ନୂଆଦିଲ୍ଲୀ: ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ ଚାହିଁ ଧୀରେ ଧୀରେ କୂଳରୁ ନଦୀ ଭିତରକୁ ଯାଉଛନ୍ତି। ଏହା ପରେ ହଠାତ୍ ତାଙ୍କ ପାଦ ଖସିଯାଉଛି ଏବଂ ସେ ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଯାଉଛନ୍ତି। […]

Read More Text.

ଜିନପିଙ୍ଗଙ୍କୁ ଶକ୍ତ ଧକ୍କା: ମହିଳା ଅଧିକାରୀ ତାଇୱାନକୁ ପଠାଇଲେ ୩ ଲକ୍ଷ ଗୁପ୍ତ ଫାଇଲ୍!

ବେଜିଂ: ଚୀନ୍‌ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍‌ରେ ଆତଙ୍କ ସୃଷ୍ଟି ହୋଇଛି। ସେନା ଅଧିକାରୀମାନେ ମହିଳାଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ଅଧିକାରୀମାନେ ଭୟ କରୁଛନ୍ତି ଯେ, ଏହି ଫାଇଲଗୁଡ଼ିକ ତାଇୱାନକୁ ପଠାଯାଇ ଥାଇପାରେ। ମହିଳାଙ୍କ ତାଇୱାନ ଲିଙ୍କ୍ ସାମ୍ନାକୁ […]

Read More Text.

ବିହାରରେ ମୁଣ୍ଡ ଟେକିଲେଣି ନୂଆଦଳ, ବଦଳାଇ ଦେଇପାରନ୍ତି ରାଜନୀତିର ଦୃଶ୍ୟପଟ୍ଟ

ପାଟଣା: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରଖିବେ ସବୁ ରାଜନୈତିକ ଦଳ । ଏହି ନିର୍ବାଚନରେ ଗୋଟିଏ ପଟେ ବିଜେପି, ଜନତା ଦଳ ୟୁନାଇଟେଡ୍‌, ଆରଜେଡି ଏବଂ କଂଗ୍ରେସ ପରି ପୁରୁଣା ଦଳଗୁଡ଼ିକ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟପଟେ ନିର୍ବାଚନ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ‘ଜନ ସୁରଜ’ ଭଳି ନୂଆ ଦଳର ନେତାମାନେ ଅନ୍ୟ ପୁରୁଖା ନେତାମାନଙ୍କ ସହ ନିର୍ବାଚନୀ ମୁକାବିଲା କରିବେ । ଏହି ଦଳଗୁଡ଼ିକ ତାଲିକାରେ […]

Read More Text.

ବଢିପାରେ ଦିଗବିଜୟଙ୍କ ଅଡୁଆ, ପୁଣି ଖୋଲିବ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହଙ୍କ ସମସ୍ୟା ବଢ଼ିପାରେ, କାରଣ ୨୮ ବର୍ଷ ପରେ କଂଗ୍ରେସ ନେତ୍ରୀ ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲିବାକୁ ଯାଉଛି। ଏହି ମାମଲାରେ, ସରଳା ମିଶ୍ରଙ୍କ ଭାଇ ଦିଗବିଜୟ ସିଂହଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଭୋପାଳ କୋର୍ଟର ନିର୍ଦ୍ଦେଶ ପରେ, ସରଳା ମିଶ୍ରଙ୍କ ମୃତ୍ୟୁ ମାମଲା ପୁଣି ଥରେ ଖୋଲାଯାଉଛି। ସରଳାଙ୍କ ଭାଇ କୋର୍ଟରେ ଆବେଦନ କରିଥିଲେ, ଯାହା ପରେ ଭୋପାଳ […]

Read More Text.

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଇଡି ରାଉଜ୍ ଆଭେନ୍ୟୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ମାମଲାରେ ଅଭିଯୋଗଗୁଡ଼ିକର ବିଚାର ପାଇଁ […]

Read More Text.

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍‌

ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ ବେଲଜିୟମ ଯିବ। ଉଭୟ ଏଜେନ୍ସିରୁ ଦୁଇରୁ ତିନି ଜଣ ଅଧିକାରୀଙ୍କୁ ବେଲଜିୟମ ପଠାଯାଇପାରେ ବୋଲି ବିଶ୍ୱାସ କରାଯାଉଛି। ଏହି ଅଧିକାରୀମାନେ ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ ଏବଂ ସେଠାକାର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରିବେ। ଇଣ୍ଡିଆନ ଏକ୍ସପ୍ରେସ ସୂତ୍ରରୁ ପ୍ରକାଶ କରିଛି ଯେ ମେହୁଲ ଚୋକସିଙ୍କ […]

Read More Text.

ବିକ୍ରି ହୋଇପାରେ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ୍‌

ମୁମ୍ବାଇ: ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍‌ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି । ୨୦୨୦ରେ ତାଙ୍କ କମ୍ପାନୀ […]

Read More Text.