ସରକାରୀ କାର୍ଯ୍ୟାଳୟରୁ ହେରୋଇନ୍ ଜବତ, ଜଣେ କର୍ମଚାରୀ ଗିରଫ

ଇଟାନଗର: ଇଟାନଗର ପୁଲିସ ଏଠାକାର ସିଭିଲ୍ ସଚିବାଳୟ ପରିସରରୁ ଜଣେ ସନ୍ଦିଗ୍ଧ ଡ୍ରଗ୍ସ(ହେରୋଇନ୍) ଯୋଗାଣକାରୀଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି। ଇଟାନଗର ପୋଲିସ ଅଧୀକ୍ଷକ (ଏସପି) ରୋହିତ ରାଜବୀର ସିଂହ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ବର୍ତ୍ତମାନ ରାଜ୍ୟ ଉଦ୍ୟାନ କୃଷି ବିଭାଗରେ ମଲ୍ଟି-ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରୁ ୪୪.୩୬ ଗ୍ରାମ ହେରୋଇନ୍ ଜବତ […]

Read More Text.

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍

ଶ୍ରୀକାକୁଲମ: ପୁଣି ରେଳ ଦୁର୍ଘଟଣା। ଦୁଇ ଭାଗ ହୋଇଗଲା ଫଲକନୁମା ଏକ୍ସପ୍ରେସ୍। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପଲାସା ନିକଟରେ ମଙ୍ଗଳବାର ଘଟିଛି ଏକ ରେଳ ଦୁର୍ଘଟଣା। ବିଶାଖାପାଟଣା ଦେଇ ସାଲିମାର ଯାଉଥିବା ଫଲକନୁମା ଏକ୍ସପ୍ରେସର ଦୁଇଟି ଏସି ବଗି ଟ୍ରେନରୁ ଅଲଗା ହୋଇଯାଇଛି। ଫଳରେ ଶତାଧିକ ଯାତ୍ରୀ ଫସି ରହିବା ସହ ଆତଙ୍କିତ ହୋଇପଡ଼ିଥିଲେ। ଦୁର୍ଘଟଣାରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଯାତ୍ରୀମାନଙ୍କ କହିବା ଅନୁଯାୟୀ, ସୁମ୍ମାଦେବୀ-ମଣ୍ଡାସା ଗାଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।  ଫଳରେ ଯାତ୍ରୀମାନେ […]

Read More Text.

ଦଳିତ ନେତାଙ୍କ ପୂଜାର୍ଚ୍ଚନା ପରେ ମନ୍ଦିରରେ କାହିଁକି ଗଙ୍ଗାଜଳ ଛିଞ୍ଚି ଶୁଦ୍ଧିକରଣ କରାଯାଇଥିଲା, ବିଜେପି କ୍ଷମା ମାଗିବା ଉଚିତ୍: ଜୟରାମ ରମେଶ

ନୂଆଦିଲ୍ଲୀ: ରାଜସ୍ଥାନର ଦଳିତ କଂଗ୍ରେସ ନେତା ଟିକାରାମ ଜୁଲି ଅଲୱରର ଏକ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭଗବାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରାଜ୍ୟର ଶାସକ ବିଜେପି ନେତା ଜ୍ଞାନଦେବ ଆହୁଜା ଟିକାରାମ ଜୁଲି ମନ୍ଦିର ପରିଦର୍ଶନ କରିବା ପରେ ଗଙ୍ଗାଜଳ ଛିଞ୍ଚି ମନ୍ଦିରର ଶୁଦ୍ଧିକରଣ କରିଥିଲେ। ଏହି ପ୍ରସଙ୍ଗ ଏବେ ତୀବ୍ର ହୋଇଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ଏହି କାର୍ଯ୍ୟକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ଏବଂ ବିଜେପି ନେତୃତ୍ୱକୁ କ୍ଷମା […]

Read More Text.

ମୁଁ ଦେଶକୁ ଫେରୁଛି: ୟୁନୁସଙ୍କୁ ଚେତାବନୀ ଦେଲେ ହସିନା

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଭଗବାନ କିଛି ଭଲ କାମ ପାଇଁ ମତେ ଜୀବିତ ରଖିଛନ୍ତି। ଏକ ଦିନ ନିଶ୍ଚିତ ଭାବରେ ଆସିବ ଯେତେବେଳେ ଆୱାମୀ ଲିଗ୍ ନେତାମାନଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ନ୍ୟାୟର ସମ୍ମୁଖୀନ ହେବାକୁ ପଡିବ। ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ସମୟରେ ଏହା କହିଛନ୍ତି। ଗତ ବର୍ଷ ଅଗଷ୍ଟ ମାସ ୫ ତାରିଖରେ ବାଂଲାଦେଶରେ ଛାତ୍ର […]

Read More Text.

୫୦ ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ସରକାର ପେଟ୍ରୋଲ-ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରିବା ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇଛନ୍ତି । ସରକାର ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ସୋମବାର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଘରୋଇ ଗ୍ୟାସ୍ ସିଲିଣ୍ଡର ଓ ଉଜ୍ବଳା ଯୋଜନା ଉପରେ ଦାମ୍ ୫୦ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର […]

Read More Text.

ମୋଦୀ-ୟୁନୁସଙ୍କ ଆଲୋଚନାର ଭ୍ରମାତ୍ମକ ଉପସ୍ଥାପନା କଲା ବାଂଲାଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଗତ ୪ ତାରିଖରେ ବିମଷ୍ଟେକ ସମ୍ମିଳନୀ ଅବସରରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୟୁନୁସଙ୍କ ଗଣମାଧ୍ୟମ ସଚିବ ମୋଦୀ ଏବଂ ୟୁନୁସଙ୍କ ଆଲୋଚନାକୁ ନେଇ ବାଂଲାଦେଶରେ ଭ୍ରମାତ୍ମକ ଉପସ୍ଥାପନା କରିଛନ୍ତି। ଆଲୋଚନାବେଳେ ଯେଉଁ ନିଷ୍ପତ୍ତି ହୋଇନାହିଁ ସେ ବିଷୟରେ ସେ ବାଂଲାଦେଶର […]

Read More Text.

ୱାକଫ୍ ଆଇନ: ବୈଧତାକୁ ଚ୍ୟାଲେଞ୍ଜ ଆବେଦନଗୁଡ଼ିକର ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଉପରେ ବିଚାର କରିବାକୁ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାର ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ସମ୍ମୁଖରେ ଜମିଆତ ଉଲାମା-ଇ-ହିନ୍ଦ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ […]

Read More Text.

କାନପୁରରେ ରାମ ନବମୀ: ଶୋଭାଯାତ୍ରାରେ ପଥର ମାଡ଼ ଅଭିଯୋଗ, ପୁଲିସ କହିଲା ‘ଗୁଜବ’

କାନପୁର: ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ ହୋଇଥିବା ଅଭିଯୋଗକୁ ନେଇ ନାଇ ସଡକ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ତଥାପି ପୁଲିସ ଏହାକୁ ଏକ ଗୁଜବ ବୋଲି କହି ପରିସ୍ଥିତି ନିୟନ୍ତ୍ରଣରେ ରଖିଥିବା ଦାବି କରିଛି। ଉପ-ପୋଲିସ କମିଶନର (ପୂର୍ବ) ଶ୍ରବଣ କୁମାର ସିଂହ କହିଛନ୍ତି ଯେ କାନପୁରରେ ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ଼ କରାଯାଇଛି ବୋଲି ‘ଶୋଭା ଯାତ୍ରା’ର ଆୟୋଜକମାନଙ୍କଠାରୁ ଏକ ଲିଖିତ ଅଭିଯୋଗ ମିଳିଛି । ଶୋଭାଯାତ୍ରା ଫେରୁଥିବା ସମୟରେ ଚନ୍ଦ୍ରେଶ୍ୱର […]

Read More Text.

ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ରାହୁଲ ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନର ସଫଳତା ପାଇଁ ରାଜ୍ୟର ଯୁବବର୍ଗଙ୍କ ସହଯୋଗ ଲୋଡ଼ିଛନ୍ତି। ଏନଏସୟୁଆଇ ନେତା କହ୍ନେୟା କୁମାର ମଧ୍ୟ ରାହୁଲଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ […]

Read More Text.

ଲୋକଙ୍କର କ୍ଷତି କରିବାରେ ଟ୍ରମ୍ପ ଓ ମୋଦୀ ସିଦ୍ଧହସ୍ତ : କଂଗ୍ରେସ

ନୂଆଦିଲ୍ଲୀ : ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଘୋଷଣା କରିଥିଲେ ଯାହା ପରେ ଭାରତୀୟ ଷ୍ଟକ୍ ବଜାର ସମେତ ସମଗ୍ର ବିଶ୍ବର ଷ୍ଟକ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗରେ, କଂଗ୍ରେସ ସୋମବାର (୦୭ ଏପ୍ରିଲ, ୨୦୨୫) ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା କରିଛି । ଦଳ କହିଛି ଯେ ଉଭୟ ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପ ଉଭୟ ସେମାନଙ୍କ ଦେଶର […]

Read More Text.