ଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରିବା ପାଇଁ ଆଠଟି କମିଟି ଗଠନ

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) କାର୍ଯ୍ୟକାରୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏ ନେଇ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହି ଯୋଜନାର ପ୍ରଭାବଶାଳୀ ଏବଂ ସୁଗମ ପାଇଁ ମୋଟ ଆଠଟି କମିଟି ଗଠନ ହୋଇଛି । ଏହି କମିଟିଗୁଡ଼ିକ ଯୋଜନା ସହିତ ଜଡିତ ବିଭିନ୍ନ ପ୍ରକ୍ରିୟା ଏବଂ ସେବାଗୁଡ଼ିକୁ ଏକ ବ୍ୟବସ୍ଥିତ ଉପାୟରେ କାମ କରିବେ । […]

Read More Text.

୨୨ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଉଦି ଆରବ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ସାଉଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ସେଠାକୁ ଯାଉଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ମୋଦୀ ଓ ସଲମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ବିପାକ୍ଷିକ ଆଲୋଚନା କରାଯିବ। ଅନ୍ୟ ରାଷ୍ଟ୍ର ତୁଳନାରେ ସାଉଦି ଆରବରେ ସବୁଠାରୁ ଅଧିକ ଭାରତୀୟ କାର୍ଯ୍ୟରତ ଅଛନ୍ତି। ଏହାବ୍ୟତୀତ ଇସଲାମିକ ରାଷ୍ଟ୍ରଙ୍କ ମଧ୍ୟରେ ସାଉଦି […]

Read More Text.

ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା, ରାମବନ ଛାରଖାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ରାମବନ । ବିପର୍ଯ୍ୟୟରେ ସବୁଠୁ ଅଧିକ ରାମବନରେ କ୍ଷୟକ୍ଷତି ହୋଇଥିବା ବେଳେ ଧୋଇ ଯାଇଛି ରାସ୍ତାଘାଟ । ବାଦଲଫଟା ବର୍ଷା ଏବଂ ତତ୍ ଜନିତ ଭୂସ୍ଖଳନ ଫଳରେ ଅନେକ ସ୍ଥାନରେ ଧସିଯାଇଛି ପାହାଡ ଓ ଘର । ସାଧାରଣ ରାସ୍ତା ଘାଟ କଥା ନକହିଲେ ଭଲ, ଏନଏଚରେ ପାହାଡ ଧସି ବଡବଡ ପଥର ପଡି ରହିଛି । ଯାହାକୁ ସଫା କରିବା ପାଇଁ ଉଦ୍ୟମ ଜାରି ରହିଛି […]

Read More Text.

କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନୂଆ ଖେଳ, ଛଡ଼ାଇନେଲା ଅପିଲ କରିବାର ଅଧିକାର

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କୁ ନେଇ ପାକିସ୍ତାନର ନାଟକ ପୁଣି ଥରେ ସାମ୍ନାକୁ ଆସିଛି। ପାକିସ୍ତାନ ଯାଦବଙ୍କ ପରିବାରଠାରୁ ଆବେଦନ କରିବାର ଅଧିକାର ମଧ୍ୟ ଛଡ଼ାଇ ନେଇଛି। ଇସ୍ଲମାବାଦ ନିଜେ ପାକିସ୍ତାନ ସୁପ୍ରିମକୋର୍ଟରେ ଏହା ସ୍ୱୀକାର କରିଛି। ୨୦୧୯ ମସିହାରେ ଯାଦବଙ୍କ ସହ ଜଡିତ ମାମଲାର ଶୁଣାଣି ସମୟରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଏହି ଅଧିକାର ଦେଇଥିଲା। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛି ଯେ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆବେଦନ […]

Read More Text.

ଦିଲ୍ଲୀରେ ଭୁଶୁଡ଼ି ପଡ଼ିଲା କୋଠା, ୧୧ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର (୧୯ ଏପ୍ରିଲ) ପ୍ରତ୍ୟୁଷରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି। କୋଠା ଭୁଶୁଡ଼ିବା ସମ୍ପର୍କରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମସିଡି ମେୟର ମହେଶ ଖିଚି […]

Read More Text.

ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା !

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ଆରମ୍ଭ ହୋଇଛି। ସୁପ୍ରିମକୋର୍ଟର ଜଣେ ଓକିଲ ରେକର୍ଡରେ ଥିବା ଓକିଲ ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି ଲେଖି ଅବମାନନା ମାମଲା ଦାୟର କରିବାକୁ ଅନୁମତି ମାଗିଛନ୍ତି। ୧୯୭୧ ମସିହାର ଅଦାଲତ ଅବମାନନା ଆଇନର ଧାରା ୧୫(୧)(ଖ) ଏବଂ ୧୯୭୫ ମସିହାର ସୁପ୍ରିମକୋର୍ଟ ନିୟମର ନିୟମ ୩(ଗ) ଅନୁଯାୟୀ, କେବଳ ଆଟର୍ଣ୍ଣି ଜେନେରାଲ […]

Read More Text.

କାନାଡା ଗୁରୁଦ୍ବାରାରେ ଖାଲିସ୍ତାନୀଙ୍କ ଭଙ୍ଗାରୁଜ୍ଜା, କାନ୍ଥରେ ଲେଖିଲେ “ଖାଲିସ୍ତାନ ଜିନ୍ଦାବାଦ !”

ଓଟାୱା: ଖାଲିସ୍ତାନୀ ଆତଙ୍କବାଦୀମାନେ ଗୁରୁଦ୍ୱାରକୁ ମଧ୍ୟ ଛାଡ଼ୁ ନାହାନ୍ତି। ଏଥର ସେମାନେ କାନାଡାର ଭାନକୁଭରରେ ଥିବା ଗୁରୁଦ୍ୱାରରେ ଭଙ୍ଗାରୁଜା କରିବା ସହ କାନ୍ଥରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଲେଖିଛନ୍ତି। ସେମାନେ ମଧ୍ୟ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଲେଖିଛନ୍ତି। ଏହା ପୂର୍ବରୁ ସେମାନେ ପ୍ରାୟତଃ ମନ୍ଦିର ଏବଂ ଭାରତୀୟ ଦୂତାବାସକୁ ଟାର୍ଗେଟ କରୁଥିଲେ। ମାତ୍ର ଗୁରୁଦ୍ବାରାକୁ ଟାର୍ଗେଟ କରିବା ବିରଳ ବୋଲି କୁହାଯାଉଛି । ଏହି ଘଟଣାଟି ଭାନକୁଭରର ଖାଲସା ଦିୱାନ […]

Read More Text.

‘ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ’

ଓ୍ବାକଫ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଲାଗି ସମୟସୀମା ଧାର୍ଯ୍ୟ କରିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟଙ୍କୁ ଭର୍ତ୍ସନା କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁପ୍ରିମକୋର୍ଟ ଯଦି ଆଇନ ତିଆରି କରିବେ, ତେବେ ସଂସଦକୁ ବନ୍ଦ କରିଦିଆଯାଉ। ସାମାଜିକ ଗଣମାଧ୍ୟମରେ ଦୁବେ ଏକ ପୋଷ୍ଟ କରି ଏଭଳି କହିଛନ୍ତି। ଝାଡ଼ଖଣ୍ଡର ବିଜେପି ସାଂସଦ ଦୁବେ […]

Read More Text.

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ହତ୍ୟାର ଦୃଢ଼ ନିନ୍ଦା କଲା ଭାରତ

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରଏଙ୍କୁ ହତ୍ୟା କରାଯାଇଛି। ଭବେଶଙ୍କୁ ଅପହରଣ କରାଯିବା ପରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯିବା ଘଟଣାର ଦୃଢ଼ ନିନ୍ଦା କରିଛି ଭାରତ। ଏହା ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ଅନ୍ତରୀଣ ସରକାରର ଏକ ବ୍ୟବସ୍ଥାଗତ ଅତ୍ୟାଚାରର ଢାଞ୍ଚା ବୋଲି ଭାରତ କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀନ ଜୟସଓ୍ବାଲ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭବେଶଙ୍କ ଅପହରଣ ଏବଂ ନିର୍ମମ ହତ୍ୟାରେ ଆମେ […]

Read More Text.

ଭାରତ ଆସିବେ ଏଲନ ମସ୍କ୍, ଏକ୍ସରେ ଦେଲେ ସୂଚନା

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ପରେ, ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ମସ୍କ ଚଳିତ ବର୍ଷ ଭାରତ ଗସ୍ତରେ ଆସିବା ବିଷୟ ଘୋଷଣା କରିଛନ୍ତି। ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। […]

Read More Text.