Al

ଅପରେସନ ସିନ୍ଦୂରକୁ ଅପରେସନ ବ୍ଲୁ ଷ୍ଟାର କହିଦେଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ଭାରତୀୟ ସୁରକ୍ଷା ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନ ଏବଂ ଆତଙ୍କବାଦୀମାନଙ୍କୁ ଏପରି ଏକ ଶିକ୍ଷା ଦେଇଥିଲା ଯାହାକୁ ସେମାନେ ବର୍ଷ ବର୍ଷ ଧରି ଭୁଲିପାରିବେ ନାହିଁ। ତେବେ ବିରୋଧୀ କଂଗ୍ରେସ ଏହି ଅପରେସନ୍ ବିଷୟରେ ସରକାରଙ୍କୁ ନିରନ୍ତର ପ୍ରଶ୍ନ ପଚାରୁଛି। ଏସବୁ ମଧ୍ୟରେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ଏକ ବୟାନକୁ ନେଇ ଏକ ନୂତନ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ସେ ଅପରେସନ ସିନ୍ଦୁରକୁ ଅପରେସନ […]

Read More Text.

ପାକିସ୍ତାନର ପ୍ରତିଛବି ସୁଧାରିବାକୁ ଚେଷ୍ଟା କରୁଥିଲେ ଜ୍ୟୋତି

ନୂଆଦିଲ୍ଲୀ: ହରିୟାଣାର ହିସାରର ବାସିନ୍ଦା ଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଅପରେସନ ସିନ୍ଦୂର ପରେ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଛି। ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ଜ୍ୟୋତି ପାକିସ୍ତାନର ଲୋକପ୍ରିୟ ୟୁଟ୍ୟୁବର ଜୀଶାନ ହୁସେନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। ସେମାନେ ଏକାଠି ପାକିସ୍ତାନର ଏକ ସକାରାତ୍ମକ ପ୍ରତିଛବି ଦେଖାଇବା ପାଇଁ ୟୁଟ୍ୟୁବରେ ଭିଡିଓ ତିଆରି କରୁଥିଲେ। ଲାହୋରର ବାସିନ୍ଦା ଜୀଶାନ ହୁସେନ ଜଣେ ଲୋକପ୍ରିୟ ପାକିସ୍ତାନୀ ୟୁଟ୍ୟୁବର। ପାକିସ୍ତାନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାରର ମାମଲା ବିଶ୍ୱ […]

Read More Text.

୧୦୦୦ବର୍ଷ ପୁରୁଣା ମନ୍ଦିରକୁ ଯାଇ ପୂଜା କଲେ ବିରୁଷ୍କା

ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ ପରେ ବିରାଟ କୋହଲି ନିକଟରେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି। ଲଗାତାର କ୍ରିକେଟ ଖେଳିବା ପରେ ଏବେ ଅବସର ସମୟରେ ସେ ନିଜ ପରିବାରକୁ ସମୟ ଦେଉଥିବା ଦେଖାଯାଉଛନ୍ତି। ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ବିଭିନ୍ନ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ପ୍ରେମାନନ୍ଦ ମହାରାଜଙ୍କଠାରୁ ଆଶୀର୍ବାଦ ନେବା ପରେ, ସେ ଏବେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ସେଠାରେ ସେ ପ୍ରାୟ […]

Read More Text.

ବିଜେପି ନେତାଙ୍କୁ ମୋଦୀଙ୍କ ତାଗିଦ, ଅପରେସନ ସିନ୍ଦୂର ସଂପର୍କରେ ଅନାବଶ୍ୟକ ବୟାନ ଦିଅନି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନ ସିନ୍ଦୂର ଉପରେ ଅନାବଶ୍ୟକ ବୟାନ ଦେଇ ବିଜେପିର ଭାବମୂର୍ତ୍ତି ନଷ୍ଟ କରୁଥିବା ନେତାମାନଙ୍କୁ ତାଗିଦ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ସେମାନଙ୍କର ଭାଷଣକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଅନାବଶ୍ୟକ ବୟାନରୁ ଦୂରେଇ ରହିବା ଉଚିତ। କୌଣସି ସ୍ଥାନରେ କିଛି କହିବାରୁ ଦୂରେଇ ରୁହନ୍ତୁ। ଏନଡିଏ ମୁଖ୍ୟମନ୍ତ୍ରୀ କନକ୍ଲେଭ ସମୟରେ ବିଜେପି ନେତାମାନଙ୍କୁ ନିର୍ଦ୍ଦେଶ ଜାରି କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି।ସମ୍ପ୍ରତିମଧ୍ୟପ୍ରଦେଶ ଏବଂ ହରିୟାଣାର ବିଜେପି […]

Read More Text.

ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ

ମାନୁନାହିଁ ଇସ୍କନ । ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା । ଗତ ୩ଦିନ ତଳେ ଦକ୍ଷିଣ ଆଫ୍ରିକାର ସାଣ୍ଡଟନ୍ ସହରରେ ରଥଯାତ୍ରା କରିଥିଲା ଇସ୍କନ । ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥ ଟଣାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓରେ ଚତୁର୍ଥ ବାର୍ଷିକ ରଥଯାତ୍ରା କରାଯାଇଥିବା ଉଲ୍ଲେଖ କରାଯାଇଛି । ସ୍ନାନପୂର୍ଣ୍ଣିମା ପୂର୍ବରୁ ବିଭିନ୍ନ ଦେଶରେ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ଏନେଇ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ […]

Read More Text.

ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରୁ ଓହରିଲେ ମିସ୍‌ ଇଂଲଣ୍ଡ

ହାଇଦରାବାଦ: ସଂପ୍ରତି ତେଲଙ୍ଗାନା ରାଜଧାନୀ ହାଇଦରାବାଦରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି। ମେ’ ୧୧ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୦୮ ଦେଶର ସୁନ୍ଦରୀମାନେ ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଇଂଲଣ୍ଡ ପ୍ରତିଯୋଗୀ ତଥା ମିସ୍‌ ଇଂଲଣ୍ଡ ମିଲା ମାଗି ଓହରି ଯାଇଥିବା ଜଣାପଡିଛି। ପ୍ରତିଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନିୟମାବଳୀରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ମିଲା କହିଛନ୍ତି ଯେ ଏଥିରେ ଭାଗ ନେଇ ସେ ନିଜକୁ ଜଣେ ଦେହଜୀବୀ ବୋଲି […]

Read More Text.

ଅପରେସନ ‘ସିନ୍ଦୂର’ ଥିଲା ବଦଳୁଥିବା ଭାରତର ଚିତ୍ର: ପ୍ରଧାନମନ୍ତ୍ରୀ

ଅପରେସନ ‘ସିନ୍ଦୂର’ କେବଳ ଏକ ସାମରିକ ଅଭିଯାନ ନ ଥିଲା। ଏହା ବଦଳୁଥିବା ଭାରତର ଏକ ଚିତ୍ର ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ‘ମନ କୀ ବାତ’ର ୧୨୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ, ଆଜି ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛି। ଆତଙ୍କବାଦକୁ ଶେଷ କରିବା ଭାରତର ସଙ୍କଳ୍ପ। ଅପରେସନ ‘ସିନ୍ଦୂର’ରେ ଆମ ସେନା ଯେପରି ଅଦ୍ଭୁତ ପରାକ୍ରମ ଦେଖାଇଛନ୍ତି, ତାହା ପ୍ରତି ହିନ୍ଦୁସ୍ତାନୀଙ୍କ ମୁଣ୍ଡକୁ ଗର୍ବରେ […]

Read More Text.

ଶେଖ୍‌ ହସିନାଙ୍କ ଅଭିଯୋଗ- ଆମେରିକା ହାତକୁ ବାଂଲାଦେଶକୁ ଟେକିଦେଉଛନ୍ତି ୟୁନୁସ

ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଗାଦି ଟଳମଳ ହେଉଛି। ଆମେରିକା ଦ୍ଵାରା ପରିଚାଳିତ ୟୁନୁସ ଏବେ ସେନା ଆକ୍ରୋଶର ଶିକାର ହେଉଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ୟୁନୁସଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ୟୁନୁସ ଆତଙ୍କବାଦୀଙ୍କ ସହାୟତାରେ ବାଂଲାଦେଶର ଶାସନ ହାତେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆତଙ୍କୀ ରହିଛନ୍ତି, ଯେଉଁମାନଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଲାଗୁ ହୋଇଛି। ତା’ ସହିତ ୟୁନୁସ ଆମେରିକା ହାତକୁ ବାଂଲାଦେଶକୁ ବିକ୍ରି କରିଦେବାକୁ […]

Read More Text.
Keral monsoon

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର  : ଏଥର ସଅଳ ଆସିଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ […]

Read More Text.
Cov

ଦେଶବ୍ୟାପୀ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି, କେରଳରେ ୨୭୩ ଓ ଦିଲ୍ଲୀରେ ୨୩ ଚିହ୍ନଟ

ପୁଣି ଥରେ ଲେଉଟୁଛି କରୋନା। ଧୀରେ ଧୀରେ କରୋନା ସଂକ୍ରମଣ ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ସଦୃଶ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତା ୨୮ ତାରିଖରେ ସରକାର ଏହାର ସମୀକ୍ଷା କରିବେ​ ବୋଲି କହିଛନ୍ତି। ସିଙ୍ଗାପୁର ଏବଂ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଭାରତରେ ମଧ୍ୟରେ ଅନୁରୂପ […]

Read More Text.