‘ଅପରେସନ ସିନ୍ଦୂର’କୁ ନେଇ କ୍ୟାପ୍‌ଟେନ ଶିବକୁମାରଙ୍କ ମନ୍ତବ୍ୟ ପରେ ଅଡୁଆରେ ସରକାର

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ରେ ଭାରତର କ୍ଷୟକ୍ଷତିକୁ ନେଇ ବିରୋଧୀ ଦଳ କଂଗ୍ରେସ ସରକାରଙ୍କୁ ଘେରୁଥିବା ବେଳେ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ଇଣ୍ଡୋନେସିଆରେ ଭାରତର ଡିଫେନ୍ସ ଆଟାଚେ କ୍ୟାପ୍‌ଟେନ ଶିବ କୁମାର ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦେଶ ପକ୍ଷରୁ ଆପଣାଯାଇଥିବା ରଣନୀତି ବିଷୟରେ ସୂଚନା ଦେଇ ଏଭଳି ବିସ୍ଫୋରକ ତଥ୍ୟ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଇଣ୍ଡୋନେସିଆର ଏକ ୟୁନିଭର୍ସିଟି ସେମିନାରରେ କ୍ୟାପ୍‌ଟେନ କୁମାର କହିଛନ୍ତି ଯେ ଅପରେସନ ସିନ୍ଦୂରକୁ […]

Read More Text.

ଭାରତୀୟ ସେନାକୁ ମିଳିବ ବ୍ରହ୍ମୋସଠୁ ଘାତକ କେ-୬ କ୍ଷେପଣାସ୍ତ୍ର

ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି। ଏହାକୁ ଭାରତର ପରବର୍ତ୍ତୀ ଏସ-୫ ଶ୍ରେଣୀର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜରେ ମୁତୟନ କରାଯିବାର ସମ୍ଭାବନା ରହିଛି। ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୬ର ଗେବ ଏବଂ ଦୂରତା ବ୍ରହ୍ନୋସଠାରୁ ବି ଅଧିକ। ତେଣୁ ଏହାକୁ ବ୍ରହ୍ମୋସଠୁ ଅଧିକ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଭାରତ ଏହାର ପରୀକ୍ଷଣରେ […]

Read More Text.

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଯୌତୁକ ନେବା ସତ୍ବେ ମିଳିଲା ନିର୍ଯାତନା, ଜୀବନ ହାରିଲେ ନବବଧୂ

ଯୌତୁକ ବାବଦରେ ଜ୍ବାଇଁକୁ ୭୦ ଲକ୍ଷ ଟଙ୍କାର କାର ଦେଲେ। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ବଣ୍ଡ ଦେଲେ। ତା’ ବ୍ୟତୀତ ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଓ ସୁନା ଅଳଙ୍କାର ବି ଦେଲେ। ୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ଝିଅ ବାପ ଘରୁ ଶାଶୁ ଘରକୁ ଗଲା। ତା’ ପରେ ବି ଯୌତୁକ ନିର୍ଯାତନାରୁ ବର୍ତ୍ତିଲାନି। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା […]

Read More Text.

ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌; ନେତା ସହ ୫ ଗିରଫ

ଢାକା : ବାଂଲାଦେଶରେ କୋମିଲା ଜିଲାରେ ଜଣେ ୨୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଯୁବତୀଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ କରାଯାଇଛି । ଯୁବତୀଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି । ଘଟଣାର ଭିଡିଓ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ବିଏନପିର ସ୍ଥାନୀୟ ନେତା ସମେତ […]

Read More Text.

ତୃଣମୂଳ କଂଗ୍ରେସରେ କନ୍ଦଳ ଚରମରେ: ମହୁଆଙ୍କୁ କଲ୍ୟାଣ ବାନାର୍ଜୀଙ୍କ ବ୍ୟକ୍ତିଗତ ଆକ୍ଷେପ

ନୂଆଦିଲ୍ଲୀ: କୋଲକାତା ଆଇନ କଲେଜ ମାମଲାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ଦଳର ଦୁଇ ବରିଷ୍ଠ ସାଂସଦ ମହୁଆ ମୋଇତ୍ରା ଏବଂ କଲ୍ୟାଣ ବାନାର୍ଜୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଖସି ଆସିଛି। ଏକ ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହୁଆ ମୋଇତ୍ରା, କଲ୍ୟାଣ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, “ଭାରତରେ ମହିଳାଙ୍କ ପ୍ରତି ଘୃଣା ମନୋଭାବ ଦଳମତ ନିର୍ବିଶେଷରେ ରହିଛି, କିନ୍ତୁ ଟିଏମସି ଏଭଳି […]

Read More Text.

“ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତୁ ନାହିଁ”: ବସ୍ତି ଭଙ୍ଗାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସ୍ତି ଭଙ୍ଗାକୁ ବିରୋଧ କରି ଆମ ଆଦମୀ ପାର୍ଟି (ଆପ୍) ଆଜି ଜନ୍ତର ମନ୍ତରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ, ବିଜେପି ମାତ୍ର ୫ ମାସ ମଧ୍ୟରେ ଗରିବ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସେ କହିଛନ୍ତି, […]

Read More Text.

ପୁରୀ ଅଘଟଣ ଏକ ଗମ୍ଭୀର ଚେତାବନୀ”: ରାହୁଲ ଗାନ୍ଧୀ କହିଲେ, ଦାୟିତ୍ୱରେ ତ୍ରୁଟି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁରୀରେ ଘଟିଥିବା ଦଳାଚକଟା ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ ମାଧ୍ୟମରେ ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି। ଏହି ଅଘଟଣାକୁ ଏକ ‘ଗମ୍ଭୀର ଚେତାବନୀ’ ଭାବେ ବର୍ଣ୍ଣନା କରି ରାହୁଲ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଡ଼ ବଡ଼ ଆୟୋଜନରେ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଗମ୍ଭୀରତାର […]

Read More Text.

ପାଟନାର ଗାନ୍ଧୀ ମଇଦାନରୁ ତେଜସ୍ୱୀଙ୍କ ହୁଙ୍କାର: ‘ଏହା ସମସ୍ତଙ୍କ ହିନ୍ଦୁସ୍ଥାନ, କାହା ବାପାର ନୁହେଁ’

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, “ଏହି ଦେଶ କାହା ବାପାର ନୁହେଁ, ଏହା ଆମ ସମସ୍ତଙ୍କ ହିନ୍ଦୁସ୍ଥାନ।” ପାଟନାର ଗାନ୍ଧୀ ମଇଦାନରେ ‘ଇମାରତ-ଏ-ଶରିଆ’ ପକ୍ଷରୁ ଆୟୋଜିତ ‘ୱାକଫ ବଚାଓ-ଦସ୍ତୁର ବଚାଓ’ ପ୍ରତିବାଦ ସଭାରେ ସେ ଏହି ବୟାନ ଦେଇଛନ୍ତି। ୱାକଫ ସଂଶୋଧନ ଆଇନକୁ ବିରୋଧ କରି ସମବେତ ହୋଇଥିବା ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଏହି ବିଲ୍ କେବଳ ୱାକଫ […]

Read More Text.

ୟୁକ୍ରେନ ଆକାଶରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ରର ବର୍ଷା: ଯୁଦ୍ଧ ଆରମ୍ଭ ପରଠୁ ଋଷର ସବୁଠୁ ବଡ଼ ପ୍ରହାର

କିଭ୍/ମସ୍କୋ: ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଭୟାବହ ବାୟୁ ଆକ୍ରମଣ କରାଯାଇଛି। ଶନିବାର ବିଳମ୍ବିତ ରାତିରୁ ରବିବାର ପର୍ଯ୍ୟନ୍ତ ହୋଇଥିବା ଏହି ଆକ୍ରମଣ ପରେ ଯୁଦ୍ଧ ଆହୁରି ଭୟଙ୍କର ରୂପ ନେଇଛି ଏବଂ ଶାନ୍ତି ପ୍ରତିଷ୍ଠା ପ୍ରୟାସକୁ ଏକ ଶକ୍ତ ଧକ୍କା ଲାଗିଛି। ୟୁକ୍ରେନୀୟ ଅଧିକାରୀଙ୍କ ମତରେ, ଏହି ଆକ୍ରମଣ ଏକ ଅଭୂତପୂର୍ବ ସ୍ତରରେ କରାଯାଇଥିଲା, ଯାହାଦ୍ୱାରା ଦେଶର ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। […]

Read More Text.

ଭାରତର ‘ଅନ୍ତିମ ଚେତାବନୀ’: ପରମାଣୁ ଆକ୍ରମଣର ଭୁଲ୍ କଲେ ପାକିସ୍ତାନକୁ ମିଳିବ ‘ଦୃଷ୍ଟାନ୍ତମୂଳକ ଜବାବ’

ଜାକର୍ତ୍ତା: ଯଦି ପାକିସ୍ତାନ ଭାରତ ଉପରେ ପ୍ରଥମେ ପରମାଣୁ ଆକ୍ରମଣ କରେ, ତେବେ ଭାରତର ଜବାବ କ’ଣ ହେବ? ଏହାର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ଦେଇଛି ଭାରତ। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏକ ସେମିନାରରେ ଭାରତୀୟ ନୌସେନାର କ୍ୟାପଟେନ୍ ଶିବ କୁମାର ପଡ଼ୋଶୀ ଦେଶ ପାକିସ୍ତାନକୁ ଏକ କଠୋର ବାର୍ତ୍ତା ଦେଇଛନ୍ତି। ଇଣ୍ଡୋନେସିଆ ବାୟୁସେନା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାରରେ କ୍ୟାପଟେନ୍ ଶିବ କୁମାର ସ୍ପଷ୍ଟ କରିଛନ୍ତି ଯେ, “ଯଦି ପାକିସ୍ତାନ ପରମାଣୁ […]

Read More Text.