Raj uddhav

ଭାଇ ଉଦ୍ଧବଙ୍କୁ ଭେଟିଲେ ରାଜ୍ ଠାକରେ

ମୁମ୍ବାଇ : ମହାରାଷ୍ଟ୍ରରେ ହିନ୍ଦୀ-ମରାଠୀ ଭାଷାକୁ ନେଇ ବିବାଦ ଠାକରେ ପରିବାର ପାଇଁ ଶୁଭ ସାବ୍ୟସ୍ତ ହେଉଛି। ଗତ ୨୦ ବର୍ଷ ଧରି ସମ୍ପର୍କରେ ଥିବା ଶିତଳତା ଏବେ ଉଷ୍ମ ହେବା ଆରମ୍ଭ କରିଛି। ନିକଟରେ ଏକ ମିଳିତ ରାଲି କରିବା ପରେ, ଠାକରେ ଭାଇମାନେ ପୁଣି ଥରେ ସାକ୍ଷାତ କରିଛନ୍ତି। ରାଜ ଠାକରେ ବହୁ ବର୍ଷ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନକୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ। ତାଙ୍କ ସହିତ ତାଙ୍କ […]

Read More Text.
Stamp

ତାରରେ କରେଣ୍ଟ ଗୁଜବ ପରେ ମନସା ଦେବୀ ମନ୍ଦିରରେ ଦଳାଚକଟା

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ  ମନସା ଦେବୀ ମନ୍ଦିରରେ ରବିବାର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାତାଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସକାଳ ୬ଟାରେ ଏକ ଗୁଜବ ବ୍ୟାପିଗଲା। ଶ୍ରଦ୍ଧାଳୁମାନେ ଠେଲାପେଲା ହେବା ଆରମ୍ଭ କରିଥିଲେ। ତା’ପରେ କିଛି ସମୟ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇ ଯାଇଥିଲା ଦଳାଚକଟାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ମୟୂର ଦୀକ୍ଷିତଦୁର୍ଘଟଣା ସହିତ ଜଡିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। […]

Read More Text.
Ncert

ସ୍କୁଲରେ ପଢାଯିବ ‘ଅପରେସନ ସିନ୍ଦୂର’ର ଗୌରବ ଗାଥା , NCERT ଆଣିବ ନୂଆ ପାଠ୍ୟକ୍ରମ

ନୂଆଦିଲ୍ଲୀ : NCERT (ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ) ‘ଅପରେସନ ସିନ୍ଦୂର’ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ ମଡ୍ୟୁଲ ପ୍ରସ୍ତୁତ କରିବାର ଘୋଷଣା କରିଛି, ଯାହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଭାରତର ସାମରିକ ଶକ୍ତି, ପ୍ରଯୁକ୍ତିବିଦ୍ୟାର ପ୍ରଗତି ଓ ରାଷ୍ଟ୍ରୀୟ ସୁରକ୍ଷାରେ ଯୋଗଦାନ ବିଷୟରେ ସଚେତନା କରିବା। ଏହି ମଡ୍ୟୁଲ ଦୁଇଟି ଭାଗରେ ବିଭାଜିତ ହେବ। ପ୍ରଥମ ମଡ୍ୟୁଲ ଶ୍ରେଣୀ ୩ରୁ ୮ମ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଓ ଦ୍ୱିତୀୟ ମଡ୍ୟୁଲ ଶ୍ରେଣୀ ୯ମ […]

Read More Text.
Drugs 1068x601

ଅନଲାଇନରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ ଠାବ: ୧୦୦ କୋଟିର କୋକେନ ଓ ଗଞ୍ଜେଇ ଜବତ

ହ୍ବାଟ୍ସଆପ୍‌ କଲ୍‌ ସେଣ୍ଟର ଖୋଲି ଅନଲାଇନରେ ହେଉଥିଲା ନିଶାଦ୍ରବ୍ୟ ଚାଲାଣ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଚାଲାଣ କରୁଥିଲେ ବିଦେଶୀ ମାଫିଆ। ଆଉ ଏହାର କିଙ୍ଗପିନ୍ ଥିଲେ ନାଇଜେରୀୟ ଯୁବକ। ଅନଲାଇନରେ ଅର୍ଡର କଲେ ଠିକଣା ଜାଗାରେ ପହଞ୍ଚି ଯାଉଥିଲା କୋକେନ, ଗଞ୍ଜେଇ। ଏଭଳି ଏକ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟକୁ ଠାବ କରିଛି ଦିଲ୍ଲୀ ପୁଲିସ। ଏହି ଘଟଣାରେ ନାଇଜେରୀୟ କିଙ୍ଗପିନ କାଲିଷ୍ଟସ ସମେତ ୫ ବିଦେଶୀ ମାଫିଆଙ୍କୁ […]

Read More Text.
Saansad ratna puraskar 2025 1068

ସଂସଦ ରତ୍ନ ପୁରସ୍କାରରେ ୧୭ ସାଂସଦ ସମ୍ମାନିତ, ଭର୍ତ୍ତୃହରିଙ୍କୁ ସ୍ୱତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀରେ ଶନିବାର ଦିନ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି। ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ବିଜେପିରୁ ରବି କିଶନ, ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମା, କଂଗ୍ରେସରୁ ବର୍ଷା ଗାୟକୱାଡ ଏବଂ ଶିବସେନା-ୟୁବିଟିରୁ ଅରବିନ୍ଦ ସାୱନ୍ତ। ଏହି ପୁରସ୍କାରଗୁଡ଼ିକ ଏକ ବେସରକାରୀ ସଂଗଠନ ଦ୍ୱାରା ପ୍ରଦାନ କରାଯାଇଛି। ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ […]

Read More Text.
Nasa

ଚାକିରି ଛାଡ଼ିବେ ନାସାର ୩,୮୭୦ କର୍ମଚାରୀ

ୱାଶିଂଟନ: ଆମେରିକାର ମହାକାଶ ସଂସ୍ଥା ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ରୁ ୩,୮୭୦ କର୍ମଚାରୀ ଚାକିରି ହରାଇବେ । ସ୍ୱେଚ୍ଛାକୃତ ଇସ୍ତଫା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କର୍ମଚାରୀମାନେ ଇସ୍ତଫା ଦେବାକୁ ଯାଉଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ବଜେଟ୍ କାଟିବା ପାଇଁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଅନ୍ତର୍ଗତ କର୍ମଚାରୀମାନଙ୍କୁ ନାସାରୁ ବହିଷ୍କାର କରାଯିବା ପରିବର୍ତ୍ତେ ସ୍ୱେଚ୍ଛାକୃତ ଇସ୍ତଫା ଦେବାକୁ କୁହାଯାଇଛି। ଟ୍ରମ୍ପ୍ ପ୍ରଶାସନଙ୍କର […]

Read More Text.
Dwibedi

ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ଛଡାଯିବ ନାହିଁ- ସେନା ମୁଖ୍ୟ

ଅପରେସନ ସିନ୍ଦୂର ସମୟରେ କରାଯାଇଥିବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ପାକିସ୍ତାନକୁ ଏକ ସିଧାସଳଖ ବାର୍ତ୍ତା ଦେଇଥିଲା ଯେ ଯେଉଁମାନେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ଛଡାଯିବ ନାହିଁ । ଆଜି କାରଗିଲ୍‍ ବିଜୟ ଦିବସ ଅବସରରେ  ଲଦାଖର ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏଭଳି କହିଛନ୍ତି ଭାରତୀୟ ସେନାର ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଏକ ଜବାବ ଥିଲା ଅପରେସନ ସିନ୍ଦୂର । ଯାହା […]

Read More Text.
Chiqw

ଚୀନ : ଗୋଟିଏ ଦିନରେ ବର୍ଷକର ବର୍ଷା !

ବେଜିଂ : ଚୀନର କେତେକ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏପରିକି ଚୀନର ରାଜଧାନୀ ବେଜିଂ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବେଜିଂର ୧୬ରୁ ୧୨ଟି ଡିଷ୍ଟ୍ରିକ୍ଟ ( କ୍ଷେତ୍ର)ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇଛି । ତେବେ ସବୁଠାରୁ ଚିନ୍ତାଜନକ ସ୍ଥିତି ରହିଛି ବେଜିଂ ସଂଲଗ୍ନ ଶିଳ୍ପ ସହର ବାଓଡିଂରେ ।  ଏଠାରେ ମାତ୍ର ୨୪ ଘଣ୍ଟା […]

Read More Text.
Nits

ବିହାର ସରକାରଙ୍କ ବଡ ଘୋଷଣା, ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌

ପାଟନା : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ଭେଟି ଦେଇଛନ୍ତି । ସାମାଜିକ ସୁରକ୍ଷା ପେନ୍‌ସନ୍‌ ପରେ ଏବେ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ବିହାର ‘ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା’ର ରାଶି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସାମ୍ବାଦିକ ସମ୍ମାନ ଯୋଜନା ପେନ୍‌ସନ୍‌ ଅନୁଯାୟୀ, ୬ ହଜାର ବଦଳରେ ୧୫ ହଜାର ପ୍ରତି ମାସରେ ମିଳିବ । […]

Read More Text.
Chitw

ମୁଁ ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ଦୁଃଖିତ:ନୀତିଶଙ୍କୁ ଘେରିଲେ ଚିରାଗ

ପାଟନା: ଆଗାମୀ ଦୁଇ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଏବଂ ସରକାର ପରସ୍ପର ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣୁଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅପରାଧ ଘଟଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁଁ […]

Read More Text.