ପତ୍ନୀ ଓ ଭଉଣୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଲେ ବ୍ୟାଙ୍କ କର୍ମଚାରୀ

ଲକ୍ଷ୍ନୌ : ଲକ୍ଷ୍ନୌର ଗୋମତୀ ନଗର ଅଞ୍ଚଳରେ ଜଣେ ବ୍ୟାଙ୍କ କର୍ମଚାରୀ ନିଜ ସ୍ତ୍ରୀ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜ ଜୀବନକୁ ଶେଷ କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଭିଯୁକ୍ତ ମାନସ ବାଜପେୟୀ, ସ୍ତ୍ରୀ ଦିବ୍ୟା ମିଶ୍ର ଏବଂ ଭଉଣୀ ଶିବା ବାଜପେୟୀ ଗୁଳି କରି ହତ୍ୟା କରିବା ପରେ ନିଜେ ନିଜକୁ ଶେଷ କରିଥିବା ଜଣାପଡ଼ିଛି । ମାନସ ଗୋମତୀ ନଗରସ୍ଥିତ […]

Read More Text.
Cancer vaccine

କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା

ନୂଆଦିଲ୍ଲୀ : କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା । ମଡେର୍ଣ୍ଣା ଏବଂ ମର୍କ କମ୍ପାନୀର କ୍ୟାନସର ଟିକା ‘ଇନଟିସମେରାନ୍’  ଏକ ଐତିହାସିକ ଶେଷ ପର୍ଯ୍ୟାୟ ବା ଫେଜ୍-୩ କ୍ଲିନିକାଲ୍ ପରୀକ୍ଷାରେ ସଫଳତା ପାଇଛି । ଏହି ବଡ଼ ସଫଳତା ଯୋଗୁଁ ବିଶ୍ୱର ପ୍ରଥମ ବ୍ୟକ୍ତିଗତ ମେସେଞ୍ଜର  mRNA କ୍ୟାନସର୍ ଟିକା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅତି ନିକଟତର ହୋଇଛି । କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ସମାନ ଔଷଧ […]

Read More Text.

ଆସିଲା ସୁପ୍ରିମ ରାୟ, ସନ୍ତାନଙ୍କୁ ସମ୍ପତ୍ତିରୁ ବେଦଖଲ କରିପାରିବେ ମାତାପିତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ବୟସ ବଢିବାର ଅର୍ଥ ନୁହେଁ ଯେ, ଅପମାନ ହେବା । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଯଦି ବାପା-ମାଙ୍କ ସୁରକ୍ଷାରେ କିମ୍ବା ଭରଣପୋଷଣରେ କୌଣସି ସମସ୍ୟା ହୁଏ ତେବେ ସମ୍ପତ୍ତି ସନ୍ତାନମାନଙ୍କୁ ସେମାନଙ୍କ ସମ୍ପତ୍ତିରୁ ବାହାର କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏନେଇ ଟ୍ରାଇବ୍ୟୁନାଲ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ । ରବିକାନ୍ତ ଗୁପ୍ତାଙ୍କ ଦ୍ବାରା ଦାଖଲ […]

Read More Text.
Principal

ପ୍ରିନ୍ସିପାଲଙ୍କୁ ୨୭ ଥର ଛୁରି ଭୁସି ହତ୍ୟା କଲା ଛାତ୍ର

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ୪୯ ବର୍ଷୀୟା କାଲ୍ଲୁ ରୂପା ରେଡ୍ଡୀ ଅଗଷ୍ଟ ୧୧ରେ ନିଜ ଘରେ ମୃତ ଅବସ୍ଥାରେ ମିଳିଥିଲେ । ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ପୋଲିସ କହିବା ଅନୁଯାୟୀ, ଟଙ୍କା ପାଇଁ ଛାତ୍ର ଜଣକ ରୂପା ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି । ରୂପା […]

Read More Text.

କୋଲକାତାରେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ବାଂଲାଦେଶୀ ମୃତ

କୋଲକାତା: କୋଲକାତାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଅବସ୍ଥିତ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୯ ଜଣ ବାଂଲାଦେଶୀଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ହୋଟେଲରେ ଥିବା ଅଧିକାଂଶ ଲୋକ ବାଂଲାଦେଶର ସୀମାନ୍ତ ଅଞ୍ଚଳର ବାସିନ୍ଦା ଥିଲେ ଏବଂ ଚିକିତ୍ସା ପାଇଁ ବାଂଲାଦେଶରୁ କୋଲକାତା ଆସିଥିଲେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, କୋଲକାତାର ନ୍ୟୁ ମାର୍କେଟ୍ […]

Read More Text.

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ପରିବର୍ତ୍ତନ କଲା ଆମେରିକା, ଚୀନ ଓ ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର : ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ ଆମେରିକାର ନୂଆ ରାଷ୍ଟ୍ରଦୂତ ତଥା ଦକ୍ଷିଣ-ମଧ୍ୟ ଏସିଆ ପାଇଁ ସ୍ୱତନ୍ତ୍ର ଦୂତ ସର୍ଜିଓ ଗୋର୍ ଅଗଷ୍ଟ ୧୯ ରେ ଜମ୍ମୁ-କାଶ୍ମୀର ଗସ୍ତ କରି ଏକ ଐତିହାସିକ ବୟାନ ଦେଇଛନ୍ତି । […]

Read More Text.
IMG 20260819 WA0002 750x430

କ୍ରମାଗତ ଚତୁର୍ଥ ଦିନ ପାଇଁ ବଢ଼ିଲା ଅଶୋଧିତ ତୈଳ ଦର, ବଢୁଛି ଆମେରିକା-ଇରାନ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ : ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ରାଜନୈତିକ ଉତ୍ତେଜନା ବିଶ୍ୱ ଅର୍ଥନୀତି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ତୈଳ ବଜାର ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଫଳସ୍ୱରୂପ, କ୍ରମାଗତ ଚତୁର୍ଥ ଦିନ ପାଇଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବିଶେଷ କରି ତୈଳ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ରଣନୈତିକ ମାର୍ଗ ଭାବେ ବିବେଚନା କରାଯାଉଥିବା ‘ହରମୁଜ୍ ପ୍ରଣାଳୀ’ […]

Read More Text.

ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରି ଜୀବନ ହାରିଲେ ନୌସେନା କର୍ମଚାରୀ

ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ନେଭି ନଗର ଅଞ୍ଚଳରେ ଜଣେ ଭାରତୀୟ  ନୌସେନା କର୍ମଚାରୀ ଓ ତାଙ୍କ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୩୦ ବର୍ଷୀୟ ପୂରଣମଲ ଶମ୍ଭୁଲାଲ ମେହରାଙ୍କୁ ଶନିବାର ତାଙ୍କ ଆବାସିକ କ୍ବାର୍ଟରରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ୨୮ ବର୍ଷୀୟା ପତ୍ନୀ ଓମା, ୩ ବର୍ଷର ପୁଅ ୟଶ ଓ ୨ ମାସର ଶିଶୁ ମଧ୍ୟ ସେଠାରେ ମୃତ ଅବସ୍ଥାରେ ମିଳିଥିଲେ। ପ୍ରାଥମିକ ତଦନ୍ତରେ ଏହା ପରିବାରକୁ […]

Read More Text.

ସୁଟକେସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଭଉଣୀଙ୍କୁ ହତ୍ୟା କଲା ଭାଇ

ନୂଆଦିଲ୍ଲୀ: ଦିଲ୍ଲୀର ବୁରାଡ଼ି ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏକ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି । ଏହି ମାମଲାରେ ମୃତ ଯୁବତୀଙ୍କ ଚାଚା ପୁଅ ଭାଇ ଅଭିନାଶ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତ ତାଙ୍କ ଭଉଣୀଙ୍କୁ ପ୍ରେମ ସମ୍ପର୍କ ସନ୍ଦେହରେ ହତ୍ୟା କରି ମୃତଦେହକୁ ଏକ ସୁଟକେସ୍ ଭିତରେ ବନ୍ଦ କରି ଏକ ନିର୍ଜନ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ଯାହା ଦିଲ୍ଲୀରେ ଚାଞ୍ଚଲ୍ୟ […]

Read More Text.

ଟ୍ରକ୍ ସହ ଧକ୍କା ହେଲା ଯାତ୍ରୀବାହୀ ଗାଡି, ୮ ମୃତ ଓ ୨୨ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ଖାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋହଦ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି, ଯେଉଁଠାରୁ ଗୁରୁତର ଆହତଙ୍କୁ ଗ୍ବାଲିୟରକୁ […]

Read More Text.