Rahul

ମାଛ ଧରିବା ପାଇଁ ପୋଖରୀକୁ ଡେଇଁଲେ ରାହୁଲ!

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସେତିକି ଭିନ୍ନଭିନ୍ନ ଉପାୟମାନ ଅପଣାଉଛନ୍ତି। ଏହି କ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ରାହୁଲଙ୍କ କାର୍ଯ୍ୟକଳାପ ଦେଖି  ଲୋକେ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ରାହୁଲ କେତେବେଳେ କ’ଣ କରନ୍ତି ସେ ନିଜେ ବି ବୁଝି ପାରନ୍ତି କି ନାହିଁ ତାହା […]

Read More Text.
Whatsapp image 2025 11 02 at 7.08.11 pm 1068x712

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଆଇଆଇଟି କାନପୁର ଦେଲା ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ପ୍ରଶାସନିକ ଦକ୍ଷତା, ଦେଶ ଓ ଗଣତନ୍ତ୍ରକୁ ସୁଦୃଢ କରିବାର ଅବିସ୍ମରଣୀୟ ଅବଦାନ ପାଇଁ  ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA) ସମ୍ମାନରେ ସମ୍ମାନିତ କରାଯାଇଛି। ୧୯୮୯ ରୁ ଆରମ୍ଭ ହୋଇଥିବା Distinguished Alumni Award (DAA) ହେଉଛି ଆଇଆଇଟି କାନପୁରର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ବିଶେଷ କାର୍ଯ୍ୟ ଏବଂ ସଂସ୍ଥା ଓ ଦେଶ ପାଇଁ ଉଲ୍ଲେଖନୀୟ […]

Read More Text.
Ravi kishan 1068x601

ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଶନିବାର ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ରବି ନିକଟରେ ବିହାରକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାତିରେ ଅଜଣା ବ୍ୟକ୍ତି ତାଙ୍କୁ ଓ ପରିବାର ପ୍ରତି ଫୋନରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବାବେଳେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ରବି ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର […]

Read More Text.

ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ: ଶାହା

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେପି ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୋପାଳଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ। ଏହି ନିର୍ବାଚନ ବିହାରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ନିର୍ବାଚନରେ ଆରଜେଡି ଯଦି କ୍ଷମତାକୁ ଆସେ ତେବେ ବିହାରରେ ଜଙ୍ଗଲରାଜ ଫେରିବ। ଆଉ ଯଦି […]

Read More Text.
Landslide

କେନିଆରେ ଭୂସ୍ଖଳନ : ୨୧ ମୃତ, ୩୦ ନିଖୋଜ

ନୌରୋବୀ :  କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ […]

Read More Text.
Venketeswar stampede

ଦଳାଚକଟା ପରେ ଶ୍ରୀକାକୁଲମ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗାରେ ଥିବା ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ଘଟଣାରେ ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ପୋଲିସ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇଛି । ଘଟଣାରେ ଅନେକ ଶ୍ରଦ୍ଧାଳୁଙ୍କ ହାଡ଼ ଭାଙ୍ଗିଥିବା ବେଳେ ଅନେକଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା କାରଣରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମନ୍ଦିରର ଏକମାତ୍ର ଦ୍ବାର ବନ୍ଦ ଥିଲା, ଯେଉଁ ଶ୍ରଦ୍ଧାଳୁ ପ୍ରଥମେ ଦର୍ଶନ […]

Read More Text.
Fire explosion

ମେକ୍ସିକୋ ସୁପରମାର୍କେଟରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍ ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ‘ଡେ ଅଫ୍ ଦ ଡେଡ୍’ ଉତ୍ସବ ପାଳନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା […]

Read More Text.
Isro 1

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଯାହା ୪ ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ । ଏହି ସାଟେଲାଇଟ୍ LVM3-M5 ରକେଟ ମାଧ୍ୟମରେ ଉତକ୍ଷେପଣ କରାଯିବ । ଏହି ଉପଗ୍ରହର ଅଧିକ ଓଜନ କ୍ଷମତା ଥିବାରୁ ଏହାର […]

Read More Text.
Modi 2025 11 02 16 25 23

ବିହାର ନିର୍ବାଚନ: ରାଲିରେ ଯୋଗଦେଇ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କଲେ ମୋଦୀ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନଥିଲେ। ସେ କହିଥିଲେ ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅପରେସନ ସିନ୍ଦୂର ଉପରେ ଅସନ୍ତୁଷ୍ଟ ଥିଲେ। ଗାନ୍ଧୀ ପରିବାର ଉପରେ କଠୋର ଆକ୍ରମଣ କରି ସେ କହିଥିଲେ, “ପାକିସ୍ତାନରେ […]

Read More Text.
Capture

ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ କୁସନ ପ୍ରସ୍ତୁତ ହୁଏ। ସ୍ଥାନୀୟଲୋକଙ୍କ ଅନୁସାରେ ଅଚାନକ କାରଖାନାରୁ ଧୁଆଁ ବାହାରୁଥିବା ନଜର ଆସିଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଧୀରେ ଧୀରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା। ନିଆଁର ଭୟାବହତା […]

Read More Text.