Images (1)

ନୀତିଶ ଜେଡିୟୁର ବିଧାୟକ ଦଳ ନେତା

ବିହାର: ବିହାରରେ ନୂତନ ସରକାର ଗଠନ ପାଇଁ ଆଜି ଏନଡିଏର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନୀତିଶ ଜେଡିୟୁର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ବିହାର ବିଧାନସଭାରେ ଏନଡିଏ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ପାଇଁ ପୁଣି ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସ୍ଥିର ହୋଇଛି । ଆଗାମୀ କାର୍ଯ୍ୟସୂଚୀ ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଇସ୍ତଫା ପ୍ରଦାନ କରିବେ ନୀତିଶ ଏବଂ ବିଧାନସଭା ଭଙ୍ଗ କରିବେ । […]

Read More Text.
Pm kisan

ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନର ୨୧ତମ କିସ୍ତି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ବୁଧବାର ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ। ପିଏମ୍‌-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା […]

Read More Text.
Ayodhya

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ପତାକା ଉତ୍ତୋଳନ ଉତ୍ସବ ପାଇଁ ଜୋରଦାରରେ ପ୍ରସ୍ତୁତି ଚାଲିଛି । ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ପତାକା ଉତ୍ତୋଳନ ଏବଂ ପୂର୍ଣ୍ଣାହୁତି ସମାରୋହକୁ ଚୂଡାନ୍ତ କରିବା ଆରମ୍ଭ କରିଛି । ଟ୍ରଷ୍ଟର ସଂଯୋଜକ ଶରଦ ଶର୍ମା ଏହି କାର୍ଯ୍ୟକ୍ରମରେ ଜଡିତ ଥିବା ବିବରଣୀକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୂଚନାନୁଯାୟୀ, ପାଖେଇ ଆସୁଛି ଐତିହାସିକ ମୂହୁର୍ତ୍ତ । ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା […]

Read More Text.
Alfalah

ଅହମ୍ମଦ ସିଦ୍ଦିକିଙ୍କୁ ୧୩ ଦିନିଆ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ : ୧୩ ଦିନିଆ ଇଡି ରିମାଣ୍ଡରେ ଅଲ୍ ଫଲାହ ପ୍ରତିଷ୍ଠାତା ଜାଭେଦ୍ ଅହମ୍ମଦ ସିଦ୍ଦିକି । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ମନି ଲଣ୍ଡ୍ରିଂ ମାମଲାରେ ସିଦ୍ଦିକିଙ୍କୁ ଗତକାଲି ଗିରଫ କରିଥିଲା ଇଡି । ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ରହିଛି ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧୀନରେ ଗତକାଲି ଇଡି ଅଲ୍ ଫଲାହ ଗ୍ରୁପ୍ ସହ ଜଡ଼ିତ ବିଭିନ୍ନ ଠିକଣାରେ […]

Read More Text.
Japan

ଜାପାନରେ ଜଳିଗଲା ୧୭୦ରୁ ଅଧିକ କୋଠା

ଜାପାନ : ଦକ୍ଷିଣ-ପଶ୍ଚିମ ଜାପାନର ଓଇଟା ପ୍ରିଫେକ୍ଚରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭୦ରୁ ଅଧିକ  କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ପ୍ରାୟ ୫.୪୫ ସୁଦ୍ଧା ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି  । ସୂଚନାନୁଯାୟୀ, ମଙ୍ଗଳବାର ଦକ୍ଷିଣ-ପଶ୍ଚିମ ଜାପାନର […]

Read More Text.
Airstrike

ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୧୩ ମୃତ

ହମାସ୍ : ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ । ଏହି ଆକ୍ରମଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁହାର ବଢିବାର ସମ୍ଭାବନା ରହିଛି । ସୂଚନାନୁଯାୟୀ, ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍ ହମଲା କରିଥିଲେ । ଯୁଦ୍ଧବିରାମ ସତ୍ତ୍ବେ ଏହି ଆକ୍ରମଣ ଲେବାନନ୍ ଉପରେ ସବୁଠାରୁ ବଡ଼ ହମଲା । ଏହାରି ମଧ୍ୟରେ ଇସ୍ରାଏଲ କହିଛି ଯେ, […]

Read More Text.
Police 4

ଆନ୍ଧ୍ର-ଓଡ଼ିଶା ସୀମାରେ ସର୍ଚ୍ଚ ଅପରେସନ, ବନ୍ଧା ହେଲେ ୫୦ ମାଓବାଦୀ

ଭୁବନେଶ୍ବର: ୫୦ ମାଓବାଦୀ ଗିରଫ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର । ଗିରଫଙ୍କ ମଧ୍ୟରେ ୨୩ ପ୍ଲାଟୁନ ମାଓ ସଦସ୍ୟ, ୫ ଡିଭିଜନାଲ କମିଟି ମେମ୍ବର । ଗିରଫ ମାଓମାଦୀଙ୍କ ମଧ୍ୟରେ ଅଛନ୍ତି ୧୯ ଜଣ ଏରିଆ କମିଟି ସଦସ୍ୟ ଥିବା ଇଣ୍ଟେଲିଜେନ୍ସ […]

Read More Text.
Anmol bishnoi 2025 11 18 20 06 43

୧୯ରେ ଭାରତ ଅଣାଯିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ବିବେଚିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ବୁଧବାର (୧୯ ନଭେମ୍ବର, ୨୦୨୫) ଭାରତ ଅଣାଯିବ। ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆମେରିକା ସରକାର ତାକୁ ପ୍ରତ୍ୟାର୍ପିତ କରିବା ପରେ ସକାଳ ୧୦ ଟାରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରକୁ ଅଣାଯିବ। ଅଧିକାରୀଙ୍କ ଅନୁଯାୟୀ, ସୁରକ୍ଷା, କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟା […]

Read More Text.
Images (2)

ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ ଉପଲବ୍ଧ ହେବନି କଫ ସିରପ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଏପରି ଘଟଣାକୁ ରୋକିବା ପାଇଁ, ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ନୂତନ ନିୟମ ପ୍ରଣୟନ କରିବେ। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ କଫ ସିରପ ଉପଲବ୍ଧ ହେବ ନାହିଁ। ଏହା ସୁରକ୍ଷା ବୃଦ୍ଧି କରିବ, କିନ୍ତୁ ଲୋକଙ୍କ ପକେଟ ଉପରେ ବୋଝ ମଧ୍ୟ ବଢ଼ାଇବ। କଫ ସିରପ ଯେତେ ଶସ୍ତା […]

Read More Text.
Ambulance

ଜଳିଗଲା ଆମ୍ବୁଲାନ୍ସ , ୩ ମୃତ

ଗୁଜରାଟ : ଗୁଜରାଟ ଅରବଲ୍ଲୀ ଜିଲ୍ଲାରେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଜଳିଗଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାଛଡା ଅନେକ ଲୋକ ଆହତ ହୋଇଛନ୍ତି । ଖବର ମୁତାବକ, ମୋଡାସାର ରାଣାସାୟଦ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଆମ୍ବୁଲାନ୍ସରେ ଥିବା ଡାକ୍ତର, ନର୍ସ, ଶିଶୁର ବାପା ଏବଂ ନବଜାତ ଶିଶୁଟି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାଯାଇଛି । ସର୍ଟ ସର୍କିଟ ହେବା ଯୋଗୁଁ ନିଆଁ […]

Read More Text.