ଟିପିଏନଓଡିଏଲର କର୍ମଚାରୀ କର୍ମଚାରୀ ମାରଣ ନୀତି ବିରୋଧରେ ପ୍ରତିବାଦ ଓ ଦାବିପତ୍ର ପ୍ରଦାନ 

ବାରିପଦା  : ଦିନକୁ ଦିନ ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବଢ଼ି ଚାଲିଛି  ଯାହାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ନେସ୍କୋ ରେ  କିଛି ଠିକା  କର୍ମଚାରୀ ୧୫ ବର୍ଷ ହେଲା କାମ କରି ଆସୁଛନ୍ତି ।୨୦୨୧ ରେ ରାଜ୍ୟସରକାର ନେସ୍କୋ କୁ ଟାଟା କମ୍ପାନୀ ହାତକୁ ଟେକି ଦେଇଛନ୍ତି ।ଟାଟା କମ୍ପାନୀ ନେବା ଫଳରେ ଠିକା କର୍ମଚାରୀଙ୍କୁ ନେଇ ଷ୍ଟ୍ରକଚର, ମିଟର ରିଡିଂ, ବିଦ୍ୟୁତ ବିଲ ପୈଠ, ବିଦ୍ୟୁତ ବିଲ ଆଦାୟ […]

Read More Text.

ରାଇରଙ୍ଗପୁରର ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଶ୍ରୀ ଉଗ୍ରସେନ ଓରାମ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର  ରାଇରଙ୍ଗପୁର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଉଗ୍ରସେନ ଓରାମ | ଆଜି ଶ୍ରୀ ଉଗ୍ରସେନ ଓରାମ  ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ତା’ଙ୍କ ଯୋଗଦାନ ପତ୍ର ଦେବା ପରେ ରାଇରଙ୍ଗପୁର ଆସି ବାମନଘାଟି(ରାଇରଙ୍ଗପୁର) ଉପଜିଲ୍ଲାପାଳ ଭାବେ ତା’ଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଶ୍ରୀମତୀ ଅନିତା […]

Read More Text.

ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୩ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୩ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଭୋର ୪ଟା ୩୦ରେ ଆପାର୍ଟମେଣ୍ଟର ତଳ ମହଲାରେ ନିଆଁ ଲାଗିଥିଲା । ପରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ତୃତୀୟ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ନିଆଁ ।  ଅନିଶ୍ବାସୀ ହୋଇଯାଇଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ଯେତେବେଳେ ଅଗ୍ନିଶମ ବିଭାଗୀୟ ଅଧିକାରୀ ଆସି ପହଞ୍ଚିଥିଲେ ଦୁଇଜଣ ବାଷ୍ପରୁଦ୍ଧ ହୋଇସାରିଥିଲେ । […]

Read More Text.

ଆସନ୍ତା ୮ରୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

କଟକ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ […]

Read More Text.

ଅଭିଷେକ ସାହୁ ମୟୂରଭଞ୍ଜ -୨ ର ବିଜେଡି ଯୁବ ସଭାପତି 

ବାରିପଦା : ଆଗକୁ ତ୍ରିସ୍ତରୀୟ ନିର୍ବାଚନ ।ତେଣୁ ବିଜେଡି ତା’ର ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି ।ଆଜି ରାଜ୍ୟ ସଭାପତି ନବିନ ପଟ୍ଟନାୟକ ରାଜ୍ୟର ଯୁବ ସଂଗଠନ ତାଲିକାରେ ମୋହର ମାରିଛନ୍ତି ।ମୟୂରଭଂଜ – ୨ ଯୁବ ବିଜେଡ଼ି ସଭାପତି ଭାବେ ଅଭିଷେକ ସାହୁଙ୍କୁ ମନୋନିତ କରିଛନ୍ତି ।ଅଭିଷେକ ସାହୁ ଜଣେ ଟାଣୁଆ ଯୁବ ନେତା ।ଦିର୍ଘବର୍ଷ ଧରି ବିଜେଡ଼ି ଯେତେବେଳେ ଯାହା ଦାୟିତ୍ଵ ଦେଇଛି ସେ ନିଷ୍ଠାର ସହ ତୁଲାଇଛନ୍ତି  । ଅଭିଷେକ […]

Read More Text.

 ମୁକ୍ତ  ଅଲଚିକି ଲିପି ଶିକ୍ଷା ଶୁଭାରମ୍ଭ

ବାରିପଦା  : ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ ଆଶ୍ରା ଆନୁକୁଲ୍ୟରେ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ମନୋଞ୍ଜନ ହାଁସଦାଃ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଦିବାସୀ ସାନ୍ତାଳୀ ଲିପି ‘ ଅଲଚିକି’ ଭାଷା ର ମୁକ୍ତ ଶିକ୍ଷାର  ଗ୍ରୀଷ୍ମାଵକାସର  ଶୁଭାରମ୍ଭ ହୋଇଅଛି  ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ , ଟ୍ରଷ୍ଟ ଅଧ୍ୟକ୍ଷ ମନୋରଞ୍ଜନ ହାଁସଦାଃ, ମୋଚିରାମ ମାଝୀ, ପ୍ରାକ୍ତନ କଂଗ୍ରେସ ଵିଧାୟକ ଲକ୍ଷ୍ମଣ ମାଝୀ, ପଣ୍ଡିତ ରଘୁନାଥ ମୁର୍ମୁ ଅଧ୍ୟକ୍ଷା ସଲମା ଟୁଡୁ,ସେବା […]

Read More Text.

୧୧ରେ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି 

ବାରିପଦା : ଜିଲ୍ଲା କାର୍ଯ୍ୟାଳୟର ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମଇ ମାସ ଦ୍ଵିତୀୟ ସୋମବାର ତା ୧୧-୦୫-୨୦୨୬ ରିଖ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସକାଳ ୭ ଘଟିକା ସମୟରେ ଆରମ୍ଭ ହୋଇ ଜନସାଧାରଣଙ୍କ ଆପତ୍ତି /ଅଭିଯୋଗ ଗୁଡିକର ଶୁଣାଣି କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ  ବାମନଘାଟୀ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, […]

Read More Text.

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ଏକ ରାଜନୈତିକ ଘଟଣାକ୍ରମେ, ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ପଶ୍ଚିମ ବଙ୍ଗରେ ଦଳର ବିଧାୟକ ଦଳ ନେତାଙ୍କ ନିର୍ବାଚନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏବଂ ସରକାର ଗଠନ ପାଇଁ ପଥ ପ୍ରଶସ୍ତ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଦ୍ୱାରା […]

Read More Text.

ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ, ଜୁନ୍ ୧ରୁ ବଦଳିବ ରେଳ ମାନଚିତ୍ର

ରାୟଗଡ଼ା:  ବିଶାଖାପାଟଣାରେ ନୂଆ ‘ଦକ୍ଷିଣ ଉପକୂଳ ରେଳ ଜୋନ୍ । ଓଡ଼ିଶାକୁ ମିଳିଲା ନୂଆ ‘ରାୟଗଡ଼ା ରେଳ ଡିଭିଜନ’ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ‘ଦକ୍ଷିଣ ଉପକୂଳ ରେଳ ଜୋନ୍’ ଗଠନ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏହି ନୂଆ ଜୋନ୍ ର ମୁଖ୍ୟାଳୟ ହେବ । ଆସନ୍ତା ଜୁନ୍ ୧ରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । ରେଳବାଇର ଏହି ପୁନର୍ଗଠନ ପ୍ରକ୍ରିୟାରେ ଓଡ଼ିଶାକୁ ଏକ ନୂଆ ରେଳ […]

Read More Text.

ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ୩ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ : ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ । ଅନୁଗୋଳ ନିଶା ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଘଟଣ ଘଟିଛି । କିଲନ୍ ମେଣ୍ଟେନାନ୍ସ କାମ କରୁଥିବା ବେଳେ ତିନି ଜଣ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ହିନ୍ଦୋଳନ ମେଡିକାଲକୁ ନିଆଯାଇଥିଲା ।  ତେବେ କଟକ ସ୍ଥାନାନ୍ତର ପୂର୍ବରୁ ତିନି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ  ।  ଏହି ଘଟଣା ପରେ […]

Read More Text.