ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ

ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ କରାଯାଇଥିଲା ।  ଏଥିସହିତ ଶିକ୍ଷିତ ଯୁବକ ଯୁବତୀଙ୍କ ମନରେ ମତ୍ସ୍ୟ ଓ ପ୍ରାଣୀ ପାଳନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ସହ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ […]

Read More Text.

‘ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଜାପାନୀ ବନ୍ଧୁ ଶ୍ରୀ ସିଞ୍ଜୋ […]

Read More Text.

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା

ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ । ଗତକାଲି ପିସିସି ସଭାପତି […]

Read More Text.

କଟକ ବେଲେଶ୍ବର ଡବଲ ମର୍ଡର ଘଟଣା : ଚାକର ଦମ୍ପତିକୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

କଟକ : କକଟକ ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ମର୍ଡର ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ। ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ହତ୍ଯାକାଣ୍ଡରେ ପ୍ରକୃତ ରହସ୍ୟ କଣ, କେବଳ ଚାକର ସ୍ବାମୀ-ସ୍ତ୍ରୀ ନା ଆଉ କେହି ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । କଟକ ଡିସିପି ଜଗମୋହନ ମିନା ନିଜେ ସିନ ରିକ୍ରିଏସନ ଲିଡ଼ କରିଥିଲେ । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଦମ୍ପତି ବାସନ୍ତୀ ଓ ସନ୍ତୋଷକୁ ପୋଲିସ ଗିରଫ […]

Read More Text.

୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ପୂର୍ବରୁ ଆଜି ଶେଷ ତାରିଖ ଥିବା ବେଳେ ଆଉ ଇ-କେଓ୍ବାଇସି ଭରିବା ନେଇ ସମୟ ଅବଧି ବଢିବନି ସୂଚାଇ ଦିଆଯାଇଥିଲା । ଯାହାକୁ ନେଇ […]

Read More Text.

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

ବାରିପଦା: ଓଡିଶାରେ ବିଭିନ୍ନ ସମୟରେ ଆକସ୍ମିକ ତଥା ଅପ୍ରତ୍ୟାଶିତ ଭାବେ ଘଟୁଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କୁ ପରିଚାଳନା କରିବାରେ ଓଡିଶା ବିଶ୍ୱରେ ଉଦାହରଣ ସୃଷ୍ଟି କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପ୍ରସାଶନ ସ୍ତରରେ ବିଭିନ୍ନ ବିଭାଗର ସମ୍ୱନ୍ୱିତ ସହଯୋଗ ତଥା ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷଙ୍କ ଅଧୀନରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରୁଥିବା ଯୋଦ୍ଧା ମାନଙ୍କ ଆପ୍ରାଣ ଉଦ୍ୟମ ରେ ଅତୀତରେ ଅନେକ ଥର ବିପର୍ଯ୍ୟୟ ଜନିତ “ଶୂନ୍ୟ ମୃତ୍ୟୁ ” […]

Read More Text.

ବାରିପଦା ବ୍ଲକ ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ

ବାରିପଦା: ସ୍ଥାନୀୟ ଏମ କେ ସି ଉଚ୍ଚ ବିଦ୍ୟାଳୟ ପରିସରରେ ବାରିପଦା ବ୍ଲକ ସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ବାରିପଦା ବ୍ଲକ ଅଧ୍ୟକ୍ଷ ସୁନ୍ଦର ମୋହନ ସିଂ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର […]

Read More Text.

ତୁଳସୀଚୌରା କଲୋନୀ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ସ୍ୱୟଂସିଦ୍ଧା’ ମହାସମାରୋହରେ ପାଳିତ

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୨୭ ନଂ ୱାର୍ଡରେ ସ୍ଥିତ ତୁଳସୀଚୌରା କଲୋନୀସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ ସ୍ୱୟଂସିଦ୍ଧା’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ବିଶିଷ୍ଟ ଅତିଥି ଭାବେ କବି ବିଷ୍ଣୁ ଶତପଥି, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ […]

Read More Text.

ମାଧପୁର ହରିହାଟ ମହୋତ୍ସବ ଉଦଯାପିତ, ଘର ବାହୁଡ଼ା କଲେ ଭାଗବତ ଗୋସେଇଁ

ବାରିପଦା: ଗୁରୁବାର ମାଧପୁର ଐତିହାସିକ ହରିହାଟ ମହୋତ୍ସବ ଉଦଯାପିତ ହୋଇଯାଇଛି l ଶେଷ ଦିବସରେ ଭାଗବତ ଗୋସେଇଁ ଙ୍କ ଠାରେ ଭାଗବତ ମହାପୁରାଣ ସମ୍ପୂର୍ଣ୍ଣ ପାଠ ସରିଥିଲା l ପ୍ରଚଳିତ ପରମ୍ପରା ମୁତାବକ ଅପରାହ୍ନ ରେ ରାଧାକୃଷ୍ଣ ଙ୍କ ନଗର ପରିକ୍ରମା ପରେ ଦଧି ହାଣ୍ଡି ଭଙ୍ଗାନୀତି ସମ୍ପନ୍ନ ହୋଇଥିଲା l ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦୋଷୀ ତିଥି ଠାରୁ ଚାରିଦିନ ବ୍ୟାପୀ ମାଧପୁର ବ୍ରାହଣ ଶାସନ ରେ ଚାଲିଥିବା ଏହି ହରିହାଟ ମହୋତ୍ସବରେ କୃଷ୍ଣ […]

Read More Text.

ଅଣ୍ଢିଆ ନୋଡାଲ ଉ.ପ୍ରା.ବିଦ୍ୟାଳୟ

ବନ୍ତ ବ୍ଲକ ଅନ୍ତର୍ଗତ ଅଣ୍ଢିଆ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉମାକାନ୍ତ ସାହୁଙ୍କ ତତ୍ତ୍ୱାବଧାନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସିଆରସିସି ସନ୍ତୋଷ କୁମାର ମଲ୍ଲିକ, ପ୍ରାକ୍ତନ ସିଆରସିସି ରତିକାନ୍ତ ମଲ୍ଲିକ, ସମ୍ମାନିତ ଅତିଥି ସୁନା ଗଢିଆ ବିଦ୍ୟାଳୟ ଧର୍ମେନ୍ଦ୍ର ନାରାୟଣ ଜେନା, ସମାଜସେବୀ ରବୀନ୍ଦ୍ର କୁମାର ଧଳ, ଶିକ୍ଷାବିତ୍ ବସନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, […]

Read More Text.