ପ୍ରେମ ପ୍ରତାରଣା କରି ଗିରଫ ହେଲେ ବ୍ୟବସାୟୀ ଆକାଶ ଅଗ୍ରୱାଲ

ବରଗଡ: ବରଗଡର ଜଣେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପାଖରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି । ପୋଲିସ […]

Read More Text.

ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ-ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ । ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା କେବଳ ବଡ ବଡ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ଏହି ଚଢ଼ାଉରେ ସିଆରପିଏଫ ଓ କୋବ୍ରା ଯବାନ ସାମିଲ ଥିଲେ। ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଗୋମଗୁଡ଼ା ଠାରେ ନୂତନ […]

Read More Text.

ସୋରରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣା; ଧରାପଡ଼ିଲା ଅଭିଯୁକ୍ତ ପ୍ରେମିକ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଞ୍ଚଳରେ ପ୍ରେମିକାର ଗଳାକାଟି ହତ୍ୟା ଘଟଣାର ଅଭିଯୁକ୍ତ ପ୍ରେମିକକୁ ବାସୁଦେବପୁର ଧଳସାହିରୁ ଗିରଫ କରିଛି ପୁଲିସ। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ବିଶ୍ବରଂଜନ ପୁହାଣ ଫେରାର ଥିଲେ। ପୁଲିସ ଚାରୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଧଳସାହି ନିକଟ ଏକ ପଡ଼ିଆରୁ ଯୁବକଙ୍କୁ ଗିରଫ କରିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଚି […]

Read More Text.

ମହୁମାଛି ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ କାଠୁରିଆ ମଧ୍ୟ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା । ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା […]

Read More Text.

ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା

ବଲାଙ୍ଗୀର: ଟାୱାର ଉପରେ ୬ ଘଣ୍ଟା ଧରି ଯୁବକଙ୍କ ହାଇଡ୍ରାମା । ୧୦୦ ଫୁଟ ଇଲେକ୍ଟ୍ରି ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ ।  ବଲାଙ୍ଗୀର ଖମାରମୁଣ୍ଡା ଗାଁରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯୁବକ ଜଣକ ଖମାର ମୁଣ୍ଡା ଗାଁର ଶୀଧେଶ୍ୱର ଭୋଇ ।  ତାଙ୍କୁ ଉଦ୍ଧାର କରିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ୍ ହୋଇପଡିଲାଣି । ତେବେ କଣ ପାଇଁ ସେ ଏପରି କରିଛନ୍ତି ଜଣାପଡିନାହିଁ । […]

Read More Text.

ପୁରୀ ଲୋକନାଥ ମନ୍ଦିରରେ ବାଉନ୍ସର ନିୟୋଜିତ ଘଟଣାରେ ତଦନ୍ତ ଆରମ୍ଭ

ପୁରୀ: ପୁରୀ ଲୋକନାଥ ମନ୍ଦିର ପରିସରରେ ପାଳିଆ ସେବାୟତ କିଛି ବାଉନ୍ସର ମୁତୟନ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନ୍ୟ ସେବାୟତ ଓ ଭକ୍ତ ବିରୋଧ କରିବାରୁ ସେମାନଙ୍କୁ ଅଟକ ରଖିଛି ପୋଲିସ। ଏନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ କିଏ ଓ କାହିଁକି ବାଉନ୍ସର ମୁତୟନ କରିଥିଲା ସେନେଇ ସମ୍ପୃକ୍ତ ସେବାୟତଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ପୁରୀ ଏସପି ଭିନିତ ଅଗ୍ରୱାଲ। ତେବେ ମହାଶିବରାତ୍ରି ଅବସରରେ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ […]

Read More Text.

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଆମ୍ବୁଲାନ୍ସ ଛାଡ଼ିଲେନି ଉତ୍ୟକ୍ତ ଲୋକ

କଟକ : ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ ।  ଆଠଗଡ଼ ଖୁଣ୍ଟୁଣୀ ରାଣୀ ବଣିଆ ସ୍ଥିତ ଆଦର୍ଶ କାରାଗାରରେ ଜଣେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।  ମୃତକ ଜଣକ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ ।  ଗତକିଛି ଦିନ ତଳେ ଏକ ମାମଲାରେ ଗିରଫ ହୋଇ ରାଣୀ ବଣିଆ କାରାଗାରରେ ରହିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ପ୍ରତିବାଦରେ ଆଠଗଡ଼ […]

Read More Text.

ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ। କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ।ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଜଣ ଗିରଫ ହୋଇଥିଲେ। ବାବିଜୁରୀ ଗାଁରୁ ବର ହୋଇଥିବା ବ୍ୟକ୍ତିକୁ ହତ୍ୟା ଉଦ୍ୟମ ହୋଇଥିଲା। ଜମିଜମା ବିବାଦକୁ ନେଇ ସୁଶାନ୍ତ ବିଶ୍ବାଳ ସୁପାରୀ ଷଡ଼ଯନ୍ତ୍ର କରିଥିଲା। ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ […]

Read More Text.

ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ଯୋଗୁଁ ନିଲମ୍ୱିତ ହେଲେ ଇନ୍ସପେକ୍ଟର

ଜଗତସିଂହପୁର: କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକ ସସପେଣ୍ଡ ।  ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଅସଦାଚରଣ ଓ ନିଜ ପଦବୀର ଅପବ୍ୟବହାର ନେଇ ତାଙ୍କୁ ନିଲମ୍ବନ କରାଯାଇଛି । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି ।  ତପନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଜଣେ ମହିଳା ହୋମଗାର୍ଡ। ନିଲମ୍ବନ ସମୟରେ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ ତପନ ।  ନିଜ ପଦବୀର […]

Read More Text.

ଖୁବ୍‌ଶୀଘ୍ର ଭୁବନେଶ୍ୱର ସହ ୧୩ଟି ବିମାନବନ୍ଦରର ହେବ ଘରୋଇକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୁବ୍‌ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆସେଟ୍‌ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରାଯାଇଛି। ବିମାନବନ୍ଦରଗୁଡ଼ିକୁ ଘରୋଇ କମ୍ପାନିଗୁଡ଼ିକୁ ଲିଜ୍‌ରେ ଦେବା ଦ୍ୱାରା ବିମାନବନ୍ଦରଗୁଡ଼ିକର ମ୍ୟାନେଜ୍‌ମେଣ୍ଟ ଦୃଢ଼ ହେବ। ଘରୋଇ କ୍ଷେତ୍ରର କାର୍ଯ୍ୟକୁଶଳତାର ବ୍ୟବହାର ହୋଇପାରିବ। ବିମାନବନ୍ଦର ଭିତ୍ତିଭୂମି ଏବଂ ସୁବିଧା ବଢ଼ିବା ଦ୍ୱାରା ଯାତ୍ରୀ […]

Read More Text.