ଯାଜପୁରରେ ବୀଭତ୍ସ ହତ୍ୟା, ଷ୍ଟୁଡିଓ ଭିତରୁ ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଯାଜପୁର : ଷ୍ଟୁଡ଼ିଓ ମାଲିକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା । ଯାଜପୁର ରୋଡ ଥାନା ସୋବରାରେଏହି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରିଛି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଛି ।  ଏହି ଘଟଣାକୁ ନେଇ ପରିବାର ଲୋକେ ଅଭିଯୋଗ କରିଛି। ଯାଜପୁର ରୋଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମାର୍ଶାଘାଇରେ ଯୁବକଙ୍କୁ ପିଟିପିଟି ହତ୍ୟା […]

Read More Text.

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩୧ ମାଓବାଦୀ ନିହତ

ମାଲକାନଗିରି ୦୯।୦୨ : ମାଓ ସଂଗଠନକୁ ଜୋରଦାର ଝଟ୍‌କା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ଜଙ୍ଗଲରେ ଘଟିଛି ଏହି ଏନ୍‌କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଖବର ଅନୁଯାୟୀ, ବିଜାପୁର ଜଙ୍ଗଲରେ କିଛି ମାଓବାଦୀମାନେ ଲୁଚି ରହିଥିବାର ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପେରସନ । ଏହି ସର୍ଚ୍ଚ ଅପରେସନରେ ଦୀର୍ଘ […]

Read More Text.

ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ

ଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଅଧିନିୟମକୁ ସରକାର ଏଯାବତ୍ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ […]

Read More Text.

ତିନିଯୁବକଙ୍କ ଆକ୍ରମଣରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧରେ ସ୍ଥାନୀୟ ତିନିଯୁବକଙ୍କ ଆକ୍ରମଣରେ ଜିନ୍ଦଲ କମ୍ପାନୀର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୮ ଟାରେ ଜିନ୍ଦଲ ପ୍ଲାଣ୍ଟରେ କାମ ସାରି ବିହାର ଅଞ୍ଚଳର ମହମ୍ମଦ ଜଲାନ ଆଲମ(୩୧) ଓ ସାନଭାଇ ମହମ୍ମଦ ସରବରେ ଆଲମ(୨୩) ସାଇକେଲରେ ଗୋଳାବନ୍ଧ ଫେରୁଥିଲେ। ଫେରିବା ବାଟରେ ରେଳ ଫାଟକ ନିକଟରେ ଏକ ବାଇକ ତାଙ୍କ ସାଇକେଲକୁ ଧକ୍କା ହୋଇଥିଲା। […]

Read More Text.

ଏଫଆଇଏଚ୍ ପ୍ରୋ ଲିଗ୍: ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ମହିଳା ହକି ଦଳ, ୧୫ରୁ ହକି ଫାଇଟ୍

ଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ । ଫେବୃଆରୀ ୧୫ରେ ଘରୋଇ ଦଳ ଭାରତ […]

Read More Text.

ଦିଲ୍ଲୀରେ ଉତ୍ତମ ମହାନ୍ତି, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଦିଲ୍ଲୀରେ ଉତ୍ତମ ମହାନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଗତକାଲି ଘରୋଇ ହସ୍ପିଟାଲରୁ  ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଗ୍ରୀନ କରିଡରରେ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯାଇଥିଲା । ଲିଭର ସିରୋସିସରେ ପୀଡ଼ିତ ହୋଇ କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଛି। ଏୟାରଲିଫଟ ପାଇଁ ଘରୋଇ ହସ୍ପିଟାଲ ପକ୍ଷରୁ ସମସ୍ତ ସହାୟତା କରାଯାଇଥିଲା । ସୂଚନା ଅନୁସାରେ, ଅଭିନେତା ଉତ୍ତମ […]

Read More Text.

୧୫ ପରେ ଆଉ ବଢ଼ିବନି ରାସନ କାର୍ଡ ଇ-କେୱାଇସି ଅବଧି

ଭୁବନେଶ୍ଵର: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି । ୧୫ ପରେ ଆଉ ବଢ଼ିବନି ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଲୋକ ଇ-କେୱାଇସି କରିନାହାନ୍ତି । ଇ-କେୱାଇସି ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ତେବେ […]

Read More Text.

ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରାଜ୍ୟର ୧ନଂ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଓ ବଡବିଲ ଶାଖା ମିଳିତ ସହଯୋଗରେ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ରବିବାର ଉଦ୍‌‌ଯାପିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମାବେଶ ଜିଲାରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି। […]

Read More Text.

ଦୋକାନରେ ଲାଗିଲା ନିଆଁ, ନିଜ ଦୋକାନରେ ଜିଅନ୍ତା ଜଳି ଗଲେ ମହିଳା

ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ । ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ । ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସବୁ ଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ଦୋକାନ […]

Read More Text.

ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୫ ( NEET-UG 2025 ) ଆସନ୍ତା ମେ’ ୪ତାରିଖରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୪ ତାରିଖରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ୧୩ଟି ଭାଷାରେ ପରୀକ୍ଷା ଦେଇ ପାରିବେ । ଯେଉଁଥିରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପାଇଁ […]

Read More Text.