ଅଟୋକୁ ଧକ୍କା ଦେଲା ପଲସର; ବାଇକ୍ ଚାଳକ ମୃତ

ବାରିପଦା : ଆଜି ଅପରାହ୍ନରେ ଜନୈକ ଯୁବକ ରାଇରଙ୍ଗପୁର  ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା କୁ ଯାଉଥିବା ସମୟରେ ବିଜାତଳା ବଜାର ରାସ୍ତା ଉପରେ ଅଟୋ ସହିତ ଧକ୍କା ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଵିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇଥିଲା […]

Read More Text.

୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର,୯।୪: ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ନିଶା କାରବାର। ସହରର ପ୍ରତ୍ୟେକ ଗଳିବନ୍ଦୀରେ ଥିବା ପାନ ଘୁଟୁକା ଦୋକାନ ଏବଂ ବସ୍ତିମାନଙ୍କରେ ଗଞ୍ଜେଇ ସାଙ୍ଗକୁ ‘ଧଳା ଜହର’ ମଧ୍ୟ ଉପଲବ୍ଧ ହେଉଛି। ଏହାରି ମଧ୍ୟରେ ବୁଧବାର କମିଶନରେଟ ପୋଲିସ ୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଦୁଇଜଣ ଭୁବନେଶ୍ୱରରେ ବ୍ରାଉନ୍ସୁଗାର ସପ୍ଲାଇ କରୁଥିବା ବେଳେ ମାଡ଼ିବସିଥିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୫୧୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। […]

Read More Text.

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ସମ୍ପତ୍ତି ଆଟାଚ୍‌ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପତ୍ତି ଆଟାଚ୍‌ ପ୍ରକ୍ରିୟା ଜାରି ରହିଛି। ବସ୍‌ ମାଲିକଙ୍କୁ ବକେୟା ଫେରସ୍ତ ନ କରିବା ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୯ରେ ସରୋଜ ତ୍ରିପାଠୀ ନାମକ ବ୍ୟକ୍ତି ପରିବହନ ନିଗମକୁ ୫୦ ହଜାର ସିକ୍ୟୁରିଟି ଟଙ୍କା ଦେଇ ଏକ ବସ ଲିଜରେ […]

Read More Text.

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗୀର,୯।୪ : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା ଦେଇ ଜଣେ ଦମ୍ପତି କିଣିଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖ ଦିନ ଶିଶୁକୁ ଜନ୍ମ ଦେଇଥିଲେ। ଗତ ୮ ତାରିଖ ଦିନ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ସେଇ ଦିନ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ […]

Read More Text.

ଖୁବ୍‌ ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌, ପାଣିବୋତଲ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ (ଓମ୍‌ଫେଡ୍‌) ଚକ୍‌ଲେଟ୍‌ ବଜାରରେ ପ୍ରବେଶ କରିବ। ଆଗାମୀ ଦିନରେ ଚକ୍‌ଲେଟ୍‌ ବିକ୍ରି କରିବ। ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀ କୁଲାଙ୍ଗେ ସାମ୍ବାଦିକମାନଙ୍କୁ କହିଛନ୍ତି, ଓମ୍‌ଫେଡ୍‌ର ଚକଲେଟ୍‌ ଡିଜାଇନ୍ ନ୍ୟାସନାଲ୍‌ ଡାଏରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି। ଏ ନେଇ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପୁଞ୍ଜି […]

Read More Text.

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଦଣ୍ଡାଦେଶ ହୋଇଛି। ପୀଡ଼ିତା ଜଣଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ। ପୋକ୍‌ସୋ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଜ୍ଜା ଶୁଣାଇଛନ୍ତି କୋର୍ଟ। ଏହାସହ ୧୦ ହଜାର ଜରିମାନା ମଧ୍ୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୪ କୋର୍ଟ। ଜରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଜଣଙ୍କ ହେଲା ପି.କ୍ରିଷ୍ନା.ରାଓ। ୨୦୨୦ ମସିହାରେ ଖୋର୍ଦ୍ଧା ମଡେଲ ଥାନା ଅଧୀନରେ ଘଟିଥିଲା […]

Read More Text.

OISF-OSSF ରେ ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପ୍ରାୟ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ପରେ ଏହି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତି ଅଭିଯାନ ରାଜ୍ୟର ଆଇନ ପ୍ରବର୍ତ୍ତନ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶାହଙ୍କ ସହ ଆଲୋଚନା ପାଇଁ ନର୍ଥ ବ୍ଲକ୍ ଗସ୍ତ କରିଥିଲେ। ଆଲୋଚନାରେ ମୁଖ୍ୟତଃ […]

Read More Text.

ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ, ଯାହା ଅତି ଅନାବଶ୍ୟକ ଥିଲା: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କ ବିରୁଦ୍ଧରେ ମାମଲା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଆକ୍ରମଣାତ୍ମକ ରୂପ ନେଇ ଗୁଣ୍ଡାଙ୍କ ଭଳି ବ୍ୟବହାର କଲେ କଂଗ୍ରେସ କର୍ମୀ ଏବଂ ଆଣିଥିବା ଲୋକ, ଏହା ଅତି ଅନାବଶ୍ୟକ ଥିଲା। ସେ ଆହୁରି କହିଛନ୍ତି, ସରକାରୀ ସଂପତ୍ତିର ଭଙ୍ଗାରୁଜା କଲେ କେସ ହୁଏ, କମିଶନରଟ ଆଇନ ଅନୁଯାୟୀ ବ୍ୟବସ୍ତା ଅଛି | ଆନ୍ଦୋଳନ କରିବାକୁ କାହାକୁ ମନା ନାହିଁ, ସେମାନେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଭାବେ […]

Read More Text.

ଖଣି ଚୋରି ଘଟଣାର ସାତ ଦିନ ପରେ ରାଉରକେଲା ଉପ ନିର୍ଦ୍ଦେଶକଙ୍କ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ଖଣି ଚୋରି ଘଟଣାର ସାତ ଦିନ ପରେ ଖଣି ନିର୍ଦ୍ଦେଶଙ୍କ ନିର୍ଦ୍ଦେଶରେ ରାଉରକେଲା ଉପ ନିର୍ଦ୍ଦେଶକ ତଦନ୍ତ ପାଇଁ ପହଞ୍ଚିଛନ୍ତି। ଖଣି ଉପ ନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ତେଲେନଡିହି ଏବଂ ରତନସରା ବେଆଇନ ଖଣି ଉପରେ ତଦନ୍ତ କରୁଛନ୍ତି ଏହି ଟିମ୍। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀ । ଏହି ଟମରେ ତାଙ୍କ ସହ କନିଷ୍ଠ ଖଣି […]

Read More Text.

କଂଗ୍ରେସ ଅଧିବେଶନରେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ଆଲୋଚନା କଲେ ଖଡ଼ଗେ

ନୂଆଦିଲ୍ଲୀ: ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ଏହି ସମୟରେ ସେ ଦଳ ଭିତରେ ଥିବା ତ୍ରୁଟିବିଚ୍ୟୁତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, “ଯଦି କୌଣସି ସଂଗଠନ ଆଗକୁ ବଢ଼ିବାକୁ ଚାହେଁ, ତେବେ ତାକୁ ତିନୋଟି ବିଚାରଧାରା ଆବଶ୍ୟକ। ତୁମର ଚିନ୍ତାଧାରା, ଆଚରଣ ଏବଂ ପ୍ରଚାର ରହିବା ଉଚିତ। ଆମର ଚିନ୍ତାଧାରା ଅଛି, କିନ୍ତୁ ଆମେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ହୃଦୟର ସହିତ […]

Read More Text.