ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି

ନୂଆଦିଲ୍ଲୀ/ ଭୁବନେଶ୍ୱର,୭।୩: କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଶୁକ୍ରବାର ଶନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ସାକ୍ଷାତ କରିଛିନ୍ତି। ଏହି ସମୟରେ ରାଜ୍ୟରେ ମହିଳା ନିର୍ଯ୍ୟାତନା ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷେ ,୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ […]

Read More Text.

ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ: ମନ୍ତ୍ରୀ

ଭୁବନେଶ୍ବର: ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ନେଇ ଓଡ଼ିଶା ବିଧାନସଭାରେ ପ୍ରଶ୍ନ ଉଠାଇଲେ କଟକ ବିଧାୟିକା ସୋଫିଆ ଫିରଦୋସ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି ଯେ, ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କଟକର ଐତିହାସିକ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ ଯୋଜନା ବିଷୟରେ ଜାଣିବା ପାଇଁ କଟକ ବିଧାୟିକା ସୋଫିଆ ଫିରଦୋସ ବିଧାନସଭାରେ ଏକ ପ୍ରଶ୍ନ ଉଠାଇଥିଲେ। ସୋଫିଆ ଏକ ଲିଖିତ ପ୍ରଶ୍ନରେ ପଚାରିଥିଲେ, କ୍ରୀଡା […]

Read More Text.

ପୁଲିସ ବିଭାଗର ଆଧୁନିକୀକରଣ ଓ ସଂସ୍କାର ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:: ପୁଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୁଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍‌କୁ ଗର୍ବ ଏବଂ ଜନସାଧାରଣଙ୍କ ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ […]

Read More Text.

ବିଜୁ ପଟ୍ଟନାୟକଙ୍କୁ ବିଜେଡି ନିଜର ପେଟେଣ୍ଟ ବୋଲି ବିଚାର କରୁଛି: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ଶୁକ୍ରବାର ଦିନ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ଓଡ଼ିଶା ବିଧାନସଭା ଅଚଳ ହୋଇପଡ଼ିଥିଲା। ବିଜୁ ଜନତା ଦଳର ବିଧାୟକମାନେ ପଞ୍ଚାୟତିରାଜ ଦିବସ ପାଳନକୁ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫ ରୁ ଏପ୍ରିଲ ୨୪କୁ ସ୍ଥାନାନ୍ତର କରିବା ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ। ବିଜୁ ପଟ୍ଟନାୟକଙ୍କ ପ୍ରତି ଅସମ୍ମାନ ଯୋଗୁ ଓଡ଼ିଶାର ଲୋକମାନେ ଅସନ୍ତୁଷ୍ଟ ବୋଲି ପ୍ରକାଶ କରି, ବିଜେଡି ବିଧାୟକ ଅରୁଣ […]

Read More Text.

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ

କଟକ : ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ। ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି । ଏବେ କଲିକତା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ । ଜାନୁଆରୀ ୧୯ ରୁ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ରହିଛି । ସେବେଠାରୁ ଜଷ୍ଟିସ ଅରିନ୍ଦମ ସିହ୍ନା କାର୍ଯ୍ୟକାରୀ […]

Read More Text.

ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଓଡ଼ିଶା ପୋଲିସ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ । ମାର୍ଚ୍ଚ ୮ ଏବଂ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍‌ ବି ପରୀକ୍ଷା ସ୍ଥଗିତ କରାଯାଇଛି । ଓପିଆରବି ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନ୍ୟାଦେଶ ଯାଏ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ […]

Read More Text.

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା

ପିପିଲି: ନିଶାରେ ଅଭ୍ୟସ୍ତଙ୍କୁ ନିଶାରୁ ଦୂରେଇବା ପାଇଁ ଖୋଲା ଯାଇଛି ନିଶା ନିବାରଣ କେନ୍ଦ୍ର । ହେଲେ ସେଠାରେ ନିଶାଗ୍ରସ୍ତଙ୍କୁ ଭଲ କରିବା ବଦଳରେ ଜୀବନ ଯାଉଛି । ପିଟି ପିଟି ଯୁବକକୁ ମାରି ଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଶାଡ଼ିଙ୍କୁ ସୁଧାରି ଭଲ ବାଟକୁ ଆଣିବା ପାଇଁ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରକୁ ଭରସା କରନ୍ତି । କିନ୍ତୁ ଭଲ ବାଟକୁ ଫେରିବା ପାଇଁ ଯାଇଥିବା ନିଶାଡ଼ି ଶବ ହୋଇ ଘରକୁ ଫେରୁଛି […]

Read More Text.

ତେନ୍ତୁଲି ପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ  ୩୦ ବଖରା ଧ୍ଵଂସ ସ୍ତୁପରେ ପରିଣତ ହୋଇଛି । ଏହି ଅଗ୍ନିକାଣ୍ଡରେ ଆନୁମାନିକ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି  ଜଳିଯାଇଥିବା  ପ୍ରାଥମିକ ଆକଳନରୁ ଜଣାପଡିଛି । ପିନ୍ଧି ଥିବା ବସ୍ତ୍ର ବ୍ୟତୀତ ଜଳିଜାଇଥିବା ଆସବାବପତ୍ର ମଧ୍ୟରେ ଧାନ ଚାଉଳ  […]

Read More Text.

ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟଙ୍କୁ ବହିଷ୍କାର କଲେ ସରକାର

ଭୁବନେଶ୍ବର: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର । ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି । ଏଥିସହିତ ଆୟୋଗର ୫ ଜଣ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ହୋଇଥିଲା । ଗତ ନଭେମ୍ବର ମାସରେ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । […]

Read More Text.

ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସକୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ବଡ଼ ଧରଣର ମାଓ ଡ଼ମ୍ପ ଉଦ୍ଧାର କରାଯାଇଛି । ଜବାଗାଟା ଜଙ୍ଗଲ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି । ଆଜି ସକାଳ ସମୟରେ ସିଆରପିଏଫ୍ ଏବଂ ଜିଲ୍ଲା ପୋଲିସ ମିଳିତ ଭାବରେ ମାଓ ଦମନ […]

Read More Text.