ଶିମିଳିପାଳ ଜାତୀୟ ଉଦ୍ୟାନରେ ଏ ଆଇ ସୁରକ୍ଷା ପ୍ରଣାଳୀ ଫଳପ୍ରଦ: ବନ୍ଧା ହେଲେ ତିନି ଅଭିଯୁକ୍ତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଗତକାଲି ରାତିରେ ଶିକାର କରିବା ସମୟରେ ଏ ଆଇ କ୍ୟାମେରା ଦ୍ୱାରା ଚିହ୍ନଟ ହୋଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ସେମାନଙ୍କର ଜାମିନ ନାମଞ୍ଜୁର ହେବା ପରେ ଜେଲକୁ ପଠାଇଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜୁହା ଗାଁର ଲାଛୁ ମୁର୍ମୁ, ମଧୁସୂଦନ ମୁର୍ମୁ ଓ ଘସିରାମ ଟୁଡୁ। ଏମାନେ ଅଭ୍ୟାସଗତ ଅପରାଧୀ ଏବଂ ଆଧୁନିକ ଅସ୍ତ୍ର ବ୍ୟବହାର କରୁଥିବା […]

Read More Text.

ଜେଲ୍‌ରେ ରହିବ ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍ ରେକର୍ଡ: ତିହାର ଜେଲ୍‌ ଢାଞ୍ଚାରେ ଲାଗିବ ଅଡିଓ ଟ୍ରାକର୍‌

ଭୁବନେଶ୍ବର: ନରହତ୍ୟା, ଡକାୟତି, ଦାଦାବଟି ଆଦାୟ ଭଳି ସଂଗିନ ଆପରାଧିକ ମାମଲାରେ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ କଏଦୀଙ୍କ ଭଏସ୍‌ ରେକର୍ଡିଂ କରାଯିବ। ସ୍ବତନ୍ତ୍ର ଡାଟାବେସ୍‌ରେ ସେସବୁ ରେକର୍ଡିଂକୁ ସାଇତି ରଖାଯିବ। କେବଳ ସେତିକି ନୁହେଁ, ତିହାର ଜେଲ୍‌ ଭଳି ରାଜ୍ୟର କେତେକ ପ୍ରମୁଖ ଜେଲ୍‌ରେ ଅଡିଓ ଟ୍ରାକର୍‌ ଖଞ୍ଜାଯିବ। ସେହିଭଳି ଜାମର୍‌ ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ ଏବଂ ରାଜ୍ୟର ସମସ୍ତ ୮୭ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନୂଆକରି ଦାୟିତ୍ବ ନେବା ପରେ ଜେଲ୍‌ […]

Read More Text.

ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ

ଭୁବନେଶ୍ୱର: ଜୁନ୍ ୨୦୨୫ରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ କରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ତର୍ଜାତୀୟ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ପାଇଁ ଏକ ଐତିହାସିକ ବିମାନ ଚଳାଚଳ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। […]

Read More Text.

ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

ଭୁବନେଶ୍ୱର: ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଗୁରୁବାର ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରୁ ୨ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରୁ ହିଣ୍ଡନ ଗାଜିଆବାଦକୁ ବିମାନ ସେବା ବାତିଲ କରାଯାଇଛି। ନିର୍ଦ୍ଦେଶକ କହିଛନ୍ତି ଯେ, ଦେଶର ପଶ୍ଚିମ ଅଞ୍ଚଳକୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଛି। ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡିଗଡ଼ ଯାଉଥିବା ବିମାନକୁ […]

Read More Text.

ଭୁବନେଶ୍ବରରେ ହେବ ସାଇନ୍ସ ସିଟି: ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା। ଗୁରୁବାର ଦିନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷଣ ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର […]

Read More Text.

ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଚାଲୁଥିବା ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁ ସ୍କୁଲଗୁଡ଼ିକ ଚାଲୁ ରହିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ଦ୍ୱାରା ଜାରି ଏକ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ତାପମାତ୍ରା ପ୍ରତି […]

Read More Text.

ରୁଷ୍ ଦୂତାବାସରେ ବିଜୁବାବୁଙ୍କ ସ୍ମାରକ ଫଳକ ଉନ୍ମୋଚିତ

ଭୁବନେଶ୍ବର : ନାଜିବାଦ ବିରୋଧରେ ରୁଷ୍ ବିଜୟର ୮୦ତମ ବାର୍ଷିକ ଉତ୍ସବ ପାଳନ ଆରମ୍ଭ ହୋଇଛି। ଏଥିପାଇଁ ଆସନ୍ତା ୯ରେ ମସ୍କୋରେ ବିଶାଳ ଆୟୋଜନ କରାଯାଉଛି। ଏହାପୂର୍ବରୁ ବୁଧବାର ନୂଆଦିଲ୍ଲୀର ରୁଷିଆ ହାଉସରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସାହସ ଓ ପରାକ୍ରମର ଗାଥା ଗୁଞ୍ଜରିତ ହୋଇଥିଲା। ଷ୍ଟାଲିନଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ରୁଷିଆ ହାଉସରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜୁବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ […]

Read More Text.
Highcourt

୧୨ରେ ଶପଥ ନେବେ ବିଚାରପତି ଦୀକ୍ଷିତ

କଟକ:ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ ଆସନ୍ତା ୧୨ ତାରିଖ ସୋମବାର ଶପଥ ନେବେ। ଜଷ୍ଟିସ୍‌ ଦୀକ୍ଷିତଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ। ଗତ ମାସ ୧୫ ଓ ୧୯ରେ ଅନୁଷ୍ଠିତ କଲେଜିୟମ ବୈଠକରେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତଙ୍କ ସହ ମୋଟ ୭ ଜଣ ବିଚାରପତିଙ୍କୁ ବିଭିନ୍ନ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ୍‌ କରାଯାଇଥିଲା। ଏହି ସୁପାରିସକୁ କେନ୍ଦ୍ର ସରକାର ଗତ ୨ ତାରିଖରେ ଅନୁମୋଦନ […]

Read More Text.

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୫ଟି ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଫଳରେ ୧୦୦୦ କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି। ରାଜ୍ୟ କ୍ୟାବିନେଟରେ ବୈଠକ ନିର୍ବାଚନମଣ୍ଡଳିରେ ଥିବା ସଡ଼କ ନିର୍ମାଣ […]

Read More Text.

ସମୃଦ୍ଧ ଓଡ଼ିଶା ଗଠନ ଓ ବିକାଶ ପାଇଁ ମା’ ତାରାତାରିଣୀଙ୍କ ପୂଜାର୍ଚ୍ଚନା କରିଛି: ମୋହନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦକ୍ଷିଣ ଓଡ଼ିଶା ପ୍ରସିଦ୍ଧ ଦେବୀ ‘ମା ତାରାତାରିଣୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ତାରାତାରିଣୀ ପୀଠର ବିକାଶ ଦିଗରେ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯିବ। ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ଙ୍କୁ ଦର୍ଶନ […]

Read More Text.