ବନ୍ୟା ପାଇଁ ବଢ଼ିଲା SIR ଅବଧି, ୧୫ ଦିନ ଘୁଞ୍ଚାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ପ୍ରକ୍ରିୟାର ସମୟ ସୀମାକୁ ୧୫ ଦିନ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍. ଗୋପାଳନ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବାରୁ ସରକାରୀ ଯନ୍ତ୍ରଣା ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ବ୍ୟସ୍ତ ରହିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ଅଗଷ୍ଟ ୪ରୁ ବଢ଼ାଇ ଅଗଷ୍ଟ ୧୯ କରାଯାଇଛି। ସେହିପରି ଚୂଡ଼ାନ୍ତ […]

Read More Text.

ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ, ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ। ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୨ଟି ବ୍ଲକ ଆକାଶ ମାର୍ଗରୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟାରେ ରାଜ୍ୟର ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରିଲିଫ ଓ ରେସକ୍ୟୁ ଅପରେସନରେ ୧୭ ଓଡ୍ରାଫ୍, ୭ NDRF, ୧୨୯ ଅଗ୍ନିଶମ ଟିମ୍ […]

Read More Text.

ଜମି ବିବାଦକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ ମଲ୍ଲିକ । ମୃତ କାଳିଆଙ୍କ ସହ ଗାଁର ଛବିମନ୍ୟୁ ଦାସଙ୍କ ଜମିଜମା ବିବାଦ ରହିଥିଲା । ଗତକାଲି ସକାଳେ ଛବିମନ୍ୟୁ ଗାଁ ଛକରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବାବେଳେ କାଳିଆ ତାଙ୍କୁ […]

Read More Text.

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା 

୨୩ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା, ୯ ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍   ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମୀଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସଭାପତିତ୍ବରେ ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା 23 ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ସମସ୍ତ ସରକାରୀ, ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ଓ ପୂର୍ଣ୍ଣ ଅନୁଦାନ […]

Read More Text.

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବେତନଟୀ ଲ୍ୟାମ୍ପର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଗିରଫ

ବାରିପଦା :  ମୟୁରଭଞ୍ଜ ଜିଲ୍ଲା ବେତନଟୀ ଲ୍ୟାମ ର ପୂର୍ବତନ ପରିଚାଳନା ନିର୍ଦେଶକ ହିମାଂଶୁ ଦାସ କୁ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ 40 ଲକ୍ଷ 94 ହଜାର 306 ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଅଛି l ଶ୍ରୀ ଦାସ 2027-18 ମସିହାରେ ବେତନଟୀ ଲ୍ୟାମ୍ପରେ ପରିଚାଳନା ନିର୍ଦେଶକ ଦାୟିତ୍ୱରେ ଥିବା ସମୟରେ କୃଷି ରୁଣ ପାଇଁ ଆବେଦନ କରିଥିବା ଚାଷୀମାନଙ୍କ ଠାରୁ ଆପ୍ଲିକେସନ ଫି ,  ସବ୍ସଷ୍ଟେସନାଲ […]

Read More Text.
Jail

ଚୋରା କାଠ ଓ ରଣା ସାପ ବିକ୍ରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜେଲ ଓ ଜୋରିମାନା

ବାରିପଦା : ଆଜି ବନ ବିଭାଗ ପକ୍ଷରୁ କରାଯାଇଥିବା  ଦୁଇଗୋଟି ଭିନ୍ନ ଭିନ୍ନ ମାମଲାର ବିଚାର କରି ମାନ୍ୟବର ଚିଫ ଜୁଡ଼ିସିଆଲ ମାଜିଷ୍ଟେଟ ଦେବାଶିଷ ମହାନ୍ତି ଦୁଇଜଣ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଆର୍ଥିକ ଦଣ୍ଡାଦେଶ ରେ ଦଣ୍ଡିତ କରିଛିନ୍ତି l ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଜଦୁନାଥପୁର ଗ୍ରାମର ସମୀର ବେହେରା(33) ଏବଂ ଯଶିପୁର ଥାନା ଅଞ୍ଚଳର ନୀଳାମ୍ବର ବିନ୍ଧାଣୀ (88) l ସମୀର ବେହେରା କୁ ସେକ୍ସନ 51 […]

Read More Text.

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ପ୍ରବଳ ବର୍ଷା ।  ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ।  ପୂର୍ବରୁ ୧୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା ।  ହୀରାକୁଦର ଆଉ ୮ଟି ଗେଟ ଖୋଲିଲା ।  ବର୍ତ୍ତମାନ ୨୨ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ। ସନ୍ଧ୍ୟା ମଧ୍ୟରେ ୨୨ ଗେଟ୍ ଖୋଲାଯିବ ବୋଲି କହିଥିଲେ ଜଳସମ୍ପଦ ମୁଖ୍ୟ ଯନ୍ତ୍ରୀ । ଆଜି ଦିନ ୧୨ ଟା ସୁଦ୍ଧା ମୁଣ୍ଡୁଳୀ ରେ ୮ ଲକ୍ଷ୍ୟ ୬୫ ହଜାର କ୍ୟୁସେକ ପାଣି […]

Read More Text.

ଟ୍ରେନ ପାଇଲଟିଂରେ ଯିବେ ମହାମହିମ ଦ୍ରୌପଦୀ ମୁର୍ମୁ, ଏସକର୍ଟରେ ରହିବ ୩ ଟି ଟ୍ରେନ

ଭୁବନେଶ୍ଵର : ଟ୍ରେନ ପାଇଲଟିଂରେ ଯିବେ ରାଷ୍ଟ୍ରପତି ।  ଏସକର୍ଟରେ ରହିବ ତିନୋଟି ଟ୍ରେନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରରୁ ବ୍ରହ୍ମପୁର ଟ୍ରେନରେ ଯିବେ।  ଆସନ୍ତା ୩ରୁ ୫ତାରିଖ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୋଲିସ ସେବା ଭବନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ , ଆରପିଏଫ ଆଇଜି ଆଲୋକ ବୋରା ,କେନ୍ଦ୍ରାଞ୍ଚଳ ଡିଆଇଜି […]

Read More Text.

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଶିଳ୍ପାୟନ ଓ ବିକାଶ ଉପରେ ଆଲୋଚନା ।  ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ନକ୍ସଲମୁକ୍ତ ଓଡ଼ିଶା, ଆଇନ-ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ଦ୍ରୁତ ଶିଳ୍ପାୟନ ଉପରେ ହେଲା ବିସ୍ତୃତ ଆଲୋଚନା । ଶିଳ୍ପ ସୁରକ୍ଷା, ସମବାୟ କ୍ଷେତ୍ର ଏବଂ ଚିନି କଳ ପୁନରୁଦ୍ଧାର ପାଇଁ କେନ୍ଦ୍ରୀୟ ସହଯୋଗ […]

Read More Text.

ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କଟକ: ବୃଦ୍ଧି ହେଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ । ରାଜ୍ୟରେ ବନ୍ୟା ସ୍ଥିତିକୁ ନଜରରେ ରଖି ଏହି ତାରିଖରେ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିଲା, ହେଲେ ଏବେ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ । ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି […]

Read More Text.