ବର୍ଷିଲେ ଯୋଗୀ: ୱାକଫ୍ ବୋର୍ଡ଼ ନାଁରେ ଆଉ ହରିଲୁଟ୍ ହେବନି ଲୋକଙ୍କ ଜମି

ଲକ୍ଷ୍ନୌ: ୱାକଫ୍ ବୋର୍ଡ଼ ନେଇ ବଡ ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଂସଦରେ ୱାକଫ୍ ବିଲ୍ ପାରିତ ହେବା ପରେ ୱାକଫ୍ ବୋର୍ଡ଼ ନାଁରେ ଜମିକୁ ମନଇଚ୍ଛା ହଡପ କରୁଥିବା ଏବଂ ସାଧାରଣ ଜମିକୁ ଅକ୍ତିଆର କରୁଥିବା କିଛି ଅସାଧୁ ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି ଯୋଗୀ । କହିଛନ୍ତି, ଏଣିକି ଆଉ ୱାକଫ୍ ବୋର୍ଡ଼ ନାଁରେ ହଡ଼ବ ହୋଇପାରିବନି ଜମି । ଏଣିକି ବିକାଶ କାମରେ ଲାଗିବ ଲୋକଙ୍କ ଜମି । ଲୋକଙ୍କ […]

Read More Text.

୫ଦିବସୀୟ ଯାତ୍ରାରେ ବାହାରିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍‌ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଗଗନ-ପବନ ଉଚ୍ଛୁଳିତ ଦେଖାଯାଇଛି। ସାମଗ୍ରୀକ ଭାବେ କହିବାକୁ ଗଲେ ରଥରୋଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା ରଥଟଣା କାର୍ଯ୍ୟ […]

Read More Text.

ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ କିମ୍ବା ସେ ବିବାଦକୁ ଡାକୁଛନ୍ତି ବୋଲି ସହରରେ ଚର୍ଚ୍ଚା ଲାଗି ରହିଛି। ବିବାଦ ସହିତ ଜୟନାରାୟଣଙ୍କ ପୁରୁଣା ସମ୍ପର୍କ ରହିଥିବାବେଳେ ପୁଣି ଏକ ବିବାଦରେ ତାଙ୍କର ସଂପୃକ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା। ଆଗାମୀ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସହରରେ ଉତ୍ସାହ ଓ ଉନ୍ମାଦନା ବୃଦ୍ଧି ପାଉଥିବାବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏବେ ବିଭିନ୍ନ ଅଞ୍ଚଳରେ ଝଣ୍ଡା ସ୍ଥାପନର କାର୍ଯ୍ୟକ୍ରମ ଜାରି […]

Read More Text.

ଓଡ଼ିଆ ପକ୍ଷ: ଐତିହ୍ୟ ଗଣଦୌଡ଼ରେ ଦୌଡ଼ିଲେ ନେତା-ଅଭିନେତା

ଭୁବନେଶ୍ବର: ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଗଣଦୌଡ଼ରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହଶହ ଲୋକ […]

Read More Text.

ସସ୍ମିତ ପାତ୍ରଙ୍କ ନିଷ୍ପତ୍ତି ବଦଳାଇବା ପଛରେ ନବୀନଙ୍କ ମୁଖ୍ୟ ପରାମର୍ଶଦାତା: ଦେବାଶିଷ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ୱାକଫ୍‌ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଛି। ଲୋକସଭା ପରେ ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇଥିଲା। ରାଜ୍ୟସଭାରେ ଏହି ବିଲ୍‌କୁ ୧୨୮ ଜଣ ସାଂସଦ ସମର୍ଥନ ଜଣାଇଥିଲେ। ମାତ୍ର ୯୫ ଜଣ ସାଂସଦ ବିରୋଧ କରିଥିଲେ। ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି)ର ଅଧିକାଂଶ ସାଂସଦ ମଧ୍ୟ ୱାକଫ୍‌ ବିଲ୍‌କୁ ସମର୍ଥନ ଜଣାଇଥିବା ବେଳେ ଦେବାଶିଷ ସାମନ୍ତରାୟ କିନ୍ତୁ ସମର୍ଥନ କରି ନାହାନ୍ତି ବୋଲି କହିଛନ୍ତି। ରାଜ୍ୟସଭାରେ ୱାକଫ୍‌ ବିଲ୍‌ ଗୃହୀତ […]

Read More Text.

ଶ୍ରୀରାମ ଜନ୍ମ ନୀତି ; ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ରବିବାର ପବିତ୍ର ଶ୍ରୀରାମନବମୀ। ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ରାମନବମୀ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ସ୍ୱତନ୍ତ୍ର ନୀତି ପାଳନ ହେବା ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶନିବାର ସୂଚନା ମିଳିଛି […]

Read More Text.

ଆଉ ନବୀନଙ୍କ ଉପରେ ଭରସା କରିପାରୁନାହାନ୍ତି ନେତା, ବିଜେଡିର ଭବିଷ୍ୟତ ଅନ୍ଧାରମୟ

ଭୁବନେଶ୍ବର: ୱାକଫ୍‌ ସଂଶୋଧନ ବିଲ୍‌କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଥିବା ଦଳୀୟ କନ୍ଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଭି.କେ.ପାଣ୍ଡିଆନଙ୍କୁ କଟାକ୍ଷ କରି କହିଛନ୍ତି, ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର ପାର୍ଟି ଛାଡ଼ି ପଳେଇବା ଯୋଜନାରେ ଅଛନ୍ତି। କେବଳ ଓଡ଼ିଶା ନୁହେଁ ସେ ସହ ଭାରତ ଛାଡ଼ି ପଳାଇବେ। ପାଣ୍ଡିଆନଙ୍କ କଣ୍ଟ୍ରୋଲ ବାହାରକୁ ଦଳ ଚାଲିଗଲାଣି, ଦଳ ଆଉ କାହା କଣ୍ଟ୍ରୋଲରେ ନାହିଁ, […]

Read More Text.

ଦୁର୍ନୀତି ବିରୋଧରେ ମେଳି ବାନ୍ଧିଲେ ବିଜେଡି ନେତା, ଦେଲେ ଚେତାବନୀ

ଯାଜପୁର: ଜିଲ୍ଲାରେ ଏକାଠି ହେଲେ ବିଜେଡି ନେତା। ଜିଲ୍ଲାପାଳ ଭେଟି ଦେଲେ ଦାବି ପତ୍ର। ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଦଳୀୟଭିତ୍ତିରେ ହିତାଧିକାରୀ ଚୟନ କରାଯାଉଥିବା ଅଭିଯୋଗ କରିବା ସହିତ ଲଘୁ ଖଣିଜ ସଂପଦର ଲୁଟ୍‌ ହେଉଥିବା ଅଭିଯୋଗ କରିଛି ବିଜେଡି। ଯାଜପୁର ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିଧାୟକ, ପୂର୍ବତନ ସାଂସଦ, ସାଂସଦମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ଜିଲ୍ଲାବାସୀଙ୍କ ସମସ୍ୟାର ସମାଧାନ ନ ହେଲେ […]

Read More Text.

ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: କଟକର ଜଗତପୁର ଅଞ୍ଚଳରେ ୨୦୦ ଟନ୍ ବିଶିଷ୍ଟ ବାୟୋ ମିଥାନେସନ୍ ପ୍ଲାଣ୍ଟ ସ୍ଥାପନ ପାଇଁ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଆଜି କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ଲିମିଟେଡ଼ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି l ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ପରିବେଶ ଅନୁକୂଳ ବାୟୋ-ଗ୍ୟାସ୍ ପ୍ରକଳ୍ପ, ଇନ୍ଧନ ତୈଳର ଏକ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ ଏବଂ ଏଥିରୁ […]

Read More Text.

କଟକର ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କଟକର ପ୍ରସିଦ୍ଧ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏଥିଲାଗି ବାଲିଯାତ୍ରା ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ଉପସ୍ଥିତ ରହିବେ। ଏହି ଅବସରେ ଲୋକଙ୍କୁ ଉଭୟ ‘ଆୟୁଷ୍ମାନ ଭାରତ’ ଓ […]

Read More Text.