Screenshot 2025 06 18 151615 750

କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ। ରାଜକିଶୋର ପାଢ଼ୀ ପାଇବେ ଚଳିତ ବର୍ଷର ବାଲ୍‌ ସାହିତ୍ୟ ପୁରସ୍କାର। ‘କେତେ ଫୁଲ ଫୁଟିଛି’ ପୁସ୍ତକ ପାଇଁ ପୁରସ୍କୃତ ହେବେ ରାଜକିଶୋର ପାଢ଼ୀ। ଓଡ଼ିଆ ଭାଷା ପାଇଁ ଯୁବ ଲେଖକ ସୁବ୍ରତ ସେନାପତି ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର। ‘କଦମ୍ବ ବନ’ ପୁସ୍ତକ ପାଇଁ ପୁରସ୍କୃତ ହେବେ ସୁବ୍ରତ ସେନାପତି। ଓଡ଼ିଆ ବିଭାଗର ଏହି ଯୁବ ପୁରସ୍କାର ପାଇଁ ବିଚାରକ […]

Read More Text.
Dewatermark.ai 1750226925788 750

୮ ଗୁଣା ବଢ଼ିଲା ଭୁବନେଶ୍ଵର ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାରରେ ଥିବା ପାର୍କିଂ ୟାର୍ଡର ପାର୍କିଂ ଫି ହଠାତ୍ ୮ ଗୁଣା ବୃଦ୍ଧି ହୋଇଛି। ଯାହାକୁ ନେଇ ଯାତ୍ରୀମାନଙ୍କ ଗହଣରେ କ୍ଷୋଭ ଦେଖାଦେଇଛି। ଜୁନ୍ ୧୨ ତାରିଖରେ ରଜ ଛୁଟି ସମୟରେ ଲଟ୍ ରେ ବାଇକ୍ ପାର୍କିଂ କରିଥିବା ଯାତ୍ରୀମାନେ ଯେତେବେଳେ ସେମାନଙ୍କ ଗାଡ଼ି ନେବାକୁ ଫେରିଥିଲେ, ସେତେବେଳେ ସେମାନେ ଚକିତ ହୋଇଯାଇଥିଲେ। କାରଣ ଦୁଇ ଚକିଆ ଯାନ ପାଇଁ ଦୈନିକ ପାର୍କିଂ ଫି ୧୨ ଟଙ୍କାରୁ […]

Read More Text.
Er

ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା ଗୋପାଳପୁର ସମୁଦ୍ର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାସ୍ଥଳର ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ […]

Read More Text.
Screenshot 2025 06 12 082710 750

ଯାଜପୁରରେ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ

ଯାଜପୁର: ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ୍‌ ଚିହ୍ନଟ ହୋଇଛି । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲ୍‌ରୁ ପଜିଟିଭ୍‌ ଚିହ୍ନଟ ହୋଇଛି । ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଯାଜପୁର ସିଡିଏମ୍‌ଓ । ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଗତକାଲି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ […]

Read More Text.
Naveen

ଚିକିତ୍ସା ପାଇଁ ଜୁନ ୨୨ ରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ସେଠାରେ ଚିକିତ୍ସିତ ହେବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଡାକ୍ତର ଉମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହେବ । ମୁମ୍ବାଇ ରେ ଚିକିତ୍ସା ନେଇ ନିଜେ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ବର୍ତ୍ତମାନ ୭୮ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । […]

Read More Text.
Ja

ଡାଇରିଆ ପରେ ଡରାଉଛି ଜଣ୍ଡିସ୍, ୫୦ ଛୁଇଁଲା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ରାଜ୍ୟରେ ଡାଇରିଆ ସ୍ଥିତି ଥମିନଥିବାବେଳେ ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଜଣ୍ଡିସ୍। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଅଞ୍ଚଳରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମାସେ ହେଲା ଏହି ସଂଖ୍ୟା ବୃଦ୍ଧି ପାଉଛି । ଇ.ଏ କଲୋନି , ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଜଣ୍ଡିସ ରୋଗୀଙ୍କ ସଂଖ୍ୟା ପ୍ରାୟ ୫୦ ଛୁଇଁଥିବାବେଳେ ଏକାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ବଡ଼ଗଡ଼ ବ୍ରିଟ୍‌ ଇଏ କଲୋନି ପାଣିରେ ଜଣ୍ଡିସ୍ ଭୂତାଣୁ ମିଳିଛି। ବ୍ରିଟ୍‌ କଲୋନୀରୁ ବିଏମ୍‌ସି […]

Read More Text.
Murder 6

ହିତାହିତ ଜ୍ଞାନ ହରାଇ ବସିଲା ସ୍ତ୍ରୀ, ନିର୍ଯାତନା ସହିନପାରି ନେଲା ସ୍ବାମୀର ଜୀବନ

ସୋରଡା: ପାରିବାରିକ କଳହର କରୁଣ ପରିଣତି । ମାତାଲ ସ୍ବାମୀର ନିର୍ଯାତନା ସହି ପାରିଲାନି ସ୍ତ୍ରୀ । ପ୍ରତିଦିନ ସ୍ବାମୀ ମଦ ପିଇ ଆସି ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା । ଆଉ ବେଳେବେଳେ ସ୍ତ୍ରୀକୁ ମାଡ଼ ବି ମାରୁଥିଲା ସ୍ବାମୀ । ସବୁଦିନ ସ୍ବାମୀର ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲା ସ୍ତ୍ରୀ । ଜୁନ୍ ୧୭ ତାରିଖ ବିଳମ୍ବିତ ରାତିର ଘଟଣା । ସବୁଦିନ ପରି ସେଦିନ ବି ସ୍ବାମୀ ମଦ ନିଶାରେ ଚୁର ଥିଲା । […]

Read More Text.
Dia

ପାଣିରୁ ବ୍ୟାପିଛି ଡାଇରିଆ, ଫିଲ୍ଡ ଭିଜିଟ୍ ବେଳେ ତଥ୍ୟ ପାଇଥିବା ନେଇ ସ୍ପଷ୍ଟ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ପାଣିରୁ ବ୍ୟାପିଛି ଡାଇରିଆ। ଫିଲ୍ଡ ଭିଜିଟ୍ ବେଳେ କେନ୍ଦ୍ରୀୟ ଟିମ୍ ତଥ୍ୟ ପାଇଥିବା ସୂଚନା ମିଳିଛି। ଲୋକସେବା ଭବନରେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ସହ ବୈଠକ କରୁଛି କେନ୍ଦ୍ରୀୟ ଟିମ୍। ଏଥିସହ ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି କଣ ହେବ ଆଗାମୀ ପଦକ୍ଷେପ ସେ ନେଇ କେନ୍ଦ୍ରୀୟ ଟିମ୍ ସରକାରଙ୍କୁ ପରାମର୍ଶ ଦେବେ। ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଚାଲିଛି। ଯାଜପୁର ସମେତ ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି […]

Read More Text.
Harasment

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: ବାଳ ଅପରାଧୀକୁ ସାବାଳକ ବିବେଚନା କରିବାକୁ ପୋଲିସର ଆବେଦନ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏ ସମ୍ପର୍କରେ ଆବେଦନ କରିଛି। ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିଲେ ୪ ନାବାଳକ । ଦେଶରେ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ପରେ ୧୬ବର୍ଷରୁ ୧୮ ବର୍ଷ ବୟସର ବାଳ […]

Read More Text.
Screenshot 2025 06 18 140404

ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ସିଲ୍

କଟକ: ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍। କଟକ ଶଙ୍କରପୁର ଦାସସାହି ସ୍ଥିତ ପାଣି କମ୍ପାନୀ ସିଲ୍ କଲା ସିଏମସି। ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି। ବିଶୁଦ୍ଧ ନକରି ମାର୍କେଟ୍‌କୁ ଛଡ଼ାଯାଉଥିଲା ଲିଟର ଲିଟର ପାଣି। ଯାହା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ବର୍ତ୍ତମାନ ସାରା ରାଜ୍ୟରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। […]

Read More Text.