ପେପରଲେସ୍ ହେବ ଜମି ପଞ୍ଜୀକରଣ, ଚାରି ପୃଷ୍ଠାରେ ସୀମିତ ରହିବ ଦଲିଲ

ଭୁବନେଶ୍ୱର : ଚାରି ପୃଷ୍ଠାରେ ସୀମିତ ରହିବ ପଞ୍ଜୀକରଣ ଦଲିଲ । ପେପରଲେସ୍ ହେବ ସେଲ୍ ଡିଡ୍ ରେଜିଷ୍ଟ୍ରେସନ୍ । ପୁରୁଣା ନିୟମରେ ହେବ ସଂଶୋଧନ; କ୍ୟାବିନେଟ୍ ଅନୁମୋଦନ ପରେ ବିଧାନସଭାକୁ ଆସିବ ବିଲ୍ । ଜମି କିଣାବିକା ଓ ଦଲିଲ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଏବଂ ଦ୍ରୁତ କରିବାକୁ ବଡ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଣିକି ପଞ୍ଜୀକରଣ ଦଲିଲକୁ ମାତ୍ର ଚାରି ପୃଷ୍ଠାରେ ସୀମିତ ରଖିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନକୁ ସମ୍ପୂର୍ଣ୍ଣ […]

Read More Text.

୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି ଶିକ୍ଷା ସଦନରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ଲାଭ ହସ୍ତାନ୍ତର (DBT) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୩୩ କୋଟି ଟଙ୍କାରୁ ଅଧିକ ସ୍ଥାନାନ୍ତର କରିଛନ୍ତି। ଅଧିକାରୀମାନେ […]

Read More Text.

ପାଠ୍ୟପୁସ୍ତକ ବଣ୍ଟନରେ ତ୍ରୁଟି : ଅଧା ଶିକ୍ଷାବର୍ଷ ବିତିଲା, ତଥାପି ଛାତ୍ରଛାତ୍ରୀଙ୍କୁ ମିଳିନି ବହି, ଷାଣ୍ମାସିକ ପରୀକ୍ଷା ନେଇ ଚିନ୍ତା

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷର ଆରମ୍ଭରେ ନୂଆ ଶ୍ରେଣୀ ଓ ନୂଆ ବହିକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଏବେ ନିରାଶା ତଥା ଉଦ୍‌ବେଗରେ ପରିଣତ ହୋଇଛି । ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଏବେ ପାଠ୍ୟପୁସ୍ତକ ଅଭାବ, ଶିକ୍ଷକ ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ତ୍ରିମୁଖୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟ ଖୋଲିବାର ଦୀର୍ଘ ଦିନ […]

Read More Text.

ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବାରିପଦା : ଚଳିତ ସେପ୍ଟେମ୍ବର ମାସ ୧୨ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମୟୂରଭଞ୍ଜ, ବାରିପଦାଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କୋର୍ଟ ବାରିପଦା ବ୍ୟତୀତ ଅନ୍ୟାନ୍ୟ ସ୍ଥାନ ଯଥା ତାଲୁକ ଆଇନ ସେବା ସମିତି କରଞ୍ଜିଆ, ରାଇରଙ୍ଗପୁର, ଉଦଳା, ବେତନଟୀ, ଯଶିପୁର, ଠାକୁରମୁଣ୍ଡା, ରାସଗୋବିନ୍ଦପୁର ଓ ମୋରୋଡ଼ା ଠାରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ […]

Read More Text.

ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାରିପଦା : ଯୌତୁକ ପ୍ରଥାର ନିରାକରଣ, ଯୌତୁକ ନିଷେଧ ଆଇନ, ୧୯୬୧ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଏ ସମ୍ପର୍କରେ ଆଇନଗତ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣରେ ଯୌତୁକ ପ୍ରଥାର ନିରାକରଣ ଓ ଆଇନର ପ୍ରଭାବଶାଳୀ ପ୍ରୟୋଗ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।               […]

Read More Text.

ମାଛ ଧରିବାକୁ ଯାଇ ସାପୁଆ ନଦୀରେ ବୁଡ଼ିଗଲେ ୨ ଭାଇ

ଆଠଗଡ଼: ନଦୀରେ ବୁଡ଼ିଗଲେ ୨ ଭାଇ । ଆଠଗଡ଼ରେ ସାପୁଆ ନଦୀରେ ମାଛ ଧରିବାକୁ ଯାଇ ବୁଡ଼ିଗଲେ ୨ ଭାଇ । ଖୋଜାଖୋଜି ପରେ ସାନଭାଇର ମୃତଦେହ ଉଦ୍ଧାର । ବର୍ତ୍ତମାନ ସୁଦ୍ଧା ନିଖୋଜ ବଡ଼ଭାଇଙ୍କ ପତ୍ତା ମିଳିପାରିନାହିଁ । ଅଗ୍ନିଶମ ବାହନୀ ଓ ଗ୍ରାମବାସୀଙ୍କ ଖୋଜାଖୋଜି ଜାରି ରହିଛି । ସୂଚନା ଅନୁସାରେ, ଦୁଇ ଭାଇ ସାପୁଆ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ । ତେବେ ମାଛ ଧରୁଥିବା ବେଳେ କୌଣସି କାରଣରୁ ଦୁହେଁ ନଦୀର […]

Read More Text.

ରଡ଼ରେ ପିଟିପିଟି ଜ୍ବାଇଁକୁ ମାରି ଦେଲା ଶ୍ବଶୁର

ଉଦଳା : ରକ୍ତମୁଖା ସାଜିଲା ଶ୍ବଶୁର । ଲୁହା ରଡ଼ରେ ବାଡ଼େଇ ବାଡ଼େଇ ଜ୍ବାଇଁକୁ ମାରିଦେଲା । ମୟୂରଭଞ୍ଜ କପ୍ତିପଦା ଥାନା ମଝିଗଡିଆ ମଥୁରାସାହି ଗାଁରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରମେଶ ବିନ୍ଧାଣୀ । ରମେଶ ତାଙ୍କ ଶ୍ୱଶୁର ଘର ମଥୁରାସାହିରେ ସ୍ତ୍ରୀ ଭାରତୀ ହେମ୍ବ୍ରମଙ୍କ ସହିତ ରୁହନ୍ତି । ଯାହାକୁ ନେଇ ପୂର୍ବରୁ ରମେଶଙ୍କ ସାବତ ଶ୍ୱଶୁର ଦାମଦୋର ଅନେକ ଥର ବିରୋଧ କରି ଆସିଛନ୍ତି । ଗତକାଲି ରାତିରେ ଉଭୟ […]

Read More Text.

ଜଳ ସୁରକ୍ଷାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ

ଭୁବନେଶ୍ୱର : ଜଳ ସୁରକ୍ଷାକୁ ଓଡ଼ିଶାର ପ୍ରାଥମିକତା । ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ । ଜଳ ସୁରକ୍ଷା ଓ ଜଳସେଚନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି । ଏହି ସମୟ ମଧ୍ୟରେ ୩ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ନୂଆଦିଲ୍ଲୀରେ […]

Read More Text.

ଭାଙ୍ଗିଲା ସୁବର୍ଣ୍ଣରେଖା ସୁଇସ୍ ଗେଟ୍‌, ଗାଆଁକୁ ପଶୁଛି ବନ୍ୟା ପାଣି

ଜଳେଶ୍ୱର : ଭାଙ୍ଗିଲା ସୁଇସ୍ ଗେଟ୍, ଗାଁରେ ପଶିଲା ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ପ୍ରଖର ସ୍ରୋତ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲର ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି । ୪ ଘଣ୍ଟା ଧରି ଗାଆଁକୁ ପଶୁଛି ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ତୃତୀୟ ବନ୍ୟା ପାଣି ଗୋଟିଏ ଗେଟରେ ଫାଟ ସୃଷ୍ଟି ହୋଇ ଗାଁ ଭିତରକୁ ପଶୁଛି । ସମ୍ପୂର୍ଣ୍ଣ ଗେଟ ଭାଙ୍ଗିଲେ […]

Read More Text.

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ପାନମଣି ବେସ୍ରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭୂତାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ସ୍କୁଲ ଆସିଥିବାରୁ […]

Read More Text.