Srimandira

ଶ୍ରୀମନ୍ଦିରରୁ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଭିତରୁ ଶନିବାର ଡାଲଡା ଘିଅ ଜବତ ହୋଇଛି। ଏହି ଘଟଣାରେ ଜଣେ ମହାସୁଆର ସେବକଙ୍କୁ ପଚରାଉଚରା କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡାଲଡା ଘିଅ କେଉଁଥିରେ ବ୍ୟବହାର କରାଯାଉଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଭିତରେ କେବଳ ଓମଫେଡ ଘିଅ ବ୍ୟବହାର ପାଇଁ ନିର୍ଦେଶ ରହିଛି।

Read More Text.
Tanki

ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁ ମୃତ

ବଡ଼ମ୍ବା: ଖେଳୁଥିବା ସମୟରେ ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି। କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି। ସେମାନେ ହେଲେ ୩ ବର୍ଷୀୟ ଶୁଭମ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ। ଏମାନଙ୍କ ଘର ବଡ଼ରାବେଣା ଏବଂ ଇଚ୍ଛାପୁର ଅଞ୍ଚଳରେ। […]

Read More Text.

ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ

ଭୁବନେଶ୍ବର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଇଟି ସେଲ୍ ଅଧ୍ୟକ୍ଷ ଓ ପୂର୍ବତନ ରାଜ୍ୟସଭା ସାଂସଦ ଓ ଦଳର ମୁଖପାତ୍ର ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଥିଲା । ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ,ପ୍ରଭାରୀ ବିଜୟପାଳ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି […]

Read More Text.

ନୂଆପଡ଼ା ପ୍ରଚାର ମଇଦାନରେ ନବୀନ

ଭୁବନେଶ୍ବର: ନୂଆପଡ଼ା ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କୋମନା ତରବୋଡ଼ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପି ଉପରେ ପ୍ରହାର କଲେ ନବୀନ। କହିଲେ, ଭୋଟ ଚୋରୀ କରି ସରକାର କଲେ। ଆଉ ଏବେ ପ୍ରାର୍ଥୀ ଚୋରି କରିଛି। ଓଡ଼ିଶାବାସୀଙ୍କ ସହ, ବିଜେଡି ସହ ଏବଂ ମୋ ସହ ବେଇମାନୀ ହେଉଛି। ଏହାକୁ ନେଇ ଲୋକେ ଦୁଃଖିତ ଏବଂ କ୍ରୋଧିତ ଅଛନ୍ତି। ନଭେମ୍ବର […]

Read More Text.
Fraud

ମୋବାଇଲ୍ ହ୍ଯାକ କରି ଶିକ୍ଷକଙ୍କଠାରୁ ୨.୭୮ ଲକ୍ଷ ଟଙ୍କା ଲୁଟି ନେଲା ସାଇବର ଠକ

ଜଳେଶ୍ବର : ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ଟଙ୍କା । ଗୋଟେ ମିନିଟରେ ଗୋଟେ ଟ୍ରାନାଜାକସନ୍ । କିଛି କରିବା ପୂର୍ବରୁ ସବୁ ପଇସା ଚାଲିଗଲା ଆକାଉଣ୍ଟ ହେଇଗଲା ଖାଲି । ହଁ ଆଜ୍ଞା ଏପରି ହୋଇଛି ଜଣେ ସରକାରି ଶିକ୍ଷକଙ୍କ ସହ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ । ଝିଅ ବାହାଘର ପାଇଁ ଜମା କରିଥିଲେ ପୁଞ୍ଜି ହେଲେ ଏବେ ସବୁକିଛି ହରାଇ ହେଇଗଲେ ସର୍ବହରା । ମୋବାଇଲ ତାଙ୍କ […]

Read More Text.

ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ ଜଣେ କଣ୍ଟ୍ରାକ୍ଟର ଜରିଆରେ ଡିଲ ବେଳେ ଦୁଇ ବିଟେକ ଛାତ୍ରଙ୍କ ସହ ମୋଟ ତିନି ଜଣ ଧରାପଡିଛନ୍ତି […]

Read More Text.
Img 20251102 wa0201

ଶାଲିମର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ, ବନ ବିଭାଗ ଏବଂ ରେଳ ବିଭାଗ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା: ଶନିବାର ରାତିରେ ଶାଲିମର-ଭଞ୍ଜପୁର ଟ୍ରେନ ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪ କିମି ଦୂର ଆଗ୍ରିଆ ରେଳ କ୍ରସିଂ ନିକଟରେ ଏକ ଦନ୍ତାହାତୀକୁ ଧକ୍କା ଦେବା ଫଳରେ ହାତୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବା ପରେ ଶାଲିମର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଏବଂ ସାମ୍ବାଦିକ ଙ୍କ ପାଖରୁ ଖବର ପାଇ ବେତନଟୀ ରେଞ୍ଜର ଏବଂ ବନ ବିଭାଗର କର୍ମଚାରୀମାନେ ଘଟଣା […]

Read More Text.
Img 20251102 wa0206

ରକ୍ତହୀନତା ରୋଗୀକୁ ରକ୍ତ ଦାନ କଲେ ସୁବାସ ସିଂହ

ବାରିପଦା: ସମାଜରେ ବଞ୍ଚିରହିଛି ମାନବିକତା l ଏହାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଅଛି l ଜଣେ ରକ୍ତ ହୀନତା ରୋଗରେ ପୀଡିତ ଜଣେ ରୋଗୀଙ୍କ ପାଇଁ ହଠାତ ରକ୍ତ ର ଆବଶ୍ୟକ ପଡିବାରୁ ଖବର ପାଇ ସଙ୍ଗେ ସଙ୍ଗେ ରକ୍ତ ଦାନ ପାଇଁ ପହଁଚିଲେ ସୁବାସ ସିଂହ l   ସ୍ଥାନୀୟ ଏକ  ଡାକ୍ତରଖାନାରେ ଥିବା ରକ୍ତହୀନତା ରୋଗରେ ପୀଡିତ ଇପ୍ସିତା ମହାପାତ୍ରଙ୍କୁ A+ରକ୍ତ ଅଭାବ ହେବାରୁ ବାରିପଦା ନିବାସୀ ସୁବାସ ସିଂହ ଖବର ପାଇ ରକ୍ତ […]

Read More Text.
Img 20251101 wa0251

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ବାରିପଦା-   ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆସେକା ପରିସରରେ   ପ୍ରଥମ ଥର ପାଇଁ ଆଜି ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ  ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ସମ୍ମାନୀତ ଅତିଥି  ପ୍ରାକ୍ତନ ରାଜ୍ୟ ବିଜେପି ନବୀନ ରାମ,ସମ୍ମାନିତ ଅତିଥି ମୟୂରଭଂଜ ସାଂସଦ ପ୍ରତିନିଧି ମନୋଜ ଦାସ,ରାଇରଙ୍ଗପୁର ବ୍ଳକର‌ଭାରାପ୍ରାପ୍ତ  ଵିଡିଓ ଭାଗବତ ପ୍ରସାଦ ମହାପାତ୍ରସଭାପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାଃ ରମଣୀ ରଞ୍ଜନ ବିଶ୍ବାଳ,ସମ୍ମାନିତ […]

Read More Text.
Img 20251102 wa0189

ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅବସରରେ ବାରିପଦା ଠାରେ ସଚେତନତା ସାଇକେଲ ରାଲି ଅନୁଷ୍ଠିତ

ବାରିପଦା –   ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ପାଳନ ଅବସରରେ  ଆଜି ମୟୂରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଏହାକୁ ଉଦଘାଟନ କରି  କହିଥିଲେ ଯେ ଏହି ରାଲି ର ମୁଖ୍ୟ ଉଦେଶ୍ୟ ହେଉଛି ସାଇବର ଠକ ମାନଙ୍କ କବଳରୁ  […]

Read More Text.