ବନ୍ତ ଆଞ୍ଚଳିକ କଲେଜ ବାର୍ଷିକ କ୍ରୀଡ଼ା ଉତ୍ସବ

ବନ୍ତ/ଆଗରପଡ଼ା: ବନ୍ତ ଆଂଚଳିକ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ତିନି ଦିନ ଧରି ପାଳନ ହୋଇଯାଇଛି । ଉତ୍ସବ କୁ କଲେଜ ଅଧ୍ୟକ୍ଷା ମନୋରମା ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ରତିକାନ୍ତ ଜେନା, ଅଧ୍ୟାପିକା ସଞ୍ଜୁକ୍ତା ରାଉତ, କ୍ରିଡ଼ା ଅଧିକାରୀ ଅଧ୍ୟାପକ ରାଜେଶ କୁମାର ବିଶ୍ୱାଳ ଉପସ୍ଥିତ ରହି କ୍ରିଡ଼ାର ବିଭିନ୍ନ ଦିଗ ଉପରେ ଆଲୋଚନା କରି କ୍ରିଡ଼ା ଆରମ୍ଭ କରିଥିଲେ । ଦୁଇ କ୍ରିଡ଼ା ଶିକ୍ଷକ ଫକିର ଉଦ୍ଦିନ ସାହାଜୀ ଏବଂ ତାଜୁଦ୍ଦିନ୍ […]

Read More Text.
Photo for the news of shikhya niti

ନୂତନ ଶିକ୍ଷାନୀତି ସଚେତନତା କାର୍ଯ୍ୟକ୍ରମ

ବନ୍ତ/ଆଗରପଡ଼ା: ସରକାରୀ ସିକୃତି ପ୍ରାପ୍ତ ଅନୁଷ୍ଠାନ ଆଦର୍ଶବାଦୀ ଶିଶୁ ମାନବ ବିକାଶ ମଂଚ ଓଡ଼ିଶା ପକ୍ଷରୁ ୨୦୨୦ ରେ ଲାଗୁ ହୋଇଥିବା ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷା ନୀତି ସଚେତନତା କୁ ନେଇ ବୈଠକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ଗୁରୁକୁଳ ଆଶ୍ରମ ହାଟଡିହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଂଚ ସମ୍ପାଦିକା ସମାଜସେବୀ ସବିତା ରାନୀ ପାକଳଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠାନର ପ୍ରତିଷ୍ଠାତା ଆମ ଗାଁ ଆମ ବିକାଶ ଯୋଜନାର ପଥପ୍ରଦର୍ଶକ ତଥା ଗ୍ରାମ […]

Read More Text.

ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ, ଦେଢ଼ ବର୍ଷରେ ମଲେଣି ୧୩୬

ଭୁବନେଶ୍ବର: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ମଙ୍ଗଳବାର ବିଧାନସଭାରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ହାତୀ ପ୍ରାଣ ହରାଇଥିବା ସରକାର ମାନିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ମଙ୍ଗଳବାର ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ଶିକାରୀ ଦ୍ବାରା ୪ଟି, ଲୋକଙ୍କ ପ୍ରତିଶୋଧ […]

Read More Text.

ଚାଉଳ ଯୋଗାଣ ବନ୍ଦ: ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସୁରଡ଼ା ପଞ୍ଚାୟତର ମହଗାଁ ଗାଁ। ଗ୍ରାମବାସୀ ମାନଙ୍କୁ ୩ ମାସ ହେଲା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ଚାଉଳ ପ୍ରଦାନ କରାଯାଇ ନାହିଁ। ଏହାକୁ ନେଇ ଗତ ନଭେମ୍ବର ୩ ତାରିଖରେ ଗ୍ରାମବାସୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳ, ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ ଅଣଦେଖା ହୋଇଛି। ଏହାକୁ ନେଇ ଆଜି କଂଗ୍ରେସ ନେତା […]

Read More Text.

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ୫ବର୍ଷରେ ରାଜ୍ୟରେ ମୋଟ୍‌ ୩୦ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସେଥିରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଛି । ଏହାସହିତ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଗୃହରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ୪ଲକ୍ଷ ୯ହଜାର ୭୧୮ ସିଜେରିଆନ ଡେଲିଭରି ହୋଇଛି […]

Read More Text.

ଏବେ ବଢ଼ିବନି ପାଚିକାଙ୍କ ଦରମା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର :  ଏବେ ବଢ଼ିବନି ପାଚିକାଙ୍କ ଦରମା । ପୂର୍ବରୁ ପାଚିକାମାନେ ମାସକୁ ୨ ହଜାର ଟଙ୍କା ଦରମା ପାଉଥିଲେ । ବିଜେପି ସରକାର ପାଚିକାଙ୍କ ଦରମା ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ଦରମା ବୃଦ୍ଧି ପାଇଁ ବାରମ୍ବାର ଆନ୍ଦୋଳନ କରିବା ଠିକ ନୁହେଁ । ଆନ୍ଦୋଳନରୁ ଓହରି ପାଚିକମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅପିଲ […]

Read More Text.

ଫାଟିଲା ଗ୍ୟାସ ସିଲିଣ୍ଡର: ବର୍ତ୍ତିଗଲେ ପରିବାର

ଦେବଗଡ଼: ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ପରିବାର । ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ରେ ପରିବାର କାହାର କ୍ଷତି ହୋଇ ନଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବାରକୋଟ ଅଞ୍ଚଳର ଅନୂଲ୍ୟ ନାଥଙ୍କ ଘର ଭିତରେ ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଭାଗ୍ୟବଶତଃ ଏଥିରେ ପରିବାର କୌଣସି କ୍ଷତି ହୋଇନାହିଁ । […]

Read More Text.

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ମାର୍ଚ୍ଚ ୧୧ରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୩ରେ ହେବ

ଭୁବନେଶ୍ବର :  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ।  ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୩ ମାର୍ଚ୍ଚରେ ହେବ । ଓଡ଼ିଆ ପରୀକ୍ଷା ବ୍ୟତୀତ ଅନ୍ୟ ସବୁ ଭାଷାର ପରୀକ୍ଷା ମାର୍ଚ୍ଚ ୨୩ରେ ହେବ । ମାର୍ଚ୍ଚ ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୫ରେ ହେବ । ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି । ଆସନ୍ତା […]

Read More Text.
Assembly meeting

ବଢ଼ିଲା ଦରମା: ଭତ୍ତା ସହ ବାଚସ୍ପତି ଓ ଉପବାଚସ୍ପତି ପାଇ​‌ବେ ୪.୨୮ ଲକ୍ଷ

ଭୁବନେଶ୍ବର: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି। ପୂର୍ବରୁ ବାଚସ୍ପତି ୪୦ ହଜାର ୫୦୦ ଟଙ୍କା ଦରମା ବାବଦରେ ପାଉଥିଲେ। ଏବେ ତାଙ୍କୁ ୯୮ ହଜାର ଟଙ୍କା ମିଳିବ। ବୈଠକ ଭତ୍ତା ୮୦୦ ଟଙ୍କା ବଦଳରେ ୨୦୦୦ ଟଙ୍କା ମିଳିବ। ସେହିପରି କାର ଭତ୍ତା ମାସିକ ୧୭ ହଜାର ବଦଳରେ […]

Read More Text.

ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା

ଭୁବନେଶ୍ବର:  ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଏବଂ ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍ ଗୃହୀତ ହେଲା। ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେଲା । ସେହିପରି ମନ୍ତ୍ରୀଙ୍କ ଦରମା ଓ ଭତ୍ତା ୩ ଲକ୍ଷ ୮୦ ଟଙ୍କା ହେଲା । ଅଧିବେଶନ ସମୟରେ ବିଧାୟକଙ୍କ ଭତ୍ତା ୧୫ ଶହରୁ ୩୦୦୦କୁ […]

Read More Text.