ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ ଏସଆରସି

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସେହିପରି ବରିଷ୍ଠ ସତ୍ୟବ୍ରତ ସାହୁଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟ ନିଯୁକ୍ତ କରାଯାଇଛି । ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଥିବା ୧୯୯୫ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର […]

Read More Text.

ଲାଞ୍ଚ ନେଇ ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ଗିରଫ

କଟକ : ଲାଞ୍ଚ ନେବା ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ  ।  ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗତକାଲି ଧରିଥିଲା ଭିଜିଲାନ୍ସ ।  ପ୍ରକାଶଙ୍କ ସହିତ ପିଅନ କାହ୍ନୁ ସାହୁ ମଧ୍ୟ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି  । ଏକ ଜମି ପଟ୍ଟାରେ ନାମ ଦରଜ ପାଇଁ ସେ […]

Read More Text.

ନିକୋ ପାର୍କର ହେବ ନବକଳେବର, ୬୦୦କୋଟିର ଅର୍ଥ ମଞ୍ଜୁର

ଭୁବନେଶ୍ଵର: ଭୁବନେଶ୍ଵର ନିକୋ ପାର୍କର ହେବ ନବକଳେବର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ବର ସ୍ଥିତ ନିକୋ ପାର୍କ ନେବ ନୂଆ ରୂପ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଲକ୍ଷ କରି ନିକୋ ପର୍କର ସମ୍ପୂର୍ଣ୍ଣ ନବକଳେବର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ନିକୋ ପାର୍କର ସମ୍ପୂର୍ଣ୍ଣ […]

Read More Text.

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ । ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ […]

Read More Text.

ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ସଚିବସ୍ତରୀୟ କମିଟି କମିଟି ଗଠିତ

ଭୁବନେଶ୍ୱର: ଦୀର୍ଘ ଦିନ ହେବ ଓମ୍‌ସାର ଡାକ୍ତର ମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଦାବି ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ ହୋଇଛି । ସଚିବସ୍ତରୀୟ କମିଟି ଗଠନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଡାକ୍ତର ସଙ୍ଘର ଦାବି ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ମୋ ସହ ବୈଠକ ହୋଇସାରିଛି, ସଚିବସ୍ତରୀୟ କମିଟି ଗଠନ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ […]

Read More Text.

ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ରକୁ ଭରଚୁଆଲରେ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ରର ଉଦଘାଟିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ ।  ରାଷ୍ଟ୍ରପତି ତାଙ୍କ ଉଦବୋଧନରେ କହିଥିଲେ ‘ଶିକ୍ଷା ହେଉଛି ଏକ ସଶକ୍ତ ଓ ସମାବେଶୀ ରାଷ୍ଟ୍ର ଗଠନର ମୂଳ ଆଧାର ।  […]

Read More Text.
9912murder16 1 300x169

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।  ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ରୁ  ।  ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା ।  ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ ।  ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।  ଗତକାଲି ପୁଷ୍ପା ଧନୁଆ ପରିବାର ସହିତ ହେମଗିରି ସାପ୍ତାହିକ ହାଟକୁ ଯାଇଥିଲେ ।  ଫେରିବା ବାଟରେ ଉଭୟ ଦମ୍ପତିଙ୍କ ମଧ୍ୟରେ […]

Read More Text.

ରାଜ୍ୟବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଟୁଇଟ୍‌ କରି ଲେଖିଛନ୍ତି, ଇଂରାଜୀ ନବବର୍ଷ ୨୦୨୬ ଉପଲକ୍ଷେ ଓଡ଼ିଶାର ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ନୂଆ ବର୍ଷ ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଙ୍କଳ୍ପ ଓ ନୂଆ […]

Read More Text.

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ରୋକିବାକୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପାଇଁ ତତପରତା ଦେଖାଇଛନ୍ତି ରାଜ୍ୟ ସରକାର । କୋଟିଆରେ ହେଉଥିବା ସମସ୍ତ ବିକାଶ କାର୍ଯ୍ୟର ତଦାରଖ କରିବାକୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆକୁ ନିଜର ଦର୍ଶାଇ ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳର ସରକାରୀ ଅଧିକାରୀ ପ୍ରାୟ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରିଆସୁଛନ୍ତି । ସ୍ଥାନୀୟ ଲୋକଙ୍କୁ ତାଙ୍କ ସପକ୍ଷରେ ରହିବା ପାଇଁ କିଛି ଦିନ ତଳେ ଫାଟୁସିନେରିରେ ବୈଠକ […]

Read More Text.

ନୂଆବର୍ଷରେ କଟକରେ ବୋମା ମାଡ଼, ଗ୍ରାମବାସୀ ଆତଙ୍କିତ

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସୂଚନା ଅନୁଯାୟୀ, ତାଳବସ୍ତାର ଗ୍ରାମବାସୀମାନେ ନବବର୍ଷ ସେଲିବ୍ରେଶନ କରୁଥିବା […]

Read More Text.