Image 2025 11 06t155649.503

ବେଆଇନ କ୍ଲିନିକ୍ ଉପରେ ଚଢାଉ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଆଜି ଚଢାଉ ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଏହି ଚଢାଉ କରି ଉକ୍ତ ଦୋକାନ ଗୁଡିକରେ କୌଣସି କାଗଜ ପତ୍ର ନଥାଇ କ୍ଲିନିକ୍ ଚାଲୁଥିବା ଜାଣିବାକୁ ପାଇଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ । ସମ୍ପୂର୍ଣ୍ଣ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି […]

Read More Text.
Image 47

ସୀମା ବିବାଦକୁ ନେଇ ଉତ୍ତେଜନା; ଓସ୍ତପୁର-କୋଟପଲ୍ଲା ଗାଁରେ ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଉତ୍ତେଜନା। ପୁଣି ଲାଗିଲା ୧୬୩ ଧାରା। ବାଘମାରୀ ଥାନାର ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ। ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି। ଗୁରୁବାର ଦିନ ସୀମା ବିବାଦକୁ ନେଇ ପୁଣି ହିଂସା ଘଟିବା ପରେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀ ଥାନା ଅନ୍ତର୍ଗତ ଓସ୍ତପୁର-କୋଟାପାଳ ଗାଁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ବଜାୟ […]

Read More Text.
3

‘ଗ୍ରୀନ୍‌ ଇଣ୍ଡିଆ’ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଇଡି ରେଡ୍

ବ୍ରହ୍ମପୁର: ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି ପଚରା ଉଚରା କରୁଛନ୍ତି । ସେହିପରି ଜୟପ୍ରକାଶ ନଗର ଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି । ଜମି କାରବାରରେ କୋଟି କୋଟି ଟଙ୍କାର ହେରଫେର ଅଭିଯୋଗରେ ଇଡି […]

Read More Text.
2

ନୂଆପଡା ପାଇଁ କଂଗ୍ରେସ ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ନୂଆପଡାର ବିକାଶ ପାଇଁ ନିର୍ବାଚନୀ କାର୍ଯ୍ୟସୂଚୀ ଜାରି କରିଥିବା ଘାସିରାମ କହିଛନ୍ତି । ଏଥର ଉପନିର୍ବାଚନରେ କଂଗ୍ରେସର ବିଜୟ ହେବ । କୌଣସି ଦଳର ଲୋଭନୀୟ ଉପହାର […]

Read More Text.
1

ନୂଆପଡ଼ାରେ ଜୟଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌‌ ସୋ’ କରିଛନ୍ତି। ରୋଡ୍‌ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ନର୍ବାଚନ ପ୍ରଚାର ପାଇଁ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ […]

Read More Text.
Download (1)

ରାସ୍ତା କଡ଼ରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍‌)ର ଜଣେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି। ତାଙ୍କ ମୃତଦେହ ରାୟଗଡ଼ା ବ୍ଲକ ପିତାମହଲ ଓ ଜମାଦେଇପେଣ୍ଠ ରାସ୍ତା କଡ଼ରେ ଏକ କପା ବାଡ଼ ମଧ୍ୟରେ ପଡିଥିଲା। ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।  କେଉଁ କାରଣରୁ ଗୌରୀଙ୍କ ମୃତ୍ୟୁ ଘଟିଲା ତାଙ୍କ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ପୁଲିସ […]

Read More Text.
Ravenshaw

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନାହିଁ କ୍ଲାସରୁମ୍ ! କୁଳପତିଙ୍କ ଅଫିସ ଆଗରେ ବସି ପଢିଲେ ଛାତ୍ରଛାତ୍ରୀ

କଟକ : କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ପାଠ ପଢିଲେ ଛାତ୍ରଛାତ୍ରୀ ।  କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା  ।  ଶ୍ରେଣୀଗୃହର ଛାତ ସିଲିଂ ଭାଙ୍ଗିଯାଇଛି ।  ୨୦ ଦିନ ହେବ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ଠିକ୍ କରାଯାଉନାହିଁ ।  କ୍ଲାସରୁମ୍ ଅସୁରକ୍ଷିତ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ଛାତ୍ରଛାତ୍ରୀ ।  କୁଳପତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଯୁକ୍ତ ୩ ଓଡ଼ିଆ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର […]

Read More Text.
Lady c

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ଆତ୍ମହତ୍ୟା କରିଥିବା କହିଲେ ପରିବାର ଲୋକେ

ଭୁବନେଶ୍ୱର : ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ । ଗତକାଲି ବାନ୍ତି ହେବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଷ କ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ […]

Read More Text.
Bbsr b

OSSC ଅଫିସ ଘେରିଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ, ରେଜଲ୍ଟ ବାହାର କରି ତୁରନ୍ତ ନିଯୁକ୍ତି ଦାବି

ଭୁବନେଶ୍ବର : ଭୁବନେଶ୍ବର OSSC କାର୍ଯ୍ୟାଳୟ ଘେରାଉ କଲେ LTR ଆଶାୟୀ ସଂସ୍କୃତ ଶିକ୍ଷକ। ତୁରନ୍ତ ରେଜଲ୍ଟ ବାହାର କରି ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ନଚେତ୍ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗତ ମେ ୧୭ ତାରିଖରେ ୭୨୯ ଲିଭ୍ ଟ୍ରେନିଂ ରିଜର୍ଭ ଟିଚର-LTR ପାଇଁ ୫ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ଏହାସହ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ମଧ୍ୟ ପରୀକ୍ଷା ହୋଇଥିଲା । ହେଲେ ବିଜ୍ଞାନ ଶିକ୍ଷକଙ୍କ ରେଜଲ୍ଟ ବାହାରି […]

Read More Text.
Accident b

ହାଇୱା ଧକ୍କାରେ ଛାତ୍ର ମୃତ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଯାଜପୁର: ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ, କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ହାଇୱା ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାକପୋଲ-ପାଖର ରାସ୍ତାର ତେଲୋର ନିକଟରେ । ମୃତ ଛାତ୍ର ଜଣକ ହେଲେ ପାଖର ପଞ୍ଚାୟତ ତେଲୋର ଗ୍ରାମର ଗଣେଶ୍ୱର ଘଡ଼େଇଙ୍କ ୧୦ବର୍ଷର ପୁଅ । ସୂଚନା ଅନୁସାରେ ଆଜି ସେ ସାଇକେଲ ଯୋଗେ ଯାଉଥିବା ସମୟରେ ଦ୍ରୁତ ଗତିରେ […]

Read More Text.